“ସେ ଯାହାକୁ ବାହା ହୋଇ ଖୁସିରେ ରହୁଛି ରହୁ, ମୋତେ କେବଳ Salman Khan…” କ୍ୟାମେରା ଆଗରେ କାନ୍ଦି କାନ୍ଦି ଇଏ କଣ କହିଲେ Rani Panda !

ଯାତ୍ରା ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ରାଣୀ ପଣ୍ଡା ସୋସିଆଲ ମିଡିଆରେ ବେଶ ସକ୍ରିୟ ରୁହନ୍ତି । ନିଜ ଫ୍ୟାନ୍ସଙ୍କ ସୁଖ ଦୁଃଖ ବାଣ୍ଟିବା ସହ ଦର୍ଶକଙ୍କୁ ଭଲ ପରାମର୍ଶ ମଧ୍ୟ ଦିଅନ୍ତି । ତେବେ ରାଣୀ ପଣ୍ଡା ତାଙ୍କ ଅଭିନୟ ଓ ଡ୍ୟାନ୍ସ ପାଇଁ ଯେତିକି ପ୍ରସିଦ୍ଧ ବିବାଦୀୟ ମନ୍ତବ୍ୟ ପାଇଁ ମଧ୍ୟ ସେତିକି ପ୍ରସିଦ୍ଧ । ତାଙ୍କ ବେବାକ୍ କଥା କହିବା ଶୈଳୀକୁ ଅନେକ ପସନ୍ଦ କରୁଥିବା ଅନେକ ଲୋକ ସମାଲୋଚନା ମଧ୍ୟ କରନ୍ତି । ତେବେ ରାଣୀ ପଣ୍ଡା କିନ୍ତୁ ସବୁବେଳେ ନିର୍ଭୟରେ ମୁଣ୍ଡ ଟେକି ବଞ୍ଚିବା ପାଇଁ ସବୁଠୁ ଅଧିକ ପସନ୍ଦ କରନ୍ତି ।

ନିକଟରେ କିଛି ଦିନ ବ୍ଯବଧାନରେ ରାଣୀ ପଣ୍ଡାଙ୍କୁ ପୁଣି ଥରେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ସେ ଭିଡିଓ ଜରିଆରେ ତାଙ୍କ ଫ୍ୟାନ୍ସମାନଙ୍କ ସହ ବାର୍ତ୍ତାଳାପ କରିବା ସହ ନିଜ ଘର ଦେଖାଇଥିଲେ । ଏହାସହ ସେ ନିଜ ଜୀବନର କିଛି ଖାସ୍ କଥା ମଧ୍ୟ ଫ୍ୟାନ୍ସମାନଙ୍କ ସହ ଶେୟାର କରିଛନ୍ତି । ରାଣୀ ପଣ୍ଡା ଯାତ୍ରା ଦୁନିଆରୁ ବେଶ ନାଁ କମାଇଛନ୍ତି । କିନ୍ତୁ ଆଜି ଯାଏଁ ଅବିବାହିତ ରହିଛନ୍ତି । ତେବେ ସମୟ ସମୟରେ ନିଜ ପ୍ରେମିକଙ୍କ ନାମ ନନେଇ ତାଙ୍କ ବିଷୟରେ ଫ୍ୟାନ୍ସଙ୍କୁ ସେ ଜଣାଇଥାନ୍ତି ।

ଏଥର କିନ୍ତୁ ନିଜ ପ୍ରେମିକଙ୍କ ବିଷୟରେ କହିବା ବେଳେ ରାଣୀ ପଣ୍ଡା ବେଶ ଭାବପ୍ରବଣ ହୋଇ ପଡିଥିଲେ ଓ ତାଙ୍କ ଆଖିରୁ ଧାର ଧାର ଲୁହ ଝରି ପଡିଥିଲା । ରାଣୀ ପଣ୍ଡା କ୍ୟାମେରା ସାମ୍ନାରେ ଲୁହ ଗଡାଇ ବେଶ କିଛି ସମୟ କାନ୍ଦିଥିଲେ । ଏହାସହ କହିଥିଲେ କି, ସେ ଜୀବନରେ ଯାହାକୁ ଚାହିଁଥିଲେ ତାକୁ କେବେବି ପାଇପାରିବେ ନାହିଁ ।

ହୃଦୟର ସହ ଯାହାଙ୍କୁ ସେ ପ୍ରେମ କରିଥିଲେ ସେ ବର୍ତ୍ତମାନ ଅନ୍ୟ କାହାକୁ ବିବାହ କରି ସାରିଛନ୍ତି । ତେଣୁ ତାଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେଉ ବୋଲି ରାଣୀ କାମନା କରିଛନ୍ତି । ଏହାଛଡା ସେ ନିଜ କ୍ଯାରିୟର ଏବଂ ଟଙ୍କା ରୋଜଗାର ଉପରେ ଧ୍ୟାନ ଦେଉଛନ୍ତି । ଜୀବନରେ ତାଙ୍କର ଏତିକି କେବଳ ଇଚ୍ଛା ଅଛି ଯେ ସେ ବଲିଉଡରେ କାମ କରିବେ ଏବଂ ସୁପରଷ୍ଟାର ସଲମାନ ଖାନଏନକେଊ ଭେଟିବେ ।

ଯଦି ତାଙ୍କର ଏତିକି ଇଛା ପୂରଣ ହୋଇଯାଏ ତେବେ ସେ ଜୀବନରେ ସବୁକିଛି ପାଇଗଲେ ବୋଲି ଭାବିବେ । ସେ ଅଧିକରୁ ଅଧିକ ରୋଜଗାର କରି ଗରିବ ଲୋକଙ୍କ ସାହାଯ୍ୟ କରିବାକୁ ଚାହାନ୍ତି ବୋଲି ମଧ୍ୟ ପ୍ରକାଶ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।