ଏଠାରେ ପୁରୁଷମାନେ ପାଲଟିଯାନ୍ତି ମହିଳା, ଭାରତର ଏହି ନିଆରା ପର୍ବ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ !

ଦେବୀମା’ଙ୍କର ଏଭଳି ଏକ ନିଆରା ପର୍ବ ପାଳନ କରାଯାଏ ଯାହା ସବୁଠାରୁ ଅଲଗା । ଏହି ପର୍ବରେ ଦେବୀମା’ଙ୍କ ପାଇଁ ପୁରୁଷ ପାଲଟିଯାନ୍ତି ମହିଳା । ଅଜବ ଲାଗୁଥିଲେ ମଧ୍ୟ କେରଳରେ ଏହିଭଳି ଏକ ପର୍ବ ପାଳନ କରାଯାଏ । ଏଠାରେ ପୁରୁଷମାନେ ନିଜକୁ ନାରୀ ଭେଶରେ ସଜେଇ ହୋଇ ପୂଜା ଆରାଧନା କରିବାର ପରମ୍ପରା ରହିଛି । ବ୍ରତଧାରୀ ପୁରୁଷମାନେ ଗୋଟିଏ ଦିନ ପାଇଁ ନିଜକୁ ସ୍ତ୍ରୀ ଭେଶରେ ସଜେଇଥାନ୍ତି । ଆଜ୍ଞା ହଁ, କେରଳର କୋଲାମ୍ ଜିଲ୍ଲାରେ ଏହି ପର୍ବ ପାଳନ କରାଯାଏ ।

ସେଠାକାର ପୁରୁଷମାନେ ଏହିଦିନ ନିଜକୁ ସଂପୂର୍ଣ୍ଣ ନାରୀ ଭେଶରେ ସଜେଇ ମା’ ଭଗବତୀଙ୍କ ପୂଜାର୍ଚ୍ଚନା କରିଥାନ୍ତି । ପୁରୁଷଙ୍କ ସମେତ ତୃତୀୟଲିଙ୍ଗୀ ମାନେ ମଧ୍ୟ ଏହି ପୂଜାରେ ସାମିଲ ହୁଅନ୍ତି । ଲୋକକଥା ଅନୁସାରେ ପ୍ରଥମେ କିଛି ଗାଈ ଜଗାଳି ଏହି ପର୍ବ ପାଳନ କରୁଥିଲେ । ଏହାପରେ ପୁରୁଷ ଶ୍ରଦ୍ଧାଳୁମାନେ ପ୍ରତିବର୍ଷ ଏହି ପର୍ବ ପାଳନ କରିବା ଆରମ୍ଭ କଲେ । ସେମାନେ ମନ୍ଦିରରେ ଦୀପ ଜାଳିବା ସହ ମା’ଙ୍କ ଆରାଧନା କରିଥାନ୍ତି । ମଧ୍ୟରାତ୍ରି ଯାଏଁ ଏହି ପର୍ବକୁ ପାଳନ କରାଯାଏ ।

ମାଲାୟାଲାମ ମାସ ମୀନାମ ର ଦଶମ ଏକାଦଶ ଦୁଇଦିନରୁ ଯେକୌଣସି ଗୋଟିଏ ଦିନ ପୁରୁଷମାନେ ପାରମ୍ପରିକ ଢଙ୍ଗରେ ଏହି ପର୍ବ ପାଳନ କରିଥାନ୍ତି । ପୁରୁଷମାନେ ସ୍ତ୍ରୀ ଭେଶ ଧାରଣ କରିବା ପାଇଁ ମା’ଙ୍କ ମନ୍ଦିରରେ ଏକ ସ୍ଵତନ୍ତ୍ର କୋଠରିର ବ୍ୟବସ୍ଥା ମଧ୍ୟ କରାଯାଏ । ପୌରାଣିକ କଥାନୁସାରେ ଦିନେ କିଛି ଗାଈ ଜଗିବାକୁ ଯାଇଥିବା ବେଳେ ଏକ ନଡିଆ ପାଇ ତାକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ନଡିଆ ନ ଭାଙ୍ଗିବାରୁ ତାକୁ ପଥରରେ ଛେଚିବା ପରେ ସେଥିରୁ ରକ୍ତ ବାହାରିଥିଲା ।

ଯାହାପରେ ପିଲାମାନେ ଦୌଡି ଯାଇ ଗାଁ ଲୋକଙ୍କୁ ଖବର ଦେଇଥିଲେ । ଗାଁ ଲୋକେ ଜ୍ଯୋତିଷଙ୍କ ସହ ପରାମର୍ଶ କରିବା ପରେ ନଡିଆଟି ଏକ ଦିବ୍ୟ ପଥର ବୋଲି କହିଥିଲେ । ପଥରରେ ମା’ ବନଦୂର୍ଗାଙ୍କ ଦିବ୍ୟଶକ୍ତି ଥିବା ଜଣାପଡିବା ପରେ ଏହାକୁ ଏକ ଛୋଟ ମନ୍ଦିରରେ ରଖି ପୂଜାର୍ଚ୍ଚନା ଆରମ୍ଭ କରିଥିଲେ ଓ ପରେ ଏହାର ନାଁ କୋଟମକୁଲାଙ୍ଗ୍ରା ମନ୍ଦିର ରଖାଯାଇଥିଲା । ସେଠାରେ ପ୍ରତିଦିନ ମା’ଙ୍କ ପାଖରେ ନଦୀ ଭୋଗ ଲାଗି ହୁଏ ।

ବିଶ୍ବାସ ରହିଛି କି, ଏହିଦିନ ପୁରୁଷ ଏବଂ କିନ୍ନରମାନେ ନାରୀ ଭେଶରେ ସଜେଇ ହୋଇ ଜାମାୟାଭିଲ୍ଲାପୂ ନାମକ ପଞ୍ଚମୁଖୀ ଦୀପ ଜାଳିଲେ ମା’ ଭଗବତୀ ସେମାନଙ୍କର ସବୁ ପାପ ଧୌତ କରି ମୁକ୍ତି ଦେଇଥାନ୍ତି । ଏହି ବିଶ୍ବାସ ଯୋଗୁଁ ସେଠାରେ ଦିନକ ପାଇଁ ପୁରୁଷମାନେ ମହିଳା ପାଲଟିଯାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।