ଜାଣତରେ କିମ୍ବା ଅଜାଣତରେ ଏହି ସବୁ କାମ କରୁଥିଲେ ହୋଇଯାନ୍ତୁ ସାବଧାନ ! କମିଯାଏ ଆୟୁଷ

ପ୍ରତ୍ଯେକ ମନୁଷ୍ୟ ଅଧିକ ସମୟ ପର୍ଯ୍ୟନ୍ତ ବଞ୍ଚି ରହିବାକୁ ଚାହାନ୍ତି । କିନ୍ତୁ ଅନେକ ଲୋକଙ୍କ ଏହି ସ୍ଵପ୍ନ ଅଧୁରା ରହିଯାଏ । ତାଙ୍କୁ ଅନେକ ପ୍ରକାରର ରୋଗ ଆକ୍ରାନ୍ତ କରିଥାଏ, ଯାହାଦ୍ଵାରା ଶୀଘ୍ର ତାଙ୍କର ମୃତ୍ୟୁ ହୋଇଯାଏ । ଶାସ୍ତ୍ର ଅନୁସାରେ କିଛି ଏଭଳି କର୍ମ ରହିଛି ଯାହା କରିବା ଦ୍ଵାରା ମନୁଷ୍ୟର ଆୟୁ କମି ଯାଇଥାଏ । ଆଜି ଆମେ ଆପଣଙ୍କୁ ସେହିପରି କିଛି କର୍ମ ବିଷୟରେ ଅବଗତ କରାଇବୁ ଯାହା ଦ୍ଵାରା ମନୁଷ୍ୟର ଆୟୁ କମ୍ ହୋଇଯାଏ ।

ମହାଭାରତ ଗ୍ରନ୍ଥ ଅନୁସାରେ ଯେଉଁ ବ୍ୟକ୍ତି ଧାର୍ମିକ କଥାକୁ ଉଲ୍ଲଂଘନ କରିଥାନ୍ତି ତଥା ଧର୍ମରେ ନିନ୍ଦା କରିଥାନ୍ତି, ତାଙ୍କ ଆୟୁ କମିଯାଏ । କିନ୍ତୁ ଧାର୍ମିକ ନିୟମ ଅନୁସରଣ କରି ସତ୍ୟ ମାର୍ଗରେ ଚାଲୁଥିବା ବ୍ୟକ୍ତି, ଦୀର୍ଘ ସମୟ ପର୍ଯ୍ୟନ୍ତ ବଞ୍ଚି ରହିଥାନ୍ତି । ଆପଣଙ୍କ ବ୍ୟବହାର ହିଁ ଆପଣଙ୍କୁ ଶତ୍ରୁ କିମ୍ବା ମିତ୍ରର ପରିଚୟ ଦେଇଥାଏ । ଯେଉଁ ବ୍ୟକ୍ତି ସମସ୍ତଙ୍କ ସହ ଭଲରେ କଥା ହୁଅନ୍ତି ଓ କେବେ ଅପଶବ୍ଦ କହି ନଥାନ୍ତି ଏବଂ ସକ୍ଷମ ଅନୁସାରେ ପରକୁ ସାହାଯ୍ୟ କରିଥାନ୍ତି, ଏମିତି ଲୋକଙ୍କ ଆୟୁରେ ବୃଦ୍ଧି ହୋଇଥାଏ ।

ଯିଏ ଗୁରୁଜନ ମାନଙ୍କ ସହ ସମ୍ମାନର ସହ କଥା ହୋଇଥାଏ, ତାଙ୍କର ଆୟୁ ମଧ୍ୟ ବୃଦ୍ଧି ହୋଇଥାଏ । ସରଳ ଲୋକଙ୍କ ଉପରେ ଅନ୍ୟାୟ, ଅତ୍ୟାଚାର କରୁଥିବା ଲୋକଙ୍କ ଆୟୁ କମିଯାଏ । ଭୋଜନ ବେଳେ ସେଥିରୁ ଖୁଣ ବାହାର କରିବା ଅନେକ ଲୋକଙ୍କ ଅଭ୍ଯାସ ରହିଥାଏ । ଆମ ଧର୍ମରେ ଅନ୍ନକୁ ଦେବତା ବୋଲି ମାନାଯାଏ ।

ସେଥିପାଇଁ ଖାଦ୍ୟକୁ ଈଶ୍ବରଙ୍କ ପ୍ରସାଦ ଭାବି ଗ୍ରହଣ କରିବା ଉଚିତ ଓ ଏହାର ନିନ୍ଦା କରିବା ଉଚିତ ନୁହେଁ । ସକାଳୁ ଶୀଘ୍ର ଉଠୁଥିବା ଲୋକଙ୍କ ସୁନ୍ଦରତା, ଆୟୁ ଓ ସ୍ୱାସ୍ଥ୍ୟରେ ବୃଦ୍ଧି ହୋଇଥାଏ । ଏହାର ବିପରୀତ ଡେରି ଯାଏଁ ଶୋଉଥିବା ଲୋକ ଅନେକ ପ୍ରକାରର ଶାରୀରିକ ଓ ମାନସିକ ଅସୁବିଧାର ସମୁଖୀନ ହୋଇଥାନ୍ତି । ଏହିସବୁ ଜିନିଷ ମନୁଷ୍ୟର ଆୟୁରେ ଖୁବ ଗମ୍ଭୀର ପ୍ରଭାବ ପକାଇଥାନ୍ତି ।

ଅନେକ ଲୋକଙ୍କର ଦାନ୍ତରେ ନଖ ଛିଣ୍ଡାଇବାର ଅଭ୍ଯାସ ରହିଥାଏ । ଏମିତି କରିବା ଦ୍ଵାରା ଆପନ୍ନକ ଶରୀରରେ ଜୀବାଣୁ ପ୍ରବେଶ କରିଥାନ୍ତି । ତେଣୁ ଏପରି କରିବା ଦ୍ଵାରା ମଧ୍ୟ ଆୟୁହାନି ଘଟିଥାଏ । ପ୍ରତିଦିନ ସ୍ନାନ କରୁ ନଥିବା ବା ସଫାସୁତୁରା ରହୁ ନଥିବା ବ୍ୟକ୍ତିଙ୍କ ଆୟୁଏ ମଧ୍ୟ ଗମ୍ଭୀର ପ୍ରଭାବ ପଡିଥାଏ ।

ଆମେ ଆମ ରୋଷିଏଇ ଘରକୁ ମଧ୍ୟ ସର୍ବଦା ସଫା ରଖିବା ଉଚିତ । ଖୋଲା ସ୍ଥାନରେ ପରିଶ୍ରା କରୁଥିବା ଲୋକଙ୍କ ଆୟୁ ମଧ୍ୟ ଶୀଘ୍ର କମିଯାଏ । କାରଣ ବାତାବରଣ ଦୂଷିତ ହେବା ସହ ନିଜ ଶରୀର ପାଇଁ ମଧ୍ୟ ଏହ କ୍ଷତିକାରକ ହୋଇଥାଏ । ତେଣୁ ସର୍ବଦା ଶୌଚାଳୟର ବ୍ୟବହାର କରିବା ଉଚିତ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।