5 ଟି ଏମିତି ବୋଲର ଯିଏ କେବେ ବି ପକେଇ ନାହାଁନ୍ତି ନୋ ବଲ, ଯେଉଁଥିରେ ସାମିଲ ଅଛନ୍ତି ଏହି ଫେମସ Indian Cricketer, ଦେଖନ୍ତୁ ପୁରା ଲିଷ୍ଟ

ଲୋକପ୍ରିୟ କ୍ରୀଡା କ୍ରିକେଟକୁ ଏକ ଅନିଶ୍ଚିତତାର ଖେଳ ବୋଲି କୁହାଯାଏ । କାରଣ ଏଥିରେ ଗୋଟିଏ ଭୁଲ ଯୋଗୁଁ ବାଜି ପାଲଟି ଯାଏ । ଗୋଟିଏ ନୋ-ବଲ ପକାଇଲେ ବ୍ୟାଟ୍ସମ୍ୟାନଙ୍କୁ ଅତିରିକ୍ତ ଏକ ରନ୍ ମିଳିବା ସହ ନଟଆଉଟ ମଧ୍ୟ ମିଳିଥାଏ । ବୋଲର ମାନେ ଏଥିପ୍ରତି ସତର୍କ ରହିଲେ ମଧ୍ୟ କେବେ କେବେ ଭୁଲ ହୋଇଯାଏ ଆଉ ନୋ-ବଲ ପଡିଯାଏ । ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ବୋଲରଙ୍କ ବିଷୟରେ କହିବୁ ଯେଉଁମାନେ ତାଙ୍କ କ୍ଯାରିୟରରେ ଗୋଟିଏ ହେଲେ ବି ନୋ-ବଲ ପକାଇ ନାହାନ୍ତି ।

ଇୟାନ ବୋଥାମ

ଇୟାନ ବୋଥାମ ବିଶ୍ଵର ଶ୍ରେଷ୍ଠ ଅଲରାଉଣ୍ଡରଙ୍କ ମଧ୍ୟରୁ ଜଣେ । ସେ କେବେ ହେଲେ ନୋ-ବଲ ପକାଇ ନାହାନ୍ତି । ସେ ଇଂଲଣ୍ଡ ପାଇଁ ୧୦୨ଟି ଟେଷ୍ଟ ମ୍ଯାଚ ଓ ୧୧୬ଟି ଦିନିକିଆ ମ୍ଯାଚ ଖେଳିଛନ୍ତି । ଆଉ ଟେଷ୍ଟରେ ୩୮୩ ଆଉ ଦିନିକିଆରେ ୧୪୫ଟି ୱିକେଟ ନେଇଛନ୍ତି । ଇୟାନ ବୋଥାମ ନିଜ ଦମରେ ଅନେକ ଥର ଇଂଲଣ୍ଡକୁ ମ୍ଯାଚ ଜିତାଇଛନ୍ତି । ସେ ୨୭ ଥର ଗୋଟିଏ ଇନିଂସରେ ୫ଟି ୱିକେଟ ଓ ୪ଥର ଗୋଟିଏ ମ୍ଯାଚରେ ୧୦ଟି ୱିକେଟ ନେଇଥିଲେ ।

ଲାନ୍ସ ଗିବ୍ସ

ୱେଷ୍ଟଇଣ୍ଡିଜ କ୍ରିକେଟର ଲାନ୍ସ ଗିବ୍ସ ନାଁ ବିଶ୍ଵର ଶ୍ରେଷ୍ଠ ସ୍ପିନରଙ୍କ ମଧ୍ୟରେ ଗଣାଯାଏ । ସେ ନିଜ କ୍ଯାରିୟରରେ ୭୯ଟି ଟେଷ୍ଟ ଓ ତିନୋଟି ଦିନିକିଆ ମ୍ଯାଚ ଖେଳିଛନ୍ତି । ହେଲେ କେବେବି ନୋ-ବଲ ପକାଇ ନାହାନ୍ତି । ୮୦ଦଶକରୁ ଆରମ୍ଭ କରି ୯୦ଦଶକ ପର୍ଯ୍ୟନ୍ତ ୱେଷ୍ଟଇଣ୍ଡିଜ ଅନେକ ସଫଳତା ହାସଲ କରିଥିଲା । ଆଉ ସ୍ପିନର ଭାବେ ଲାନ୍ସ ଗିବ୍ସ ଅନେକ ଛାପ ଛାଡିଥିଲେ ।

ଡେନିସ ଲିଲି

ଡେନିସ ଲିଲି ଅଷ୍ଟ୍ରେଲିଆର ଜଣେ ଜବରଦସ୍ତ କ୍ରିକେଟର ଥିଲେ । ତାଙ୍କ ସମୟରେ ସେ କ୍ରିକେଟ ଜଗତରେ ଦବଦବା ରଖିଥିଲେ । ପଡିଆ ଭିତରେ ଆଗ୍ରେସିଭ ସ୍ଵଭାବ ରଖୁଥିବା ଡେନିସ ଲିଲି ସ୍ଵିଙ୍ଗ ବଲ ପକାଇବାରେ ବେଶ ମାହିର ଥିଲେ । ସେ ନିଜ କ୍ଯାରିୟରରେ ୭୦ ଟେଷ୍ଟମ୍ଯାଚ ଖେଳିଛନ୍ତିହେଲେ କେବେବି ନୋ-ବଲ ପକାଇ ନାହାନ୍ତି । ଡେନିସ ନିଜ କ୍ଯାରିୟରରେ ୩୫୫ଟି ୱିକେଟ ନେଇଛନ୍ତି । ୧୯୮୪ରେ ସେ ନିଜ କ୍ଯାରିୟରର ଶେଷ ମ୍ଯାଚ ଖେଳିଥିଲେ ।

କପିଲ ଦେବ

୧୯୮୩ର ବିଶ୍ଵକପ ବିଜେତା ଭାରତୀୟ ଦଳର ଅଧିନାୟକ କପିଲ ଦେବ ଜଣେ ସଫଳ ଅଲରାଉଣ୍ଡର ଥିଲେ । ୧୯୭୮ରୁ ୧୯୯୪ ଯାଏଁ ସେ ଟିମ୍ ଇଣ୍ଡିଆ ପାଇଁ ଖେଳିଥିଲେ । ସେ ୧୩୧ ଟେଷ୍ଟମ୍ଯାଚ ଖେଳି ୪୩୪ ଓ ୨୨୫ ଦିନିକିଆ ମ୍ଯାଚ ଖେଳି ୨୫୩ ୱିକେଟ ନେଇଥିଲେ । କପିଲ ଦେବ ନିଜ କ୍ଯାରିୟର ମଧ୍ୟରେ କେବେବି ନୋ-ବଲ ପକାଇ ନାହାନ୍ତି । ଭାରତକୁ ଶୀର୍ଷରେ ପହଞ୍ଚାଇବା ଦିଗରେ ସେ ବଡ ଭୂମିକା ଗ୍ରହଣ କରିଥିଲେ ।

ଇମ୍ରାନ ଖାନ

ପାକିସ୍ତାନର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ତାଙ୍କ ସମୟରେ ଜଣେ ଦୁର୍ଦ୍ଦଶ ବୋଲର ଥିଲେ । ପାକିସ୍ତାନ ଟିମ୍ ର ଏହି ପୂର୍ବତନ ଅଧିନାୟକ କେବେବି ନୋ-ବଲ ପକାଇ ନାହାନ୍ତି । ୧୯୯୨ରେ ପାକିସ୍ତାନକୁ ବିଶ୍ଵକପ ଜିତାଇବାରେ ଇମ୍ରାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ସେ ତାଙ୍କ କ୍ଯାରିୟରରେ ୮୮ଟି ଟେଷ୍ଟମ୍ଯାଚ ଖେଳି ୩୬୨ଟି ୱିକେଟ ନେଇଥିଲେ । ସେହିପରି ୧୮୫ଟି ଦିନିକିଆ ମ୍ଯାଚ ଖେଳି ୧୯୨ଟି ୱିକେଟ ନେବାରେ ସଫଳ ହୋଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।