ପୁଣି ଶ୍ରୀମନ୍ଦିରରୁ ଖସିଲା ପଥର, ଶ୍ରୀମନ୍ଦିର ପ୍ରଶାସନ ପ୍ରତିକ୍ରିୟା ଦେଇ ନଥିବା ବେଳେ ASI କହିଲା ପଥର ଖସିବାର ପ୍ରକୃତ କାରଣ, ଜାଣିଲେ ଆଶ୍ଚର୍ଯ୍ୟ ହେବେ !

ନିକଟରେ ଶ୍ରୀମନ୍ଦିରର ରତ୍ନ ସିଂହାସନର ପଛ ଭାଗରୁ ଏକ ଚୂନ ପଥର ଖସି ପଡିଥିଲା । ତେବେ ସେହି ସ୍ଥାନରେ କୌଣସି ସେବକ କିମ୍ବା ଶ୍ରଦ୍ଧାଳୁ ନଥିବାରୁ ଏକ ବଡ ବିପଦ ଟଳି ଯାଇଥିଲା । ଖସି ପଡିଥିବା ସେହି ପଥରଟିର ଆଜି ପର୍ଯ୍ୟନ୍ତ ମରାମତି ହୋଇ ପାରିନାହିଁ । କାରଣ ରଥଯାତ୍ରା ସମୟରେ ହିଁ ଶ୍ରୀମନ୍ଦିର ରତ୍ନ ସିଂହାସନର ମରାମତି କରାଯାଇଥାଏ । ଏପର୍ଯ୍ୟନ୍ତ ସେହି ପଥରଟିର ମରାମତି ହୋଇ ନଥିବା ବେଳେ ଅନ୍ୟପଟେ ଜଗମୋହନ ଏବଂ ନାଟ ମଣ୍ଡପକୁ ସଂଯୁକ୍ତ କରୁଥିବା ସ୍ଥାନରୁ ପଥର ଖସିଛି ।

ଏହାକୁ ଲାଗି ଥିବା ମୁଦୁଲି ଦ୍ଵାରର ଉପର ଭାଗରୁ ତଥା ଜଗମୋହନର ଉପର ଭାଗରୁ ଗତକାଲି ସନ୍ଧ୍ୟା ସମୟରେ ଆଉ ଏକ ପଥର ଖସି ପଡିଛି । ଏହାକୁ ଲାଗି ମାଜଣା ମଣ୍ଡପ ଏବଂ ଜେଟିପିଙ୍କ ଚର୍ଚ୍ଚା ସ୍ଥଳୀ ମଧ୍ୟ ରହିଛି । ସେହି ସ୍ଥାନରୁ ଉପର ଭାଗରୁ ଖସିଛି ପଥର । ଯାହାକୁ ନେଇ ସେବାୟତଙ୍କ ଭିତରେ ଘୋର ଅସନ୍ତୋଷ ଭାବନା ସୃଷ୍ଟି ହୋଇଥିଲା । କାରଣ କିଛିଦିନ ବ୍ଯବଧାନରେ ଶ୍ରୀମନ୍ଦିରରୁ ଲଗାତାର ପଥର ଖସିବାର ଦେଖାଦେଇଛି ।

ତେବେ ବର୍ତ୍ତମାନ ଯାଏଁ ଏନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ । ଫଳରେ ଖସିଥିବା ପଥରର ଆକାରକୁ ନେଇ ମଧ୍ୟ କିଛି ସ୍ପଷ୍ଟ ସୂଚନା ମିଳି ପାରିନାହିଁ । ବିଶେଷ ସୂତ୍ରରୁ ଖବର ମିଳିଛି କି, ଗତକାଲି ଶ୍ରୀମନ୍ଦିରରୁ ଖସିଥିବା ପଥରର ଓଜନ ପ୍ରାୟ ୨ରୁ ୩ କିଲୋଗ୍ରାମ ପର୍ଯ୍ୟନ୍ତ ହୋଇପାରେ ।

ତେବେ ଏନେଇ ASI ମଧ୍ୟ ବିଶେଷ ସୂଚନା ଦେଇ ନଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି କି, ଯେହେତୁ ସେହି ସ୍ଥାନରେ ମାଙ୍କଡମାନେ ଖୁବ ଉତ୍ପାତ କରୁଛନ୍ତି ସେଥିପାଇଁ ପଥର ସବୁ ଖସୁଛି । ମାଙ୍କଡମାନେ ବାରମ୍ବାର ମନ୍ଦିର ଉପରେ ଡେଇଁବା ଯୋଗୁଁ ଏହି ପଥର ସବୁ ଖସିଥାଏ । ହେଲେ ଏଠାରେ ପ୍ରଶ୍ନ ଉଠୁଛି, ଯଦି ମାଙ୍କଡ ଡେଇଁବା ଯୋଗୁଁ ପଥର ଖସୁଛି ତେବେ ପଥର ପୂର୍ବରୁ ନିଶ୍ଚିତ ଭାବେ ଦୁର୍ବଳ ରହିଛି ।

ଯେଉଁଥି ପାଇଁ ମାଙ୍କଡ ଡେଇଁବା ଫଳରେ ତାହା ଖସିପଡୁଛି । ASI ତରଫରୁ ଶ୍ରୀମନ୍ଦିର ମରାମତି କାର୍ଯ୍ୟ କରା ଯାଉଥିବା ବେଳେ କେଉଁଠି ନା କେଉଁଠି କାର୍ଯ୍ୟରେ ଅବହେଳା କରୁଛି ASI । ଯାହାକୁ ନେଇ ଏବେ ଅସନ୍ତୋଷ ବଢିବାରେ ଲାଗିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।