ଆଜି ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦ୍ଵିତୀୟ ସେମିଫାଇନାଲ ମୁକାବିଲା ହେବାକୁ ଯାଉଛି । ଦୁଇଦଳ ଫାଇନାଲକୁ ଯିବା ପାଇଁ ଜୋରଦାର ପ୍ରସ୍ତୁତି କରିଥିବା ଦେଖିବାକୁ ମିଳିଛି । ଆଡିଲେଡ ଓଭଲରେ ଖେଳାଯିବାକୁ ଥିବା ଏହି ମ୍ଯାଚରେ ଦେଖିବାକୁ ଗଲେ ଉଭୟ ଦଳରେ ହିଁ ଏକଠୁ ଆରେକ ଦମଦାର ଖେଳାଳି ରହିଛନ୍ତି । ଏହି ଖେଳାଳିଙ୍କ ପାଖରେ ଏକା ମ୍ଯାଚ ପରିସ୍ଥିତି ବଦଳାଇବାର କ୍ଷମତା ରହିଛି । ତେବେ ଆମେ ଆପଣଙ୍କୁ ଇଂଲଣ୍ଡର ଏହି ତିନି ଖେଳାଳିଙ୍କ ବିଷୟରେ କହିବୁ ଯେଉଁମାନେ ଭାରତ ପାଇଁ ବିପଦଜନକ ସାବ୍ୟସ୍ତ ହୋଇପାରନ୍ତି ।

ଇଂଲଣ୍ଡ ଦଳକୁ ତିନି ବର୍ଷ ପରେ ଫେରିଥିବା ଆଲେକ୍ସ ହେଲ୍ସ ଏବେ ଦମଦାର ଫର୍ମରେ ଅଛନ୍ତି ଏବଂ ଚଳିତ ବିଶ୍ଵକପରେ ବେଶ ଭଲ ପ୍ରଦର୍ଶନ କରୁଛନ୍ତି । ସହଜରେ ତାଙ୍କ ୱିକେଟ ହରାଇବାକୁ ଦେଉନାହାନ୍ତି ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ । ବିଶ୍ଵକପରେ ପ୍ରଥମ ମ୍ଯାଚରେ ଖେଳି ନଥିଲେ ମଧ୍ୟ ବାକି ଚାରୋଟି ମ୍ଯାଚ ଖେଳି ମୋଟ 125 ରନ୍ କରିଛନ୍ତି ହେଲ୍ସ । ଭଲ ପ୍ରଦର୍ଶନ କରିବା ସହ ଦଳକୁ ଫେରିଛନ୍ତି ହେଲ୍ସ ।
ନ୍ୟୁଜିଲାଣ୍ଡ ବିପକ୍ଷରେ 52 ରନ୍ କରିବା ସହ ଶ୍ରୀଲଙ୍କା ବିପକ୍ଷରେ 47 ରନ୍ ର ସ୍କୋର କରିଛନ୍ତି ହେଲ୍ସ । ଏହି 33 ବର୍ଷୀୟ ବିସ୍ଫୋରକ ବ୍ୟାଟ୍ସମ୍ୟାନ କେତେବେଳେ ବି ତାଙ୍କ ବ୍ୟାଟିଂର ଗିୟର ଚେଞ୍ଜ କରିପାରନ୍ତି । ହେଲ୍ସ ଓପନିଂ ଆସି 137 ଷ୍ଟ୍ରାଇକ ରେଟ ସହ ଭଲ ରନ୍ କରିବା ଦେଖିବାକୁ ମିଳୁଛି ।

ସେହିଭଳି ଇଂଲଣ୍ଡର ଟେଷ୍ଟ ଅଧିନାୟକ ବେନ ଷ୍ଟୋକ ମଧ୍ୟ ଚ୍ୟାଲେଞ୍ଜର ସାମ୍ନା କରିବା ବେଶ ଭଲ ଭାବେ ଜାଣନ୍ତି । ଚ୍ୟାଲେଞ୍ଜ ଆସିଲେ ସେ ତାକୁ ବେଶ ଦୃଢତାର ସହ ସାମ୍ନା କରନ୍ତି । ଉଭୟ ବୋଲିଂ ଏବଂ ବ୍ୟାଟିଂରେ ବେଶ ଭଲ ପ୍ରଦର୍ଶନ କରନ୍ତି ବେନ ଷ୍ଟୋକ ।
ତେବେ ଚଳିତ ବିଶ୍ଵକପରେ ବେନ ଷ୍ଟୋକ ସେତେଟା ଖାସ ପ୍ରଦର୍ଶନ କରିପାରି ନଥିଲେ ମଧ୍ୟ ସେମିଫାଇନାଲରେ ବି ସେ ଭଲ ପ୍ରଦର୍ଶନ କରିବେ ନାହିଁ ବୋଲି କୁହା ଯାଇପାରିବ ନାହିଁ । କାରଣ ଶ୍ରୀଲଙ୍କା ସହ ନକ୍ ଆଉଟ ମ୍ଯାଚରେ 42 ରନ୍ କରି ସେ ହରାଇ ଦେଇଥିଲେ । ଏହାସହ ବୋଲିଂରେ ପ୍ରତି ଓଭର ହିସାବରେ ବେନ ଷ୍ଟୋକ 8 ରନ୍ ଦେଇଥିବା ବେଳେ 5ଟି ୱିକେଟ ମଧ୍ୟ ତାଙ୍କ ନାଁରେ ରହିଛି ।

ସେହିଭଳି ବୋଲର ମାର୍କ ଉଡ୍ ଲଗାତର 150କିମି ପ୍ରତିଘଣ୍ଟା ବେଗରେ ବୋଲିଂ କରୁଛନ୍ତି । ତାଙ୍କ ବୋଲିଂ ବ୍ୟାଟ୍ସମ୍ୟାନଙ୍କ ମନରେ ଛନକା ଖେଳାଇଥାଏ । ଚଳିତ ବିଶ୍ଵକପରେ ଏହି ଡାହାଣହାତୀ ବୋଲର 7.5 ଇକୋନୋମି ସହ ମୋଟ 9ଟି ୱିକେଟ ନିଜ ନାମରେ କରିଛନ୍ତି । ପାୱାର ପ୍ଲେ ଭିତରେ ହିଁ ଅଧିକ କ୍ଷତିକାରକ ସାବ୍ୟସ୍ତ ହୁଅନ୍ତି ମାର୍କ ଉଡ୍ ।
ଏହି ତିନି ଖେଳାଳି ଭାରତ ପାଇଆନ କ୍ଷତିକାରକ ସାବ୍ୟସ୍ତ ହୋଇପାରନ୍ତି ବୋଲି କୁହା ଯାଉଥିବା ବେଳେ ଭାରତ ମଧ୍ୟ କାହାରିଠୁ କମ୍ ନୁହେଁ । ତେବେ ଦେଖାଯାଉ ଆଜିର ମ୍ଯାଚରେ ବିଜୟ ମୁକୁଟ କାହା ମୁଣ୍ଡରେ ଲାଗୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।