ଆପଣଙ୍କ ଠାରେ ଅଛି କି ଏହି ଲକ୍ଷଣ ? କିଡନୀ ଖରାପ ହେବ ପୂର୍ବରୁ ଶରୀର ଦେଇଥାଏ 10 ସଙ୍କେତ, ଠିକ ସମୟରେ ଜାଣି ନ ପାରିଲେ ମୃତ୍ଯୁ ନିଶ୍ଚିତ !

ବନ୍ଧୁଗଣ ମଣିଷ ଶରୀରର ମହତ୍ଵ ପୂର୍ଣ୍ଣ ଅଙ୍ଗ ହେଉଛି କିଡନି । ଏହା ହେଉଛି ଏମିତି ଅଙ୍ଗ ଯାହା ବିନା ବ୍ୟକ୍ତି ବଞ୍ଚିବା ସମ୍ଭବ ନୁହେଁ । କାରଣ ମାନବ ଶରୀରକୁ ସୁଚାରୁରୂପେ ଚଳାଇବାକୁ ହେଲେ କିଡନି ର ସ୍ଵସ୍ଥ ହେବା ନିହାତି ଜରୁରୀ ଅଟେ । କିନ୍ତୁ ଆଜିର ବ୍ୟସ୍ତ ବହୁଳ ଜୀବନ ଶୈଳୀ ଓ ଖାଦ୍ୟପେୟ କାରଣରୁ କିଡନି ଖରାପ ହେବାର ଲକ୍ଷଣ ଦେଖା ଯାଉଛି ଯାହା ବହୁତ ଚିନ୍ତା ର ବିଷୟ ଅଟେ । ଆଜି ଆମେ ଆପଣ ମାନଙ୍କୁ କିଡନି ଖରାପ ହେବା ପୂର୍ବରୁ କେଉଁ ସବୁ ଲକ୍ଷଣ ମିଳିଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- କିଡନି ର କାର୍ଯ୍ୟ କରିବାର କ୍ଷମତା ୯୦ରୁ ୧୦୦ ପ୍ରତିଶତ ରହିଥାଏ । ଏହି ସମୟରେ ଏଫାର ୯୦ ମିଲିଲିଟର ପ୍ରତି ମିନିଟ ରୁ ଅଧିକ ରହିଥାଏ । ଏହି କାରଣରୁ ବ୍ୟକ୍ତିକୁ ପରିସ୍ରାରେ ସମସ୍ଯା ହୋଇଥାଏ ।

୨- କିଡନି ଖରାପ ହେଲେ ଶରୀରରେ ରକ୍ତ ର ଅଭାବ ଦେଖାଯାଏ । ଏହି ରୋଗରେ ପୀଡିତ ବ୍ୟକ୍ତିକୁ ଜଲ୍ଦି ଥକାପଣ ଅନୁଭବ ହେବା ସହ ଶରୀର ହଳଦିଆ ପଡିଯାଏ ।

୩- କିଡନି ଖରାପ ହେବା ପୂର୍ବରୁ ପୀଡିତ ବ୍ୟକ୍ତିଙ୍କ ଟେଷ୍ଟ ରେ ପରିବର୍ତ୍ତନ, ବାନ୍ତି ଲାଗିବା, ଭୋକ ନ ଲାଗିବା ଭଳି ଲକ୍ଷଣ ଦେଖାଯାଏ । କିଡନି ଖରାପ ହେଲେ ଶରୀରରେ ବିଷାକ୍ତ ପଦାର୍ଥର ମାତ୍ରା ବୃଦ୍ଧି ପାଇଥାଏ ।

୪- କିଡନି ଖରାପ ହେଲେ ମୁହଁ, ପେଟ, ପାଦ ଫୁଲିଥାଏ । ଏଭଳି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ ।

୫- କିଡନି ଖରାପ ହେବା ମଧ୍ୟରେ ଉଚ୍ଚ ରକ୍ତଚାପ ମଧ୍ୟ ସାମିଲ ଅଟେ । ଯେଉଁ ବ୍ଯକ୍ତିର କିଡନି ଠିକ ଭାବେ କାମ କରୁ ନ ଥିବ ତାର ଉଚ୍ଚ ରକ୍ତଚାପ ଭଳି ସମସ୍ଯା ଦେଖାଯାଏ । ବର୍ଷରୁ କମ ବୟସର ବ୍ୟକ୍ତିକୁ ଏଭଳି ଲକ୍ଷଣ ଦେଖାଗଲେ କିଡନି ଖରାପ ହେବାର କାରଣ ହୋଇଥାଏ ।

୬- କିଡନି ଖରାପ ହେବାର ଅନ୍ୟ ଏକ କାରଣ ହେଉଛି ପରିସ୍ରାରେ ସମସ୍ଯା ହେବା । କୌଣସି ବ୍ଯକ୍ତିର କିଡନି ଖରାପ ହେବା ଆଗରୁ ପ୍ରଥମେ ପରିସ୍ରାର ରଙ୍ଗରେ ପରିବର୍ତ୍ତନ ହେବା, ପରିସ୍ରା ବନ୍ଦ ହେବା, ରକ୍ତ ପଡିବା ଭଳି ଲକ୍ଷଣ ଦେଖାଯାଏ ।

୭- କୌଆସି ବ୍ଯକ୍ତିର କିଡନି ଖରାପ ହୋଇଥିଲେ ଗରମ ଦିନରେ ଥଣ୍ଡା ଲାଗିଥାଏ । ପୀଡିତ ବ୍ଯକ୍ତିର ଶରୀର ସର୍ବଦା ଥଣ୍ଡା ହେବା ସହ ନିଦ ଅଧିକ ଆସିଲେ କିଡନି ଖରାପ ହେବାର କାରଣ ହୋଇଥାଏ ।

୮- କିଡନି ଖରାପ ହୋଇଥିଲେ ବ୍ୟକ୍ତିକୁ ରାଗ ଲାଗିଥାଏ ଯାହା କାରଣରୁ ଶରୀରରେ ଅକ୍ସିଜେନର ଅଭାବ ହୋଇଥାଏ । ଯାହା କାରଣରୁ ବ୍ୟକ୍ତି ଚିଡିଚିଡା ହୋଇଯାଏ ।

୯- କିଡନି ଖରାପ ହୋଇଥିଲେ ବ୍ଯକ୍ତିର ଅଣ୍ଟା ରେ ଯନ୍ତ୍ରଣା ହୋଇଥାଏ । ଏହା ସହ ସ୍କିନରେ ନାଲି ପଡିବା, ରିୟାଶେଷ ହେବା ଭଳି ଲକ୍ଷଣ ଦେଖାଯାଏ ।

୧୦- କିଡନି ଖରାପ ହେଲେ ଶରୀରର ଓଜନ ଅଚାନକ ବଢିବା ଭଳି ଲକ୍ଷଣ ଦେଖାଯାଏ ।  ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।