ଏପରି ସ୍ତ୍ରୀ ମାନଙ୍କୁ ବିବାହ କରିବା ଉଚିତ ନୁହେଁ, ଜାଣନ୍ତୁ କାହିଁକି -Acharya Chanakya

ପ୍ରାଚୀନ କାଳ ରେ ପାଟଳିପୁତ୍ର ଯାହା ଆଜି ପାଟଣା ନାମ ରେ ପ୍ରସିଦ୍ଧ ଅଟେ । ଏହା ଏକ ଶକ୍ତିଶାଳୀ ରାଜ୍ୟ ମଗଧ ର ରାଜଧାନୀ ଭାବେ ପରିଚିତ ଥିଲା । ଯେଉଁଠାରେ ଆଚାର୍ଯ୍ୟ ଚାଣକ୍ୟ ନିଜ ପ୍ରୟାସ ଓ ନୀତି ର ଆଧାରରେ ସାମାନ୍ଯ ବାଳକ ଚନ୍ଦ୍ରଗୁପ୍ତ ଙ୍କୁ ଭାରତ ର ସମ୍ରାଟ କରିଥିଲେ । ଯିଏ ଆଗାମୀ ଦିନରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ନାମରେ ପ୍ରିସିଦ୍ଧି ଲାଭ କରିଥିଲେ । ଓ ଅଖଣ୍ଡ ଭାରତ ର ନିର୍ମାଣ କରିଥିଲେ । ଆଚାର୍ଯ୍ୟ ଚାଣକ୍ୟ ଏପରି ଏକ ମହାନ ବୁଦ୍ଧିମାନ ବ୍ୟକ୍ତି ଥିଲେ ଯିଏ ନିଜର ବୁଦ୍ଧି ବିଦ୍ଵତା ଓ ନିଜ କ୍ଷମତା ବଳରେ ଭାରତ ର ଇତିହାସ ଧାରାକୁ ବଦଳାଇ ଦେଇଥିଲେ ।

ଚାଣକ୍ୟ ଙ୍କ ଦ୍ଵାରା କୁହାଯାଇଥିବା ନୀତି ଆଜି ବି ଆମ ମାନଙ୍କ ପାଇଁ ସେତିକି ଆବଶ୍ୟକ ଅଟେ ଯାହା ସେହି ସମୟରେ ଥିଲା । ଏହି ନୀତି ମାନଙ୍କର ପାଳନ ଯେଉଁ ବ୍ୟକ୍ତି କରିଥାଏ ସେ ଜୀବନରେ ସମସ୍ତ ସୁଖ ସୁବିଧା ଓ ପ୍ରତ୍ଯେକ କାର୍ଯ୍ୟ ରେ ସଫଳତା ହାସଲ କରିଥାଏ ।

ହିନ୍ଦୁଧର୍ମ ରେ ବିବାହ କୁ ୧୬ ସଂସ୍କାର ମଧ୍ୟରୁ ଏକ ବିଚାର କରାଯାଏ । ସ୍ତ୍ରୀ ମାନଙ୍କର କିଛି ଲକ୍ଷଣ ବ୍ୟତୀତ ସେମାନଙ୍କର କିଛି ଏପରି କଥା ଯାହା ସେମାନଙ୍କୁ ବିବାହ ଉପଯୋଗୀ କରିନଥାଏ । କିଛି ଏପରି ସ୍ତ୍ରୀ ମାନଙ୍କୁ ବିବାହ କରିବା ଉଚିତ ନୁହେଁ । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ସୁନ୍ଦରତା ସବୁ କିଛି ହୋଇନଥାଏ ।

ଯଦି କୌଣସି ପୁରୁଷ କୌଣସି ସ୍ତ୍ରୀ ର କେବଳ ସୁନ୍ଦରତା ଦେଖି ତାକୁ ପରଖି ଥାଏ ଓ ସେହି ଆଧାରରେ ତାକୁ ପସନ୍ଦ କରି ବିବାହ କରିଥାଏ ତେବେ ତାହା ଠାରୁ ବଡ ମୂର୍ଖ ଏହି ସଂସାର ରେ ଆଉ କେହି ନାହାନ୍ତି । ଅତ୍ୟଧିକ ସୁନ୍ଦରତା କାରଣରୁ ସୀତା ଙ୍କର ହରଣ ହୋଇଥିଲା । ଅତ୍ୟଧିକ ଅହଂକାର କାରଣରୁ ରାବଣ ର ଅନ୍ତ ହୋଇଥିଲା, ଅତ୍ୟଧିକ ଦାନ ଦେବା କାରଣରୁ ରାଜା ବଳି ଙ୍କୁ ବନ୍ଧନ ରେ ବାନ୍ଧି ହେବାକୁ ପଡିଥିଲା ।

ବିବାହ ପାଇଁ ସ୍ତ୍ରୀ ଙ୍କ ସଂସ୍କାର, ସ୍ଵଭାବ, ଲକ୍ଷଣ ତାଙ୍କର ଗୁଣ ଓ ଅବଗୁଣ ବିଷୟରେ ଠିକ ଭାବରେ ଜାଣି ନେବା ଆବଶ୍ୟକ ହୋଇଥାଏ । ଏହି ସବୁ କଥା ଉପରେ ବିଚାର କରି ବିବାହ ପାଇଁ ସ୍ତ୍ରୀ ଙ୍କର ଚୟନ କରିବା ଉଚିତ ଅଟେ । କିନ୍ତୁ ସୁନ୍ଦରତା ଆଧାରରେ ଭୁଲ ନିର୍ଣୟ କରାଯାଏ ତେବେ ବୈବାହିକ ଜୀବନ ସୁଖରେ କଟୀନଥାଏ ।

ଆଚାର୍ଯ୍ୟ ଚାଣକ୍ୟ ସଂସ୍କାର କୁ ଅଧିକ ମହତ୍ଵ ଦେଇଛନ୍ତି । ତାଙ୍କ ଅନୁସାରେ ଭଲ ସଂସ୍କାର ଥିବା ସ୍ତ୍ରୀ ଘରକୁ ସ୍ଵର୍ଗ କରି ଦେଇଥାଏ । ସେ ସ୍ଵାମୀ ଓ ସମ୍ପୂର୍ଣ ପରିବାର ର ଠିକ ଭାବରେ ଧ୍ୟାନ ରଖିଥାଏ । ପରନ୍ତୁ ଖରାପ ସଂସ୍କାର ଥିବା ସ୍ତ୍ରୀ ସବୁ କିଛି ନଷ୍ଟ ଭ୍ରଷ୍ଟ କରିଦେଇଥାଏ । ଯେଉଁ ସ୍ତ୍ରୀ ଅଧାର୍ମିକ ହୋଇଥାଏ ସେ ସମ୍ପର୍କ କୁ ଅଧିକ ଗୁରୁତ୍ଵ ଦେଇନଥାଏ ଓ ସେ ପ୍ରତି କ୍ଷଣ ପରିବାର ସମ୍ପର୍କ କୁ ଭାଙ୍ଗିବାକୁ ଚେଷ୍ଟା କରିଥାଏ । ଏହିପରି ସ୍ତ୍ରୀ କେବଳ ବୈବାହିକ ସମ୍ପର୍କ କୁ ନଷ୍ଟ କରିନଥାଏ ଏବଂ ସମ୍ପୂର୍ଣ କୁଳର ନାସ କରିଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।