ଜଗା ଦୁଆରେ ମା’ ପୁଅଙ୍କର ମିଳନ ହେଲା, ମାଆର ଲୁହ ଦେଖି ଫେରି ଆସିଲା ସବୁଦିନ ପାଇଁ ଘରଛାଡି ଚାଲି ଯାଇଥିବା ପୁଅ, ଦେଖନ୍ତୁ video

ଜଗା ଦୁଆରେ ମା’ ପୁଅଙ୍କର ମିଳନ ହୋଇଛି । ପୁଅକୁ ପାଇ ମାଆ ଖୁସିରେ କୁଣ୍ଢାଇ ପକାଉଛି । ଗେଲ ବସରିଆ ପୁଅକୁ ପାଇ ମା’ ଆଜି ବହୁତ ଖୁସି । ପୁଅ ତୋତେ ଆଉ କେବେବି ମୋ ପାଖରୁ ଦୂରେଇ ଯିବାକୁ ଦେବିନି ବୋଲି କହୁଛନ୍ତି ମାଆ । ପୁଅ ବି ତା’ ମାକୁ କହୁଛି, ମୁଁ ତୋତେ ଛାଡି ଆଉ କେବେବି କୁଆଡେ ଯିବିନି । ମା’ ପୁଅଙ୍କ ଆଖିରୁ ଆଜି ଧାର ଧାର ଲୁହ ଝରିପଡୁଛି । ମା’ର ମମତା ଓ ଲୁହ ପାଇଁ ଆଜି ଏହି ସ୍ନେହପୂର୍ଣ୍ଣ ଚିତ୍ର ସଫଳ ହୋଇପାରିଛି ।

ପୁଅକୁ ଆଜି ତା’ ପାଖକୁ ଫେରାଇ ଆଣିଛି ମା’ର ଲୁହ । କିଛିଦିନ ତଳେ ଏକ ଚିଠି ଲେଖି ଘରୁଛାଡି କୁଆଡେ ଚାଲି ଯାଇଥିଲା ପୁଅ । ଆଉ ପୁଅକୁ ଝୁରି ତା’ ଫଟୋ ଧରି ଭୋ ଭୋ ହୋଇ କାନ୍ଦୁଥିଲା ମା । ଆଉ କହୁଥିଲା ଧନରେ ତୋ କେଉଁଠି ଅଛୁ ଫେରିଆ । ଆଉ ଆଜି ପୁଅ ଫେରି ଆସିବା ପରେ ମାଆ ମୁହଁରେ ହସ ଫୁଟିଛି । ଖବର ମୁତାବକ, ଗତ ବୁଧବାର ଦିନ ଗଞ୍ଜାମ ହିଞ୍ଜିଳିକାଟୁ କାଳୁଆ ସାହିର ରେଣୁକା ପାଣିଗ୍ରାହୀଙ୍କ ପୁଅ ନାରାୟଣ ପାଣିଗ୍ରାହୀ ଦଶମ ପରୀକ୍ଷାରେ ଫେଲ୍ ହୋଇଯିବା ଭୟରେ ଘରଛାଡି ଚାଲି ଯାଇଥିଲେ ।

ଆଉ ଯିବା ପୂର୍ବରୁ ମାଆଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖି ଯାଇଥିଲେ । ସେ ଚିଠିରେ ଲେଖିଥିଲେ କି, ମାଆ ମୁଁ ଦଶମ ପରୀକ୍ଷାରେ ପାସ୍ ହେବି ବୋଲି ମୋର ଆଶା ନାହିଁ । ସେଥିପାଇଁ ମୁଁ ଘରଛାଡି ଚାଲି ଯାଉଛି । ମା’ ମୁଁ ତୋତେ କଥା ଦେଉଛି ମୁଁ ଗୋଟେ ଭଲ ମଣିଷ ହୋଇ ଆଉ ବଡ ମଣିଷ ହୋଇ ତୋ ପାଖକୁ ଫେରିବି ।”

ଚିଠିରେ ଏମିତି କିଛି ଲେଖି ସବୁଦିନ ପାଇଁ ଘରଛାଡି ଚାଲି ଯାଇଥିଲେ ନାରାୟଣ । ଆଉଆ ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବା ପରେ ତାଙ୍କ ମା’ଙ୍କ କାନ୍ଦକୁ ଦେଖିଥିଲେ ନାରାୟଣ । ଯାହା ଦେଖି ସେ ବିଲକୁଲ ସହି ପାରି ନଥିଲେ । ଏହାପରେ ସେ ନିଜେ ଫୋନ କରି ପୁରୀର ଏକ ହୋଟେଲରେ ଥିବା ତାଙ୍କ ମା’ଙ୍କୁ ଜଣାଇଥିଲେ । ଆଉ ତୁରନ୍ତ ପୁଅକୁ ଆଣିବା ପାଇଁ ପୁରୀରେ ଯାଇ ପହଞ୍ଚିଥିଲେ ରେଣୁକା ପାଣିଗ୍ରାହୀ ।

ସ୍ଥାନୀୟ ପୋଲିସର ସହାୟତାରେ ପୁରୀରୁ ନିଜ ପୁଅକୁ ନେଇ ଘରକୁ ଫେରିଛନ୍ତି ରେଣୁକା । ଜଗା ଦୁଆରେ ମା’ ପୁଅଙ୍କର ମିଳନ ହେଲା ବୋଲି ଲୋକେ ଏବେ କଥା ହେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।