ସମସ୍ତେ ଭାବୁଥିଲେ ଏହାକୁ ଏକ ସୁଡଙ୍ଗ, ଯେତେବେଳ ଜଣା ପଡିଲା ଏହାର ସତ, ତେବେ ପାଦ ତଳୁ ମାଟି ଖସିଗଲା !

ଆମର ଆଖ ପାଖରେ ଏମିତି ବହୁତ ଜାଗା ଓ ଘର ଅଛି, ଯାହାକୁ ଲୋକମାନେ ରହସ୍ୟମୟୀ କହି ସେହି ସ୍ଥାନକୁ ଯିବା ପାଇଁ ଡରନ୍ତି । କିନ୍ତୁ ଯେତେବେଳେ ଏହି ସ୍ଥାନର ସତ୍ୟତା ସାମ୍ନାକୁ ଆସିଥାଏ ତେବେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଆନ୍ତି । ଏମିତି ହିଁ ଏକ ମାମଲା ଗତ କିଛି ଦିନ ତଳେ ଇଂଲଣ୍ଡ ର ଡାର୍ଟମୂରରେ ଦେଖିବାକୁ ମିଳିଛି ।

Image courtesy: Google

ସ୍ଥାନୀୟ ଲୋକମାନେ କୁହନ୍ତି କି, ଏହି ସ୍ଥାନରେ ପାଖାପାଖି ୫୦ ବର୍ଷରୁ ବି ଅଧିକ ବର୍ଷ ହେବ ଏକ ସୁଡଙ୍ଗ ଭଳି କିଛି ଦେଖାଯାଏ, କିନ୍ତୁ ସେହି ସ୍ଥାନକୁ ଯିବା ପାଇଁ କେହି ବି ସାହସ କରନ୍ତି ନାହିଁ । କିନ୍ତୁ ଏହା ମଧ୍ୟରେ ୨୦୧୪ରେ ନୀଲ ୱରେଲ ନାମକ ଏକ ବ୍ୟକ୍ତି ଏହି ଜାଗାକୁ କିଣିନେଲେ ଓ ଏହା ପରେ ଏହି ସୁଡଙ୍ଗର ରହସ୍ୟ ଖୋଲିଲା ତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

Image courtesy: Google

ଏହି ଜାଗାକୁ କିଣିଥିବା ନୀଲ ୱରେଲଙ୍କ ଅନୁସାରେ, “ଜାଗାକୁ କିଣିବା ପରେ ମୁଁ ବି ସେହି ଜାଗାକୁ ଏକ ସୁଡଙ୍ଗ ବୋଲି ଭାବୁଥିଲି । କିନ୍ତୁ ଯେତେବେଳେ ମୁଁ ଏହା ଭିତରକୁ ଯାଇ ଦେଖିଲି ତ ମୁଁ ପୂରାପୂରି ଆଶ୍ଚର୍ଯ୍ୟ ହୋଇଗଲି । କାରଣ ଏହି ସ୍ଥାନରେ ବିଭିନ୍ନ ପ୍ରକାରର ବଡ ବଡ ମେସିନ ଲାଗିଛି । ଏହା ପରେ ମୁଁ ଯେତେବେଳେ ଏହା ବିଷୟରେ ଜାଣିବାକୁ ଚେଷ୍ଟା କରିଲି ତେବେ ଜଣା ପଡିଲା କି ଏହି ମେସିନ ୱାଟର ଫିଲ୍ଟ ଅଟେ, ଯାହା ଦ୍ଵାରା ପୁରା ଅଞ୍ଚଳକୁ ପାଣି ଯୋଗା ଯାଉଥିଲା ।

Image courtesy: Google

ଏହା ପରେ ଏହି କଥିତ ସୁଡଙ୍ଗକୁ ନେଇ ବିଭିନ୍ନ ସତ୍ୟତା ସାମ୍ନାକୁ ଆସିଲା । କୁହାଯାଉଛି କି ଏହି ପ୍ଳାଣ୍ଟକୁ ଏହିଭଳି ଭାବରେ ଡିଜାଇନ କରାଯାଇଥିଲା କି ଏହା ତାହାର ଆଖପାଖରେ ଥିବା ପାହାଡ ଗୁଡିକରୁ ପାଣି ଆଣି ମାଟି ତଳେ ଥିବା ଟ୍ୟାଙ୍କ ଗୁଡିକରେ ଜମା କରୁଥିଲା ଓ ପରେ ଏହି ଫିଲ୍ଟ ଗୁଡିକ ପାଣିକୁ ସଫା କରି ପିଇବା ଉପଯୋଗୀ କରୁଥିଲା । କିନ୍ତୁ କୌଣସି କାରଣରୁ ୧୯୬୦ ଦଶକରେ ଏହାକୁ ବନ୍ଦ କରି ଦିଆଗଲା । ଏହା ପରେ ଏହି ସ୍ଥାନଟି ଶୁନସାନ ହୋଇଗଲା ।

ନୀଲ ୱରେଲଙ୍କ ଅନୁସାରେ ସେ, ଏହି ଜାଗାକୁ ହୋଟେଲ କରିବା ପାଇଁ କିଣି ଥିଲେ, କିନ୍ତୁ ବର୍ତ୍ତମାନ ତାଙ୍କ ପତ୍ନୀଙ୍କର ମୁର୍ତ୍ୟୁ ହୋଇଯାଇଛି, ଯାହା ପରେ ସେ ଏହି ଜାଗାକୁ ବିକ୍ରି କରିଦେବେ । କୁହାଯାଉଛି କି ନୀଲ ଏହି ଜାଗାକୁ ମାତ୍ର ୨୫ ଲକ୍ଷ ଟଙ୍କାରେ ବିକ୍ରି କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

1 thought on “ସମସ୍ତେ ଭାବୁଥିଲେ ଏହାକୁ ଏକ ସୁଡଙ୍ଗ, ଯେତେବେଳ ଜଣା ପଡିଲା ଏହାର ସତ, ତେବେ ପାଦ ତଳୁ ମାଟି ଖସିଗଲା !”

Comments are closed.