୫ ଫୁଟ ଲମ୍ବା, ୬ ଇଞ୍ଚ ମୋଟା ଓ ୫୦ କିଲୋ ଓଜନ କିଙ୍ଗ କୋବ୍ରାକୁ ଦେଖି ଲୋକଙ୍କର ଉଡିଲା ହୋସ, ଭୟରେ ପୁରା ଗାଁ

ୟୁପିର ହମୀରପୁର ଜିଲ୍ଲାରେ ସେହି ସମୟରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଲା, ଯେତେବେଳେ ଜାତୀୟ ରାଜପଥ ନିକଟରେ ଗୋଟିଏ ଗଛରେ ଏକ ବିଶାଳକାୟ କିଙ୍ଗ କୋବ୍ରା ନଜର ଆସିଲା । ଯିଏ ବି ରାସ୍ତା ନିକଟରେ ସାପକୁ ଦେଖିଛି ସେ ବହୁତ ଭୟବିତ ହୋଇ ଯାଇଛି । ଏହି କିଙ୍ଗ କୋବ୍ରା ୧୫ ଫୁଟ ଲମ୍ବା, ୬ ଇଞ୍ଚ ମୋଟା ଓ ୫୦ କିଲୋ ଓଜନର ଥିଲା । ସୂଚନା ଅନୁସାରେ ଯେଉଁ ସାପର ବୟସ ୧୦୦ ବର୍ଷ ହୋଇଥାଏ, ସେ ହିଁ ଏତେ ବଡ ଆକାରର ହୋଇଥାଏ । ଏହି ସାପର ଫଣା ଉପରେ ସେହି ଚିହ୍ନ ବି ଅଛି ଯାହା ଦ୍ଵାରା ଏହା ପ୍ରମାଣିତ ହେଉଛି କି ଏହା କିଙ୍ଗ କୋବ୍ରା ଅଟେ ।

କିଙ୍ଗ କୋବ୍ରାକୁ ଦେଖିବା ପାଇଁ ସେହି ସ୍ଥାନରେ ବହୁତ ଭିଡ ମଧ୍ୟ ଜମି ଯାଇଥିଲା । କୋବ୍ରା ସାପ ବହୁତ ସମୟ ପର୍ଯ୍ୟନ୍ତ ଗଛ ଡାଳରେ ଝୁଲି ରହିଥିଲା । ଏହା ପରେ ବହୁତ ସମୟ ପରେ ସେହି ସାପଟି ଗଛରୁ ଓଲ୍ହାଇ ଜଙ୍ଗଲ ମଧ୍ୟକୁ ଚାଲିଗଲା । କିନ୍ତୁ ଲୋକମାନଙ୍କ ମଧ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ବି ଭୟ ଅଛି । ଲୋକମାନେ ଏହି ବିଶାଳକାୟ କୋବ୍ରାକୁ ଧରିବା ପାଇଁ ଆବେଦନ କରୁଛନ୍ତି । କିନ୍ତୁ ବର୍ତ୍ତମାନ ଏହି କିଙ୍ଗ କୋବ୍ରା ଜାତୀୟ ରାଜପଥ ନିକଟରେ ଥିବା ଜଙ୍ଗଲରେ ଅଛି ।

ହମୀରପୁର ଜିଲ୍ଲାର ମୌଦହା ଅଞ୍ଚଳରେ ଜାତୀୟ ରାଜପଥ ୩୪ ନିକଟରେ ଏହି ବିଶାଳକାୟ କିଙ୍ଗ କୋବ୍ରା ଏକ ଗଛ ଡାଳରେ ଝୁଲି ରହିଥିଲା । ଯାହାକୁ ଦେଖିବା ପରେ ସେହି ସ୍ଥାନରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇ ଯାଇଥିଲା । ସେହି ସ୍ଥାନରେ ଲୋକମାନଙ୍କର ବହୁତ ଭିଡ ବି ଜମି ଯାଇଥିଲା । ଲୋକମାନଙ୍କ କହିବା ଅଟେ କି ଏତେ ବଡ କିଙ୍ଗ କୋବ୍ରାକୁ ସେମାନେ କେବଳ ଟିଭିରେ ହିଁ ଦେଖିଥିଲେ, ଆଜି ପ୍ରଥମ ଥର ଏତେ ବଡ ସାପକୁ ଦେଖୁଛନ୍ତି ।