ଏଣିକି ପାଣିରେ ଗଡିବ ଗାଡି ! ଆଉ ରହିବନି ପେଟ୍ରୋଲ ଓ ଡିଜେଲ ଚିନ୍ତା, ଖୋଦ ସଡକ ପରିବହନ ମନ୍ତ୍ରୀ Nitin Gadkari କଲେ ଏହି ବଡ ଘୋଷଣା, ଦେଖନ୍ତୁ ପୁରା ରିପୋର୍ଟ

ଆପଣଙ୍କୁ ଯଦି କେହି ୧୦୦ ଟଙ୍କାରେ ୧୦୦ କିଲୋମିଟର ଯାତ୍ରା କରିବା ପାଇଁ କହିବ ଆପଣ ନିଶ୍ଚୟ ତାକୁ ପାଗଳ ଭାବିବେ । କାରଣ ପେଟ୍ରୋଲ ଓ ଡିଜେଲ ଦର ଏବେ ବି ଆକାଶ ଛୁଆଁ ହୋଇଥିବା ବେଳେ ଏଭଳି କଥା ଶୁଣିଲେ ଆପଣଙ୍କୁ କାଳ୍ପନିକ ଭଳି ଲାଗିବ । କିନ୍ତୁ କାଳ୍ପନିକ ମନେ ହେଉଥିବା ଏହି କଥାଟି ସତ ହେବା ଦିନ ଖୁବ୍ ଶୀଘ୍ର ପାଖେଇ ଆସୁଛି । ଆଉ ଏହା ଦାବି କରି କହିଛନ୍ତି ନିଜେ ସଡକ ପରିବହନ ମନ୍ତ୍ରୀ । ତେବେ ଆପଣ ଭାବୁଥିବେ ଏହା କେମିତି ସମ୍ଭବ ହେବ ?

ତେବେ ସୂଚନା ମୁତାବକ ଏଥର ପେଟ୍ରୋଲ ଓ ଡିଜେଲରୁ ମୁକ୍ତି ମିଳିବ, କାରଣ ଏଥର ପାଣିରେ ଗଡିବ ଗାଡି । ଆଉ ଖୁବ୍ ଶୀଘ୍ର ଏକ ହାଇଡ୍ରୋଜେନ ଚାଳିତ କାର୍ ଚଳାଇବାକୁ ଯାଉଛନ୍ତି ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରି । ଦେଶରେ ଖୁବ୍ ଶୀଘ୍ର ଆସିବାକୁ ଯାଉଛି ହାଇଡ୍ରୋଜେନରେ ଚାଲୁଥିବା କାର୍ । ଏନେଇ ବଡ ଖୁଲାସା କରିଛନ୍ତି ଖୋଦ ସଡକ ପରିବହନ ମନ୍ତ୍ରୀ । ଭାରତୀୟ ବୈଜ୍ଞାନିକ ମାନଙ୍କୁ ପ୍ରଶଂସା କରିବା ସହ ଗଡକରି କହିଛନ୍ତି ଯେ, ଖୁବ୍ ଶୀଘ୍ର ତାଙ୍କ ପାଖେ କେ ସ୍ଵତନ୍ତ୍ର କାର୍ ହେବ ଯାହାକି ଗ୍ରୀନ ହାଇଡ୍ରୋଜେନରେ ଚାଲିବ ।

ଏହାର ଅର୍ଥ ଏହା ପାଣିରୁ ହାଇଡ୍ରୋଜେନ ଏବଂ ଅକ୍ସିଜେନକୁ ଅଲଗା ଅଲଗା କରି ଚାଲିବ ଓ ଏହା ସଂପୂର୍ଣ୍ଣ ପ୍ରଦୂଷଣ ମୁକ୍ତ । ବିଶ୍ବାସ କରିବା କଷ୍ଟ ହେଲେ ବି ଏହା ସତ । ଯେବେ ନିତିନ ଗଡକରି ନିଜେ ଦିଲ୍ଲୀ ରାସ୍ତାରେ ଏହି କାର୍ ନେଇ ବୁଲିବେ ସେତେବେଳେ ଲୋକଙ୍କୁ ନିଶ୍ଚୟ ବିଶ୍ବାସ ହୋଇଯିବ କି ସତରେ ପାଣିରେ ଚାଲିପାରିବ କାର୍ । ଗଡକରିଙ୍କ କହିବା ମୁତାବକ, ଭାରତରେ ଗ୍ରୀନ ହାଇଡ୍ରୋଜେନ ବ୍ୟବହାର କରିବାକୁ ଖୁବ୍ ଶୀଘ୍ର ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହେବାକୁ ଯାଉଛି ।

ରିପୋର୍ଟ ମୁତାବକ ଗଡକରି କହିଛନ୍ତି ଯେ, ମହାନଗରୀରୁ ଦୈନିକ ଲକ୍ଷ ଲକ୍ଷ କ୍ଵିସେଜ ସ୍ଵିରେଜ ପାଣି ବାହାରୁଛି । ଆଉ ସେହି ସ୍ଵିରେଜ ପାଣିକୁ ବ୍ୟବହାର କରି ରାସ୍ତାରେ ଗାଡି ଚାଲିବ । ଏହାକୁ ପ୍ଳାଣ୍ଟରେ ପ୍ରକ୍ରିୟାକରଣ କରାଯାଇ ସେଥିରୁ ହାଇଡ୍ରୋଜେନକୁ ଅଲଗା କରାଯିବ । ଫରିଦାବାଦର ଏକ ଅଏଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଏଥିପାଇଁ କାର୍ଯ୍ୟ ବି ଆରମ୍ଭ ହୋଇ ସାରିଲାଣି ବୋଲି ସେ କହିଛନ୍ତି ।

ଏହି ପ୍ରୋଜେକ୍ଟ କାର୍ଯ୍ୟକାରୀ ହେଲେ ଅନେକ ସହର ସ୍ଵଚ୍ଛ ରହିବା ପାଇଁ ବାଟ ଖୋଲିବା ସହ ଆମ ଦେଶ ଭାରତ ନିଶ୍ଚୟ ଏକ ପ୍ରଦୂଷଣମୁକ୍ତ ଦେଶ ହେବା ପଥରେ ଆଗେଇବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।