ସାମାନ୍ଯ ପିଆଜ ପାଇଁ ଠେଲାଗାଡି ବେପାରୀଙ୍କ ସହ ଯୁବତୀ ଯାହା କଲେ ଦେଖିଲେ ଆପଣ ମୁଣ୍ଡରେ ହାତ ଦେବେ, ଦେଖନ୍ତୁ ଏହି Video

ଆମ ଦେଶରେ ଅନେକ ଲୋକ ଆଜି ବି ବଡ ବଡ ରେସ୍ତୋରାଁରେ ଖାଇବାଠୁ ଠେଲା ଗାଡି ବେପାରୀଙ୍କ ପାଖେ ଖାଇବାକୁ ଅଧିକ ପସନ୍ଦ କରନ୍ତି । ଆପଣ ବି ନିଶ୍ଚୟ ନିଜ ମନ ପସନ୍ଦର ଖାଦ୍ଯ ଖାଇବାକୁ ଠେଲା ଗାଡି ବେପାରୀଙ୍କ ପାଖକୁ ଯାଉଥିବେ । ଚଟପଟା ଖାଇବାକୁ ମନ ହେଲା ମାନେ ରାସ୍ତାକଡରେ ଛୋଟିଆ ଠେଲା ଗାଡି କିମ୍ବା ସାଇକେଲ ଉପରେ ପସରା ମେଲାଇଥିବା ବେପାରୀର ଖାଇବା ସମସ୍ତଙ୍କ ମନକୁ ଆସେ । ଚଟପଟା ସୁଆଦିଆ ଖାଇବା ସାଙ୍ଗକୁ ଶସ୍ତାରେ ପେଟ ପୁରା ବି ପୁରିଯାଏ ।

ଆଉ ଦି ପଇସା ରୋଜଗାର କରି ଠେଲାଗାଡି ବେପାରୀ ବି ନିଜ ଜୀବିକା ନିର୍ବାହ କରେ । ଏହିପରି ଅସଂଖ୍ଯ ଲୋକଙ୍କ ପରିବାର ଚଳିଯାଏ ଓ ଖାଇବା ଲୋକର ମନ ବି ତୃପ୍ତ ହୋଇଯାଏ । ଆଜି ଆମେ ଆପଣଙ୍କୁ ସେହିପରି ଏକ ଠେଲାଗାଡି ବାଲାର ଭିଡିଓ ଦେଖାଇବୁ ଯାହା ଦେଖିଲେ ଆପଣଙ୍କୁ ଦୁଃଖ ବି ଲାଗିବ ଆଉ ରାଗ ବି ଆସିବ । ଠେଲାଗାଡି ବେପାରୀଙ୍କ ପାଖେ ଅନେକ ସମୟରେ କିଛି ନା କିଛି ଜିନିଷ ସରି ଯାଇଥାଏ । ଯେମିତି କି ସେଉ ହେଉ କି ପିଆଜ, ଧନିଆପତ୍ର ଆଦି ।

ଦହିବରା ହେଉ କି ଗୁଗୁନି ଉପରେ କଞ୍ଚା ପିଆଜ ଟିକେ ପକାଇ ଖାଇବାକୁ ଅନେକ ଲୋକ ପସନ୍ଦ କରନ୍ତି । କଞ୍ଚା ପିଆଜ ଖାଇବାର ସ୍ଵାଦକୁ ଆହୁରି ବଢାଇ ଦିଏ । ଏହି ଭିଡିଓରେ ଆପଣ ଯେଉଁ ଠେଲାଗାଡି ବେପାରୀଙ୍କୁ ଦେଖୁଛନ୍ତି ତାଙ୍କ ପାଖେ କଞ୍ଚା ପିଆଜ ସରି ଯାଇଥିଲା । ଆଉ ସେତିକି ବେଳେ ଜଣେ ଯୁବତୀ ତାବକ ପାଖକୁ ଖାଇବାକୁ ଆସିଥିଲେ । ଯୁବତୀଙ୍କ ହାତକୁ ଖାଇବା ଖାଇବା ବଢାଇ ଦେଇଥିଲେ ବେପାରୀ ।

ଅଳ୍ପ ଖାଇବା ପରେ ଯୁବତୀ ଜଣକ ତାଙ୍କୁ କଞ୍ଚା ପିଆଜ ମାଗିଥିଲେ । କିନ୍ତୁ ବେପାରୀ ଜଣକ ତାଙ୍କ ପାଖେ କଞ୍ଚା ପିଆଜ ନାହିଁ ବୋଲି କହି ଦେଇଥିଲେ । ଆଉ ତା’ପରେ ଯୁବତୀଙ୍କ ଉଗ୍ରରୂପ ଦେଖିବାକୁ ମିଳିଥିଲା । ଅଧା ଖିଆ ଅଇଁଠା ଖାଦ୍ଯ ବେପାରୀଙ୍କୁ ଫେରାଇବା ସହ କଞ୍ଚା ପିଆଜ ଯୁବତୀ ଜଣକ ବେପାରୀଙ୍କ ସହ ଦୁର୍ବ୍ୟବହାର କରିଥିଲେ ।

ବେପାରୀ ଓ ଯୁବତୀଙ୍କ ମଧ୍ୟରେ ଯୁକ୍ତିତର୍କ ବଢିବାରୁ ପାଖରେ ଥିବା ଅନ୍ୟ କିଛି ଗ୍ରାହକ ମଧ୍ୟ ଯୁବତୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ଯୁବତୀ କାହା କଥା ଶୁଣି ନଥିଲେ । ଓଲଟା ଠେଲାଗାଡିକୁ ଗୋଇଠା ମାରି ତଳେ ପକାଇ ଦେଇଥିଲେ । ଯାହାଫଳରେ ସମସ୍ତ ଖାଇବା ତଳେ ପଡି ନଷ୍ଟ ହୋଇ ଯାଇଥିଲା । କେବଳ ଏତିକି ନୁହେଁ ବରଂ ସେ ବେପାରୀଙ୍କୁ ବି ଦି ଚାପୁଡା ଲଗାଇ ଥିଲେ ।

ଏପରିକି ତାଙ୍କୁ ପ୍ରତିବାଦ କରୁଥିବା ଗ୍ରାହକଙ୍କୁ ମଧ୍ୟ ମାରିବାକୁ ପଛାଇ ନଥିଲେ । ଆଉ ଜଣେ ଗ୍ରାହକ ଏହି ସମୟର ଭିଡିଓ ବନାଇ ନେଇଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।