ଏଠାରେ କଣ ପୋତା ହୋଇଛି ? ଏହା ଉପରେ କାହିଁକି ଉଡୁଛନ୍ତି ମାଛି ? ପୋତା ହୋଇଥିବା ଜିନିଷକୁ ନେଇ ପୁରା ଅଞ୍ଚଳବାସୀ ଭୟଭୀତ ! ଦେଖନ୍ତୁ video

ଏହି ଜାଗାରେ କଣ ପୋତା ହୋଇଛି ! ମଣିଷ ନା ପଶୁ ନା ଆଉ କିଛି ! ମାଟି ତଳେ ପୋତା ଯାଇଥିବା ଅଜଣା ଜିନିଷକୁ ନେଇ ସାରା ଅଞ୍ଚଳ ଭୟଭୀତ ରହିଛି । ଏମିତି କିଏ କାହାକୁ ବା କଣ ଆଣି ଜଙ୍ଗଲରେ ପୋତି ଦେଇଗଲା ? କେହି କେମିତି କିଛି ବି ଜାଣିପାରିଲେ ନାହିଁ ? ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅନ୍ତର୍ଗତ ଶାଳିଜଙ୍ଗା ପଞ୍ଚାୟତର ସାହୁପୁର ନିକଟ ଜଙ୍ଗଲରେ । ସ୍ଥାନୀୟ ଲୋକେ ଜଙ୍ଗଲ ଭିତରେ କିଛି ପୋତା ଯାଇଥିବା ଦେଖିବାକୁ ପାଇଥିଲେ ।

ପୋତା ହେବା ସ୍ଥାନଟି କାହାକୁ ସମାଧି ଦିଆହେବା ଭଳି ଦେଖା ଯାଉଥିବାରୁ ଲୋକଙ୍କର ସନ୍ଦେହ ବଢିଥିଲା । ମାଟି ଚାରିପଟେ ମାଛି ଉଡିବା ସହ ମାଟି ଉପରେ ଚୂନ ମଧ୍ୟ ପକାଯାଇଛି । ଟୁବୁରିଟଙ୍କା ଜାତୀୟ ରାଜପଥ ଠାରୁ ପୋତା ହେବା ସ୍ଥାନ ପ୍ରାୟ ୪ କିମି ଦୂର ହେବ । ସୂଚନା ମୁତାବକ ସ୍ଥାନୀୟ ଅଞ୍ଚଳର ଟୁକୁ ହେମ୍ବ୍ରମ ନାମକ ଜଣେ ବ୍ୟକ୍ତି ପ୍ରତିଦିନ ଭଳି ଛେଳି ଚରାଇବା ପାଇଁ ଜଙ୍ଗଲ ଭିତରକୁ ଯାଇଥିଲେ ।

ସେଦିନ ଜଙ୍ଗଲ ଭିତରେ ଯାଉଥିବା ବେଳେ ମାଟି ତାଡି ସେଠାରେ କିଛି ପୋତା ଯାଇଥିବା ଦେଖିବାକୁ ପାଇଥିଲେ । ଏହାସହ ସେଥିରେ ଲୁଣ ଦିଆ ଯାଇଥିଲା ବୋଲି ଜାଣି ପାରିଥିଲେ । ଖାଲି ସେତିକି ନୁହେଁ ବରଂ ସେଠାରେ ବ୍ରେଡ, ଜାମ୍ ଓ ସଫଲ୍ ଜରି ପଡିଥିବା ମଧ୍ୟ ଟୁକୁ ଦେଖିଥିଲେ । ଏହା ଦେଖିବାରେ ସେ ତୁରନ୍ତ ଯାଇ ସାହୁପୁରରେ ଏହା ଅବଗତ କରାଇଥିଲେ ।

ସେଠାକାର ଲୋକେ ସ୍ଥାନୀୟ ସରପଞ୍ଚ ଓ କଳିଙ୍ଗନଗର ପୋଲିସକୁ ଯାଇ ଘଟଣା ସମ୍ପର୍କରେ ଜଣାଇଥିଲେ । ଗତକାଲି ସନ୍ଧ୍ୟାରେ ପୋଲିସ ଓ ସରପଞ୍ଚଙ୍କ କିଛି ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ । ବର୍ତ୍ତମାନ ସମସ୍ତଙ୍କ ମନରେ ପ୍ରଶ୍ନ ଯେ, ଏହି ମାଟି ଭିତରେ କଣ ଅଛି ? ଯଦି ମାଟି ଭିତରେ ମୃତଦେହ ଅଛି ତେବେ ଏଠାକୁ କିପରି ଆସିଲା ? ଏହାସହ ମୃତଦେହଟି କାହାର ହୋଇ ଥାଇପାରେ ତାହା ମଧ୍ୟ ଚର୍ଚ୍ଚାର ବିଷୟ ।

ଏହି ଘଟଣାକୁ ନେଇ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି । ତେବେ ଦେଖାଯାଉ ଆଗକୁ ପୋଲିସ କଣ ପଦକ୍ଷେପ ନେଉଛି ଏବଂ ଗାତ ଭିତରୁ କଣ ବାହାରୁଛି ! ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।