ଭାଇରାଲ ହେଉଛି ଡାକ୍ତରାଣୀଙ୍କ ଶେଷ ଡ୍ୟାନ୍ସ ଭିଡିଓ, କଣ ପାଇଁ ଚାଲିଗଲା Dr. Subhashree Kar ଙ୍କ ଜୀବନ ?

ନୂଆବର୍ଷକୁ ସ୍ଵାଗତ କରିବା ପାଇଁ ଡାକ୍ତରଖାନାର ସମସ୍ତ ଡାକ୍ତର, ଡାକ୍ତରାଣୀ ଓ କର୍ମଚାରୀ ମିଶି ପରିବାର ମିଳନ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଭୋଜିଭାତ ସାଙ୍ଗକୁ ବିଳମ୍ବିତ ରାତି ଯାଏଁ ନାଚ ଗୀତ ଚାଲିଥିଲା । ଡାକ୍ତରଖାନାର ଉପର କ୍ଵାର୍ଟରରେ ରହୁଥିବା ଡାକ୍ତର ଶୁଭଶ୍ରୀ କର ଷ୍ଟାଫଙ୍କ ସହ ମିଶି ଖୁବ ଠୁମକା ଲଗାଇଥିଲେ । ଡାକ୍ତରଖାନାରେ ତାଙ୍କ ଭଲ ବ୍ୟବହାର ପାଇଁ ତାଙ୍କୁ ସମସ୍ତେ ବେଶ ପସନ୍ଦ କରୁଥିଲେ । 2ଟା ରାତିରେ ନାଚ ଗୀତ ସାରି ନିଜ ରୁମ୍ କୁ ଯାଇଥିଲେ ।

ସକାଳେ ଶୁଭଶ୍ରୀ ଡାକ୍ତରଖାନା ନ ଆସିବାରୁ ଅନ୍ୟମାନେ ଭାବିଥିଲେ କି ଡେରି ରାତି ଯାଏଁ ଜାଗି ରହିଥିବାରୁ ସେ ହୁଏତ ବିଶ୍ରାମ ନେଉଛନ୍ତି । ହେଲେ ଅପରାହ୍ନ ଯାଏଁ ଶୁଭଶ୍ରୀ କବାଟ ନ ଖୋଲିବାରୁ ସମସ୍ତଙ୍କ ମନରେ ସନ୍ଦେହ ଘନେଇଥିଲା । ଶେଷରେ ପୋଲିସକୁ ଖବର ଦିଆ ଯାଇଥିଲା ଓ ପୋଲିସ ଆସି କବାଟ ଭାଙ୍ଗି ଭିତରେ ପଶିଥିଲା । ସେତେବେଳକୁ ଦେଖିବାକୁ ମିଳିଲା କି ଶୁଭଶ୍ରୀଙ୍କ ମୃତଦେହ ତାଙ୍କ ଖଟ ଉପରେ ପଡି ରହିଛି ।

ରାତିରେ ଅତ୍ୟଧିକ ନାଚ ଗୀତ ଓ ଖିଆପିଆ ଶୁଭଶ୍ରୀଙ୍କ ଶରୀର ସହ୍ୟ କରି ପାରିଲାନି ବୋଲି ଅନେକ ସନ୍ଦେହ କରୁଥିଲେ । ହେଲେ ଏହା ପଛରେ ଅନ୍ୟ କିଛି କାରଣ ଥାଇପାରେ ବୋଲି ଅନ୍ୟମାନଙ୍କ ମନରେ ଆସିଥିଲା । ତେବେ ପୂର୍ବ ରାତିରେ ଡାକ୍ତର ଶୁଭଶ୍ରୀ କର୍ମଚାରୀଙ୍କ ଗହଣରେ ନାଚ ଗୀତ କରି ଖୁବ ମଜା କରିଥିଲେ । ଏମିତି ନାଚୁଥିଲେ ସତେ ଯେମିତି ତାଙ୍କ ଜୀବନରେ ଶେଷଥର ପାଇଁ ନାଚୁଛନ୍ତି ।

ସତକୁ ସତ ସେଇଆ ମଧ୍ୟ ହେଲା । ଆଉ ଉଠିଲେନି ଡାକ୍ତର ଶୁଭଶ୍ରୀ । ତାଙ୍କ ନାଚ ଗୀତର ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ଶୁଭଶ୍ରୀଙ୍କର ପ୍ରେମିକ ଦିବ୍ୟ ସହ ମନୋମାଳିନ୍ୟ ଚାଲିଥିବା କଥା ସାମ୍ନାକୁ ଆସିଛି । ଶୁଭଶ୍ରୀଙ୍କ ସହ ପ୍ରେମ ସମ୍ପର୍କରେ ରହିବା ପରେ ତାଙ୍କୁ ବିବାହ କରିବା ପାଇଁ ମନା କରି ଦେଇଥିଲେ ଡାକ୍ତର ଦିବ୍ୟ ରଞ୍ଜନ ମାଝୀ । ଯେଉଁଥି ପାଇଁ ଶୁଭଶ୍ରୀ ଦୁଃଖରେ ଭାଙ୍ଗି ପଡିଥିଲେ । ଏନେଇ ସେ ଗତ ଡିସେମ୍ବର ମାସରେ ଥାନାରେ ଏକ ଅଭିଯୋଗ ମଧ୍ୟ କରିଥିଲେ ।

ତାଙ୍କ ମୃତ୍ୟୁ ମାମଲା ଏବେ ବି ରହସ୍ୟ ଘେରରେ ଥିବାବେଳେ ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ତାଙ୍କ ଶେଷ ଡ୍ୟାନ୍ସ ଭିଡିଓ ସମସ୍ତଙ୍କୁ ନ୍ଖୁବ ଭାବୁକ କରି ଦେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।