ଜାଣନ୍ତୁ ଗାୟତ୍ରୀ ମନ୍ତ୍ର ଜପ କରିବାର ସଠିକ ସମୟ, ଏହାର ଉଚ୍ଚାରଣ ଦ୍ଵାରା ମିଳିଥାଏ ଏହି ୮ ଟି ଅଦ୍ଭୁତ ଲାଭ

“ଓଁ ଭୂର୍ଭୁବଃ ସ୍ୱଃ ତତ୍ସବିତୁର୍ବରେଣ୍ଯଂ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ୟୋ ନଃ ପ୍ରଚୋଦୟାତ” । ଏହାକୁ ପଢି ଆପଣ ବୁଝି ଯିବେ କି ଏହା ଗାୟତ୍ରୀ ମନ୍ତ୍ର ଅଟେ । ଗାୟତ୍ରୀ ମନ୍ତ୍ର ଅନ୍ୟ ସବୁ ମନ୍ତ୍ର ତୁଳନାରେ ସବୁଠୁ ଅଧିକ ଶକ୍ତିଶାଳୀ ବୋଲି କୁହାଯାଏ । ମାନ୍ୟତା ଅଛି କି ଏହି ମନ୍ତ୍ରକୁ ନିୟମିତ ରୂପରେ ଜପ କରିବା ଦ୍ଵାରା ସାକ୍ଷାତ ଇଶ୍ଵର ପ୍ରାପ୍ତି ହୋଇଥାଏ । ଏହି ମନ୍ତ୍ରକୁ ଜପ କରିବା ଦ୍ଵାରା ଆପଣଙ୍କୁ ବହୁତ ଲାଭ ମିଳିବ ।

ଏହା ସହିତ ଏହି ମନ୍ତ୍ରକୁ ଜପ କରିବାର ସଠିକ ସମୟ ବି ଅଛି । ପ୍ରଥମ ସମୟ ସୂର୍ଯ୍ୟ ଉଦୟ ହେବାର କିଛି ସମୟ ପୂର୍ବରୁ ନେଇ ସୂର୍ଯ୍ୟ ଉଦୟ ହେବା ପର୍ଯ୍ୟନ୍ତ । ଦ୍ଵିତୀୟ ଦ୍ଵିପହର ଓ ତୃତୀୟ ସୂର୍ଯ୍ୟାସ୍ତ ହେବାର କିଛି ସମୟ ପୂର୍ବରୁ ନେଇ ସୂର୍ଯ୍ୟାସ୍ତ ହେବା ପର୍ଯ୍ୟନ୍ତ । ଏହା ଛଡା ଆପଣ ଯେ କୌଣସି ସମୟରେ ବି ଏହି ମନ୍ତ୍ରକୁ ଜପ କରି ପାରିବେ କିନ୍ତୁ ସର୍ବଦା ନିଜ ହୃଦୟରୁ ହିଁ ଜପ କରନ୍ତୁ ।

ଗାୟତ୍ରୀ ମନ୍ତ୍ର ଜପ କରିବାର ଲାଭ

୧. ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ଵାରା ମନ ଶାନ୍ତ ରହିଥାଏ । ଏହା ସହିତ ଏହି ମନ୍ତ୍ର ଆପଣଙ୍କ କ୍ରୋଧକୁ ନିୟନ୍ତ୍ରଣ କରିବାର କାମ କରିଥାଏ ।

୨. ଗାୟତ୍ରୀ ମନ୍ତ୍ର ଉଚ୍ଚାରଣ ଦ୍ଵାରା ରକ୍ତସଂଚାଳନ ବି ସଠିକ ରୂପରେ ହୋଇଥାଏ । ଏହା ଛଡା ଏହା ଆସ୍ଥମା ରୋଗୀଙ୍କ ପାଇଁ ଓ ଚେହେରା ପାଇଁ ବି ଭଲ ହୋଇଥାଏ ।

୩. ଛାତ୍ରମାନେ ଯଦି ଏହି ଗାୟତ୍ରୀ ମନ୍ତ୍ରକୁ ସବୁଦିନ ଜପ କରିବେ ତେବେ ତାଙ୍କର ବୁଦ୍ଧି ଦ୍ଵିଗୁଣିତ ହୋଇଯିବ ଓ ସ୍ମରଣ ଶକ୍ତି ବି ବଢିବ ।

୪. ଯଦି ଆପଣଙ୍କ ଜୀବନରେ ସମସ୍ୟା ଚାଲୁଅଛି ତେବେ ଆପଣ ଏହି ମନ୍ତ୍ର ଜପ ଅବଶ୍ୟ ଜପ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ସମସ୍ୟାର ଅନ୍ତ ହୋଇଯିବ । ଏହା ସହିତ ଆପଣଙ୍କ ଭାଗ୍ୟ ବି ପ୍ରବଳ ହୋଇଯିବ ।

୫. ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ଵାରା ପରିବାରରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ । ଏହା ସହିତ ଆପଣଙ୍କ ସମ୍ପର୍କ ମଝବୁତ ହୋଇଥାଏ । ଏତିକି ନୁହେଁ ସନ୍ତାନ ପ୍ରାପ୍ତି ହେତୁ ବି ଏହି ମନ୍ତ୍ରର ଉପଯୋଗ କରି ପାରିବେ ।

୬. ଯଦି ଆପଣ ନିୟମିତ ଗାୟତ୍ରୀ ମନ୍ତ୍ର ଜପ କରୁଛନ୍ତି ତେବେ ଆପଣଙ୍କ ଜାତକରେ ସୂର୍ଯ୍ୟଦେବଙ୍କ ସ୍ଥିତି ମଝବୁତ ହୋଇଥାଏ । ଗାୟତ୍ରୀ ମନ୍ତ୍ରର ଜପ ସୂର୍ଯ୍ୟଦେବଙ୍କ ସାମ୍ନାରେ ବସି କରିବା ଦ୍ଵାରା ବହୁତ ଲାଭ ମିଳିଥାଏ । ଏହା ଦ୍ଵାରା ଆପଣଙ୍କର ସମସ୍ତ ମନୋକାମନା ବି ପୂର୍ଣ୍ଣ ହୋଇଥାଏ ।

୭. ଘରେ ସବୁଦିନ ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ଵାରା ବାସ୍ତୁ ଦୋଷ ବି ଦୂର ହୋଇଥାଏ । ପ୍ରେମ ଓ ବିବାହରେ କୌଣସି ପ୍ରକାରର ସମସ୍ୟା ଯଦି ଆସୁଛି ତେବେ ସବୁଦିନ ଗାୟତ୍ରୀ ମନ୍ତ୍ରକୁ ଓସ୍ଥ ଗଛ ତଳେ ଜପ କରିବା ଦ୍ଵାରା ଆପଣଙ୍କର ସମସ୍ତ ସମସ୍ୟା ସମାଧାନ ହୋଇଯିବ ।

୮. ଯଦି ଆପଣ ସବୁଦିନ ୧୦୮ ଥର ଗାୟତ୍ରୀ ମନ୍ତ୍ର ଜପ କରୁଛନ୍ତି ତେବେ ଆପଣଙ୍କର ପୁରା ଦିନ ଶୁଭ ଯିବ । ଏହି ମନ୍ତ୍ର ଆପଣଙ୍କର ସୁରକ୍ଷା ବି କରିଥାଏ ।