ପୃଥିବୀର ଏହି 5 ଟି ଜାଗାକୁ ଭୁଲରେ ବି ଯିବେ ନାହିଁ, ଯିଏ ଯାଇଛି ସିଏ ଆଉ କେବେ ଫେରିନି

ସମସ୍ତେ ଦୂର ଦୂର ସ୍ଥାନକୁ ବୁଲିବା ପାଇଁ ପସନ୍ଦ କରିଥାନ୍ତି । ଏହା ସହିତ ନୂଆ ନୂଆ ଜିନିଷ ଦେଖିବାକୁ ପସନ୍ଦ କରନ୍ତି । କିନ୍ତୁ ଦୁନିଆରେ ଏମିତି କିଛି ଜାଗା ଅଛି ଯେଉଁଠି ଆପଣ ଭୁଲରେ ବି ଚାଲି ଯାଉଛନ୍ତି ତେବେ ସେଠି କିଛି ବି ହୋଇପାରେ । ସେହି ସବୁ ସ୍ଥାନର ରହସ୍ୟ ଆଜି ପର୍ଯ୍ୟନ୍ତ ରହସ୍ୟ ହୋଇ ଅଛି । ଆଜି ଆମେ ଆପଣଙ୍କୁ ଏହିଭଳି କିଛି ଜାଗା ବିଷୟରେ କହିବୁ ।

Snake Island

ବ୍ରାଜିଲର ସମୁଦ୍ର କୂଳ ଠାରୁ ୯୩ କିମି ଦୂରରେ ଏକ ଦ୍ଵିପ ଅବସ୍ଥିତ । ଯାହାର ନାଁ Snake Island । ଏଠି ଆପଣ ଦୁଇ ପାଦ ଚାଲିଥିବେ କି ଆପଣଙ୍କୁ ୨ – ୩ ଟି ସାପ ଦେଖାଯିବ । ଏହି ଦ୍ଵିପରେ ଆପଣଙ୍କୁ ବିଭିନ୍ନ ପ୍ରକାରର ସାପ ଦେଖିବାକୁ ମିଳିବ । ଏଠିକାର ସରକାର ଏହି ଦ୍ଵିପକୁ ଯିବା ଉପରେ ପ୍ରତିବନ୍ଧ ଲଗାଇଛନ୍ତି । ଏହି ଦ୍ଵିପକୁ ଯିଏ ବି ଯାଇଛି ସେ ଆଉ କେବେ ବି ଫେରି ନାହିଁ ।

Area 51

ଆମେରିକା ସରକାର କୁହନ୍ତି କି ଏହା ଏକ ମିଲିଟାରୀ ଏୟାରପୋର୍ଟ । ଏଠି ସବୁ ହତିୟାର ଗୁଡିକୁ ପରୀକ୍ଷଣ କରାଯାଏ । କିଛି ଲୋକମାନଙ୍କ କହିବା ଅଟେ କି ସେମାନେ ଏଠି ଏଲିୟେନ ସ୍ପେସ ଶିପ ଦେଖିଛନ୍ତି । ଅନ୍ୟ କିଛି ଲୋକମାନେ କୁହନ୍ତି ଏହି ସ୍ଥାନରେ ଏଲିୟେନ ଓ ବୈଜ୍ଞାନିକମାନେ ମିଶି କିଛି ପରୀକ୍ଷଣ କରୁଛନ୍ତି । ଅସଲରେ ଏହି ସ୍ଥାନରେ କଣ ଚାଲିଛି ତାହା ଆଜି ପର୍ଯ୍ୟନ୍ତ କାହାକୁ ବି ଜଣା ନାହିଁ ।

North Sentinel Island

ଦୁନିଆର ଆପଣ ଯେ କୌଣସି ବି ସ୍ଥାନକୁ ଚାଲି ଯାଆନ୍ତୁ । ଭୁଲରେ ବି ଆପଣ ଏହି ଦ୍ଵିପକୁ ଯିବେ ନାହିଁ । ବଙ୍ଗୋପସାଗର ମଝିରେ ଥିବା ଏହି ଦ୍ଵିପରେ ଆଜି ବି ଆଦିବାସୀ ଲୋକମାନେ ରହୁଛନ୍ତି । ଜଣା ନାହିଁ ଏମାନେ କେଉଁଭଳି । ଏମାନେ ବାହାର ଦୁନିଆକୁ ପସନ୍ଦ କରନ୍ତି ନାହିଁ । ଆଜି ପର୍ଯ୍ୟନ୍ତ ଯିଏ ବି ଏହି ଦ୍ଵିପକୁ ଯାଇଛି ସେ ଫେରି ନାହିଁ । ଭାରତ ସରକାର ଏହି ଦ୍ଵିପର ଆଦିବାସୀମାନଙ୍କୁ ସମ୍ପର୍କ କରିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ  ଆଦିବାସୀମାନଙ୍କ ପାଖକୁ ଯିଏ ବି ଯାଇଥାନ୍ତି ସେମାନେ ତାଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରି ଦିଅନ୍ତି ।

Gold Vault

Newyork ସହରରେ ଥିବା Federal Reserve Bankଙ୍କୁ ଲୋକମାନେ ସୁନାର ଖଣି ବୋଲି କୁହନ୍ତି । କାରଣ ଏହି ବ୍ୟାଙ୍କରେ ଦୁନିଆର ସବୁଠୁ ଅଧିକ ସୁନା ରଖା ଯାଇଛି । ଏଠି ୭୦୦୦ ଟନର ସୁନା ଅଛି ଓ ଏହାର ମୂଲ୍ୟ ୩୩ ଲକ୍ଷ ୬୦ ହଜାର କୋଟି ଟଙ୍କା । ଏହି ବ୍ୟାଙ୍କକୁ କୌଣସି ବି ସାଧାରଣ ବ୍ୟକ୍ତି ପ୍ରବେଶ କରି ପାରିବ ନାହିଁ । ଏହି ବ୍ୟାଙ୍କକୁ କୌଣସି ବି ସାଧାରଣ ବ୍ୟକ୍ତି ଖୋଲି ପାରିବେ ନାହିଁ । କାରଣ ଏହି ବ୍ୟାଙ୍କର ସୁରକ୍ଷା ବହୁତ ହିଁ କଡା ଅଟେ ।