ଏଥର ଅବସର ପାଇବା କ୍ଷଣି ମିଳିବ ପେନସନ, ଆଉ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡିବନି, ପେନସନ ଝାମେଲାକୁ ଏଡାଇବା ପାଇଁ ଆସିଲା ନୂଆ ନିୟମ

ପେନସନ ସୁବିଧାକୁ ଆହୁରି ସରଳ କଲେ ସରକାର । ଏଣିକି ସରକାରୀ ଚାକିରିରୁ ଅବସର ନେବାର ମାତ୍ର କିଛିଦିନ ପରେ ପେନସନ ପାଇବେ କର୍ମଚାରୀ । ସେଥିପାଇଁ ସବୁ ବିଭାଗରୁ ନୋ ଡିମାଣ୍ଡ ପ୍ରମାଣ ପତ୍ର ବା ଏନଡ଼ିସି ଆଣିବା ଆଉ ଜରୁରୀ ନୁହେଁ । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସବୁ ବିଭାଗକୁ ଚିଠି ଲେଖି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଣିକି କର୍ମଚାରୀ ଯେଉଁ ବିଭାଗରେ କାର୍ଯ୍ୟ କରୁଥିବେ ବା ଯେଉଁ ବିଭାଗରୁ ଅବସର ଗ୍ରହଣ କରିଥିବେ କେବଳ ସେହି ବିଭାଗରେ ହିଁ ପେନସନ ମଞ୍ଜୁରୀ ପାଇଁ ପ୍ରମାଣ ପତ୍ର ଆଣିବାକୁ ହେବ ।

ବ୍ୟକ୍ତିଙ୍କୁ ଅବସର ନେଇଥିବା ବିଭାଗର ଅବସର ପ୍ରାପ୍ତ କର୍ମଚାରୀ କିମ୍ବା ଅଧିକାରୀଙ୍କ ବର୍ଷକ ର ନୋ ଡିମାଣ୍ଡ ପ୍ରମାଣ ପତ୍ର ବା ଏନଡ଼ିସି ପ୍ରଦାନ କରିବେ । ଜଣେ କର୍ମଚାରୀ କିମ୍ବା ଅଧିକାରୀ ଅବସର ନେଇଥିବା ବିଭାଗରେ 6 ମାସ କାମ କରିଥିଲେ ତେବେ ଯାଇ ଅବଶିଷ୍ଟ 6 ମାସର ନୋ ଡିମାଣ୍ଡ ପ୍ରମାଣ ପତ୍ର ପୂର୍ବ ବିଭାଗକୁ ଅଣାଯିବ । କର୍ମଚାରୀଙ୍କ ଚାକିରି କାଳ ମଧ୍ୟରେ କାମ କରିଥିବା ସବୁ ବିଭାଗରୁ ନୋ ଡିମାଣ୍ଡ ପ୍ରମାଣ ପତ୍ର ଆଣିବା ଜରୁରୀ ହେବ ନାହିଁ ।

ଫଳରେ ଅବସର ନେବାର ଖୁବ କମ୍ ଦିନ ମଧ୍ୟରେ ଅବସର ପ୍ରାପ୍ତ କର୍ମଚାରୀଙ୍କର ଚୁଡାନ୍ତ ପେନସନ ପେପର ମହା ଲେଖାକାରଙ୍କୁ ପ୍ରଦାନ କରାଯିବ । ଏହାପରେ ସମ୍ପୃକ୍ତ କର୍ମଚାରୀଙ୍କ ପେନସନ ତତକ୍ଷଣାତ ମଞ୍ଜୁର କରି ଦିଆଯିବ । 2011 ଜୁଲାଇ ମାସରୁ ଅର୍ଥ ବିଭାଗ ପେନସନ ଅଧିନିୟମ 1992 ରେ ପେନସନକୁ ନେଇ କିଛି ସଂଶୋଧନ କରିଥିଲେ ।

ହେଲେ ମଧ୍ୟ ଅଧିକାଂଶ ବିଭାଗ ଏହି ନିୟମକୁ ଅଣଦେଖା କରି ଚାଲିଥିଲେ । ପୂର୍ବରୁ ଅବସର ନେଇଥିବା କର୍ମଚାରୀ ନିଜ ଚାକିରି କାଳ ମଧ୍ୟରେ ଯେତେ ଗୋଟି ବିଭାଗରେ କାମ କରୁଥିଲେ ସବୁ ବିଭାଗରୁ ଏନଡ଼ିସି ମଗା ଯାଉଥିଲା । ଏହି କାରଣରୁ କର୍ମଚାରୀଙ୍କୁ ପେନସନ ମିଳିବାରେ ବହୁତ ଦିନ ଲାଗି ଯାଉଥିଲା ।

ତେଣୁ ନୂଆ ନିୟମକୁ କଡାକଡି ଭାବେ ପାଳନ କରିବା ଲାଗି ମୁଖ୍ୟ ଶାସନ ସଚିବ ସବୁ ବିଭାଗଜ୍କୁ ସୂଚନା ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।