ଏହି ସବୁ ଗୁଣ ଥିବା ଝିଅମାନେ ଦମ୍ପତ୍ୟ ଜୀବନରେ ରହିଥାନ୍ତି ବହୁତ ଖୁସିରେ ଓ ସ୍ଵାମୀଙ୍କ ପାଇଁ ମଧ୍ୟ ବହୁତ ଲକି

ବହୁ କାଳରୁ ,ଏହା କଥା ଚାଲି ଆସୁଛି କି ପୁରୁଷ ମାନଙ୍କ ସଫଳତା ପଛରେ ମହିଳା ମାନଙ୍କର ହାତ ରହିଛି । ଯେବେ ମଣିଷର ବାହାଘର ର ସମୟ ଆସେ, ତା ମନରେ ବହୁତ ବିଚାର ଆସିଥାଏ । ଯଦି ଭାଗ୍ୟ ତା ସାଥେ ନାହିଁ ତେବେ ସେ ଭାବେ ତା ସ୍ତ୍ରୀ ଆସିଲା ପରେ ତା ଭାଗ୍ୟ କୁ ବଦଳାଇ ଦେବ । ଶାସ୍ତ୍ର ଅନୁସାରେ ସାତ ଟି ଗୁଣ ଥିବା ମହିଳା ଭାଗ୍ୟ ବଦଳାଇ ଦିଅନ୍ତି ।

ଶାସ୍ତ୍ରରେ କୁହାଯାଇଛି କି ଯେଉଁ ନାରୀମାନଙ୍କର ଏହି ପ୍ରକାରର ଗୁଣ ଥାଏ ଜୀବନରେ ସେମାନେ ଆଗକୁ ବଢିବା ସହ ଘରର ଓ ପରିବାରର ମଧ୍ୟ ଉନ୍ନତି କରିଥାନ୍ତି । ଏମାନଙ୍କୁ ବିବାହ କରିଥିବା ଲୋକ ମଧ୍ୟ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ।

ଯଦି କୈଣସି ସ୍ତ୍ରୀ ର ପାଦ ତଳେ ତ୍ରିକୋଣ ର ଚିହ୍ନ ଥିଲେ , ଜାଣିବେ ସେ ଅତ୍ୟନ୍ତ ବୁଦ୍ଧିବାନ୍ ଓ ସେହି ସ୍ତ୍ରୀ ଆପଣଙ୍କ ଭାଗ୍ୟ ବଦଳାଇ ଦେବ । ଏହି ପରି ମହିଳାମାନେ ସ୍ୱାମୀର ସବୁ କାର୍ଯ୍ୟକୁ ନିଜ କାର୍ଯ୍ୟ ଭାବିଥାନ୍ତି, ନିଜେ ନିଜ କାମ ପରି ସମୟ ଦେଇଥାନ୍ତି ଓ ସଫଳ କରେଇବାକୁ ଚେଷ୍ଟା ମଧ୍ୟ କରିଥାନ୍ତି । ସ୍ୱାମୀଙ୍କୁ ତାଙ୍କ କାମରେ ସଫଳ ହେବା ପାଇଁ ଭରପୁର ମନୋବଳ ଯୋଗାଇଦେଇଥାନ୍ତି ।

ଯଦି କୈଣସି ସ୍ତ୍ରୀ ର ପାଦ ତଳେ ସର୍ପାକାର ଚିହ୍ନ ଥାଏ ତେବେ ସେହି ସ୍ତ୍ରୀ କୁ ସବୁବେଳେ ସୁଖ ପ୍ରାପ୍ତି ହୋଇଥାଏ । ସେ ଭଲ ସ୍ୱଭାବର ନାରୀ ନୁହେଁ । ତାର ପ୍ରତିଟି କାର୍ଯ୍ୟ ଖରାପ ହୋଇଥାଏ । ଘର ପରିବାରରେ ଅଶାନ୍ତି ବୃଦ୍ଧି କରିବା ତାର ସ୍ଵଭାଵ ହୋଇଥାଏ ।

ଯଦି କୈଣସି ସ୍ତ୍ରୀ ର ନାଭି ପାଖରେ କଳାଯାଇ ଚିହ୍ନ ଥାଏ, ତେବେ ଏମାନେ ଦାମ୍ପତ୍ୟ ଜୀବନରେ ସୁଖ ରେ ରୁହନ୍ତି । ସ୍ଵାମୀ ଓ ପରିବାରକୁ ନିଜର କରି ଚଳିଥାନ୍ତି । ।

ଯଦି କୈଣସି ସ୍ତ୍ରୀ ର ଆଗୁଂଠି ଅଧିକ ଲମ୍ବା ଥାଏ ତେବେ ସେହି ସ୍ତ୍ରୀ ମାନେ ଜୀବନ ରେ ଅନେକ ବିପଦର ସାମ୍ନା କରିଥାନ୍ତି । ଅଧିକ ଲମ୍ବା ଥିବା ଆଙ୍ଗୁଠିର ସ୍ତ୍ରୀ ଲୋକମାନେ ଦୁଃଖରେ ଦିନ କାଟନ୍ତି ।

ହରିଣ ପରି ଆଖି ଥିବା ସ୍ତ୍ରୀ ସୈଭାଗ୍ୟବତୀ ହୋଇଥାନ୍ତି । ଏମାନେ ବିବାହ ପରେ ସୁଖରେ ରହିଥାନ୍ତି ।

ଯଦି କୈଣସି ନାରୀ ର ମଥାର ମଝିଗାର ରେ କଳାଯାଇ ଥାଏ, ତାହା ର ବିବାହ ଅତ୍ୟନ୍ତ ଧନୀ ବ୍ୟକ୍ତି ସହିତ ହୋଇଥାଏ ଓ ତା’ର ଜୀବନ ସୁଖମୟ ହୋଇଥାଏ ।

ଯଦି କୈଣସି ଝିଅ ର ପାଦ କୋମଳ ଓ ଗୋଲାପ ପରି ତେବେ ତାହାର ସ୍ଵାମୀ ତାକୁ ବହୁତ ଖୁସିରେ ରଖିଥାଏ । ଏହି ଗୁଣ ଥିବା ମହିଳାମାନେ ପୁରୁଷଙ୍କ ଭାଗ୍ୟ ବଦଳାଇଥାନ୍ତି ।