ମ୍ୟାରେଜ କାଉନସିଲି॰ ପାଇଁ କାହିଁକି ରାଜି ହେଉ ନାହାନ୍ତି Sumit ? ଦେଖନ୍ତୁ ଏହି ରିପୋର୍ଟ !

ତପସ୍ଵିନୀ ଓ ସୁମିତଙ୍କ ପାରିବାରିକ ବିବାଦ ମାମଲାକୁ ନେଇ ଏବେବି ସାରା ଓଡିଶାରେ ଚର୍ଚ୍ଚା ହେଉଛି । ଦୀର୍ଘ ଦେଢ ମାସର ସଂଘର୍ଷ ପରେ ବର୍ତ୍ତମାନ ତପସ୍ଵିନୀ ସୁମିତଙ୍କ ଘରେ ରହୁଛନ୍ତି । କିନ୍ତୁ ବର୍ତ୍ତମାନ ମଧ୍ୟ ସୁମିତଙ୍କ ପରିବାର ଲୋକେ ତପସ୍ଵିନୀଙ୍କୁ ଆପଣେଇ ନାହାନ୍ତି । ଅନ୍ୟପଟେ କୋର୍ଟରେ ମଧ୍ୟ ଏହି ମାମଲାର ବିଚାର କରାଯାଉଛି । ଯେତେବେଳେ ନ୍ୟାୟ ପାଇଁ ତପସ୍ଵିନୀ ଦୀର୍ଘ ଦିନ ଧରି ସୁମିତଙ୍କ ଘର ଆଗରେ ଧାରଣା ଦେଇଥିଲେ ସେତେବେଳେ କୋର୍ଟ ଉଭୟ ଦିଗକୁ ଅନୁଧ୍ୟାନ କରି ତପସ୍ଵିନୀଙ୍କୁ ସୁମିତଙ୍କ ଘରେ ରହିବା ପାଇଁ ରାୟ ଦେଇଥିଲେ ।

କିନ୍ତୁ ସୁମିତଙ୍କ ବାପା କୋର୍ଟଙ୍କ ରାୟରେ ସନ୍ତୁଷ୍ଟ ନହୋଇ ହାଇକୋର୍ଟରେ ମଧ୍ୟ ଅପିଲ କରିଥିଲେ । ତେବେ ହାଇକୋର୍ଟ ବର୍ତ୍ତମାନ ତପସ୍ଵିନୀଙ୍କୁ ନୋଟିସ ଦେଇଛନ୍ତି ଓ ଆଗାମୀ ୮ ତାରିଖରେ ଏହି ରାୟର ଶୁଣାଣି କରାଯିବ । ତେବେ ଆସନ୍ତା ୮ ତାରିଖରେ ହାଇକୋର୍ଟ କଣ ରାୟ ଶୁଣାଉଛନ୍ତି ତାହା ତ ପରକଥା । କିନ୍ତୁ ଯଦି ପୂର୍ବ ଘଟଣା ଉପରେ ନଜର ପକାଇବା ତା’ହେଲେ ଆଇନ ଥାଇ ସୁମିତ ଆଇନକୁ କିଭଳି ଭାବେ ଉଲଂଘନ କରୁଛନ୍ତି ତାହା ହିଁ ସବୁଠାରୁ ବଡ ପ୍ରଶ୍ନ ହୋଇଛି ।

ଯଦି ଆମେ ତପସ୍ଵିନୀ ଓ ସୁମିତଙ୍କ ସଂପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା ତେବେ ସୁମିତ ତପସ୍ଵିନୀଙ୍କୁ କୋର୍ଟ ମ୍ୟାରେଜ କରିଥିବାର ପ୍ରମାଣପତ୍ର କୋର୍ଟ ଏବଂ ସମସ୍ତ ଗଣମାଧ୍ୟମରେ ପ୍ରସାରିତ କରିଥିଲେ ତପସ୍ଵିନୀ । କୋର୍ଟ ମ୍ୟାରେଜ ହେବାର କିଛିଦିନ ଯାଏଁ ସୁମିତଙ୍କ ଘରେ ରହିଥିଲେ ତପସ୍ଵିନୀ । ପରେ ତାଙ୍କୁ ଘରକୁ ପଠାଇ ଦେଇଥିଲେ ସୁମିତଙ୍କ ପରିବାର । ଉଭୟଙ୍କ ବିବାହ ତାରିଖ ଧାର୍ଯ୍ୟ କରା ଯାଇଥିବା ତପସ୍ଵିନୀଙ୍କ ବାପା ଗଣମାଧ୍ୟମରେ କହିବା ସହ ବିବାହ କାର୍ଡ ମଧ୍ୟ ଦେଖାଇଥିଲେ ।

କିନ୍ତୁ ସୁମିତ ଓ ତାଙ୍କ ବାପା ଏହି ବିବାହ ତାରିଖକୁ ଖଣ୍ଡନ କରିଥିଲେ । ପରିବାର ନାଁରେ ତପସ୍ଵିନୀ ଥାନାରେ କେସ ଦେଇଥିବା କଥା ମଧ୍ୟ ସୁମିତ ଗଣମାଧ୍ୟମରେ କହିଥିଲେ । ସେ ଅଭିଯୋଗ କରିଥିଲେ ଯେ ତପସ୍ଵିନୀ ତାଙ୍କ ପରିବାରକୁ ମାନସିକ ନିର୍ଯ୍ୟାତନା ଦେଉଛନ୍ତି । ତେବେ ବର୍ତ୍ତମାନ ସବୁଠୁ ବଡ ପ୍ରଶ୍ନ ଉଠୁଛି କି ମ୍ୟାରେଜ କାଉନସିଲି॰ ପାଇଁ କାହିଁକି ରାଜି ହେଉ ନାହାନ୍ତି ସୁମିତ ? ଜିଲ୍ଲା ଦୌରାଜଜ୍ ସେମାନଙ୍କୁ ଏକାଠି ରହିବାର ଅନୁମତି ଦେଇଥିବା ବେଳେ ଦେହ ଖରାପ ବାହାନା କରି କାହିଁକି ସେଠାରୁ ଖସି ପଳାଇଥିଲେ ସୁମିତ ?

ଯଦି ସୁମିତ ପ୍ରକୃତରେ ତପସ୍ଵିନୀଙ୍କ ଠାରୁ ଛାଡପତ୍ର ଚାହୁଁଛନ୍ତି ତେବେ ଆଇନର ଏହି ପ୍ରକ୍ରିୟାକୁ କାହିଁକି ଆପଣେଉ ନାହାନ୍ତି ସୁମିତ ? ସୁମିତ ମ୍ୟାରେଜ କାଉନସିଲି॰ ପାଇଁ ରାଜି କାହିଁକି ହେଉ ନାହାନ୍ତି ଏହା ଏବେର ସବୁଠୁ ପ୍ରଶ୍ନ । ଆମ ପୋଷ୍ଟ ଅନ୍ୟାମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।