ଏଥର ବିବାହିତା ଝିଅ ମଧ୍ୟ ଅନୁକମ୍ପା ମୂଳକ ଚାକିରି ପାଇପାରିବେ । ଓଡିଶା ହାଇକୋର୍ଟ ଶୁଣାଇଲେ ଏଭଳି ଏକ ଐତିହାସିକ ରାୟ । ଯଦି କୌଣସି ସରକାରୀ କର୍ମଚାରୀ ଚାକିରିରେ ଥିବାବେଳେ ମୃତୟବରଣ କରୁଛନ୍ତି ତେବେ ତାଙ୍କ ପଦବୀରେ ତାଙ୍କ ବିବାହିତା ଝିଅଙ୍କୁ ଚାକିରି ମିଳିପାରିବ । ଏକ ମାମଲାର ବିଚାର କରୁଥିବା ବେଳେ ଓଡିଶା ହାଇକୋର୍ଟ ଏଭଳି ଏକ ଐତିହାସିକ ରାୟ ଶୁଣାଇଛନ୍ତି ।
ପୂର୍ବରୁ ଏହି ସୁବିଧା ଅର୍ଥାତ ସରକାରୀ କର୍ମଚାରୀ କାର୍ଯ୍ୟକାଳ ମଧ୍ୟରେ ଥାଇ ମୃତ୍ୟୁବରଣ କରୁଥିଲେ ତାଙ୍କ ଜାଗାରେ ତାଙ୍କର ଅବିବାହିତା ପୁଅ କିମ୍ବା ଝିଅଙ୍କୁ ନିଯୁକ୍ତି ଦିଆ ଯାଉଥିଲା । ହେଲେ ବର୍ତ୍ତମାନ ଏହି ନିୟମରେ ପରିବର୍ତ୍ତନ କରି ଓଡିଶା ହାଇକୋର୍ଟ ଶୁଣାଣି କରିଛନ୍ତି । କୋର୍ଟ କହିଛନ୍ତି କି, ଏହି କ୍ଷେତ୍ରରେ ଥିବା ସରକାରୀ ପ୍ରତିବନ୍ଧକ ଆଇନ ଅନୁସାରେ ଗ୍ରହଣୀୟ ନୁହେଁ । କୋର୍ଟ ଆହୁରି ମଧ୍ୟ କହିଛନ୍ତି କି, ବିବାହିତା ଝିଅଙ୍କୁ ଅନୁକମ୍ପା ମୂଳକ ନିଯୁକ୍ତି ପ୍ରଦାନ କରା ନଯିବା ଏକ ମନକୁଖି ନିଷ୍ପତ୍ତି ।
ଏହା ସମ୍ବିଧାନର ଧାରା ୧୪, ୧୫ ଏବଂ ୧୬ (୨) ର ଉଲ୍ଲଂଘନ କରୁଛି ବୋଲି ମାନ୍ୟବର ହାଇକୋର୍ଟ କହିଛନ୍ତି । ଏହା ସହିତ ହାଇକୋର୍ଟ ଏଭଳି ମନମୁଖୀ ସରକାରୀ ନୀତିକୁ ରବ୍ଦ କରି ଦେଇଛନ୍ତି । ଏଥିସହିତ ଏହି କ୍ଷେତ୍ରରେ ବିବାହିତା ଝିଅଙ୍କୁ ମଧ୍ୟ ସରକାରୀ କ୍ଷେତ୍ରରେ ଅନୁକମ୍ପା ମୂଳକ ନିଯୁକ୍ତି ଦେବା ପାଇଁ ପଦକ୍ଷେପ ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ହୋଇଥିବା ଖଣ୍ଡପୀଠ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ସୂଚନା ମୁତାବକ, ପ୍ରାଥମିକ ସ୍କୁଲର ଶିକ୍ଷକ ଥିବା ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ସ୍ଥାନରେ ଅନୁକମ୍ପା ସଦୃଶ ଯୋଗ୍ୟ ବିବେଚିତ ଥିବା ବିବାହିତା ଝିଅଙ୍କୁ ଚାକିରି ନଦେବାକୁ ସରକାରୀ ନୀତି ଅନୁସାରେ ମନା କରି ଦେଇଥିଲେ ସରକାର । ଆଉ ଏହାର ବିରୋଧ କରି ବିବାହିତା ଝିଅ ବାସନ୍ତୀ ନାୟକ ହାଇକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ।
ଆଉ ଏହି ପିଟିସନର ଶୁଣାଣି କରି ମାନ୍ୟବର୍ଟ ହାଇକୋର୍ଟ ଏଭଳି ଏକ ଐତିହାସିକ ରାୟ ଶୁଣାଇବା ସହ ରାଜ୍ୟ ସରକାରଙ୍କୁ ଏନେଇ ଶୀଘ୍ର ପଦକ୍ଷେପ ନେବାକୁ ଓ ଏହି ନୀତିରେ ପରିବର୍ତ୍ତନ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।