ବାପାକୁ ଚାହିଁ ଚାହିଁ ଦିନ ଗଡିଗଲା, ଜନ୍ମଦିନରେ ବି ଆସିଲେନି ବାପା… Deepika ଏମିତି ପାଳିଲେ ପୁଅର ଜନ୍ମଦିନ

ବାପାଙ୍କ ମୁହଁକୁ ଚାହିଁ ଚାହିଁ ଦିନ କଟିଗଲା । ଆଉ ଶେଷରେ ମନ ଦୁଃଖରେ ମାଆ ସହ ଜନ୍ମଦିନ କେକ୍ କାଟିଥିଲା ଦୀପିକା ଓ ଦିନେଶଙ୍କ ପୁଅ । ଦୀପିକାଙ୍କ ପୁଅର ଜନ୍ମଦିନ ପାଳନ ବେଳର କିଛି ଫଟୋ ଏବେ ସାମ୍ନାକୁ ଆସିଛି । ଏହି ଜନ୍ମଦିନରେ ଦୀପିକାଙ୍କ ପୁରା ପରିବାର ମାଉସୀ, ଆଈ ସମସ୍ତେ ଯୋଗ ଦେଇଥିଲେ । ଏକ ବର୍ଷରେ ପଦାର୍ପଣ କରିଛି ତାଙ୍କର ନିରୀହ ଛୁଆ । ହେଲେ ଦିନେଶ ତଥା ପୁଅର ବାପା ଏହି ଜନ୍ମଦିନ ଫଟୋରେ କେଉଁଠି ବି ନଜର ଆସୁ ନାହାନ୍ତି ।

ଶେଷରେ ବାପା ବିନା ହିଁ ଜନ୍ମଦିନ ପାଳିଛି ପୁଅ । ପୁଅ ଜନ୍ମଦିନ ପାଇଁ ଘରକୁ କେକ୍ ଆସିଛି । ଆଉ କେକ୍ ଉପରେ ଦୀପିକା, ଦିନେଶ ଓ ତାଙ୍କ ପୁଅର ଫଟୋ ଲାଗିଛି । କେକ୍ ରେ ସିନା ବାପାର ଫଟୋ ଲାଗିଲା ହେଲେ ପୁଅର ଜନ୍ମଦିନ ଖୁସିରେ ସାମିଲ ହେବାକୁ ଦିନେଶ ସତରେ ଆସିଲେନି । ନିଜ ରକ୍ତର ପୁଅର ଜନ୍ମଦିନ ଭୁଲିଗଲେ ଦିନେଶ ।

ନିଜ ଛୁଆର ପ୍ରଥମ ଜନ୍ମଦିନ ପାଳିବା ପାଇଁ ବାପା ଚାହିଁ ବସିଥାଏ, ହେଲେ ଦିନେଶ ଭଳି ବାପା ଆଜି ପୁଅର ଜନ୍ମଦିନରେ ବି ତା’ ମୁହଁ ଦେଖିବାକୁ ଆସୁନି । ଦୀପିକା ଏବେବି ତାଙ୍କ ପୁଅକୁ ବାପାର ପରିଚୟ ଦେବା ପାଇଁ ଏବଂ ନିଜେ ସ୍ତ୍ରୀର ପରିଚୟ ପାଇବା ପାଇଁ ଦିନେଶଙ୍କ ଘର ଆଗରେ ବସି ରହିଛନ୍ତି । ହେଲେ ଏ ପର୍ଯ୍ୟନ୍ତ ବିବାଦର ସମାଧାନ ହୋଇ ପାରୁନି ।

କୋର୍ଟଙ୍କ ରାୟକୁ ଅପେକ୍ଷା କରିଥିଲେ ସୁଦ୍ଧା ଦୀପିକାଙ୍କ ଅପେକ୍ଷା ଦୀର୍ଘ ମାସରୁ ଶେଷ ହେବାର ନାଁ ନେଉନି । ଗତକାଲି ଦୀପିକା ଓ ଦିନେଶଙ୍କ ପୁଅର ଜନ୍ମଦିନ ଥିଲା । ଦୀପିକା ନିଜେ ତାଙ୍କ ପରିବାର ସହ ପୁଅର ଜନ୍ମଦିନ ପାରୁପର୍ଯ୍ୟନ୍ତ ଧୁମଧାମରେ ପାଳନ କରିଛନ୍ତି । ଦିନେଶ ଯଦି ପୁଅର ଜନ୍ମଦିନ ଖୁସିରେ ସାମିଲ ହେବାକୁ ଆସିଥାନ୍ତେ ତେବେ କୁନି ଛୁଆର ପରିବାର ପୁରା ହୋଇଥାନ୍ତା ।

କିନ୍ତୁ ସବୁଥର ଭଳି ଏଥର ବି ଠକିଦେଲେ ଦିନେଶ । ଦୀପିକାଙ୍କ ସହ ପ୍ରତାରଣା ତ କଲେ ନିଜ ଜନ୍ମ କଲା ଛୁଆର ଖାସ୍ ଦିନରେ ବି ତା’ ପାଖକୁ ଯିବାକୁ ଉଚିତ ମଣିଲେଣି ଦିନେଶ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।