ଭାରତୀୟ କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର, ଇଂଲଣ୍ଡ ବିପକ୍ଷ ମ୍ଯାଚ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ବଡ ସୂଚନା ଦେଲେ ହିଟମ୍ୟାନ Rohit Sharma 

ଆଜି ଇଂଲଣ୍ଡ ବିପକ୍ଷରେ ଦ୍ଵିତୀୟ ସେମିଫାଇନାଲ ମୁକାବିଲା ପାଇଁ ଟିମ୍ ଇଣ୍ଡିଆ ମଇଦାନକୁ ଓହ୍ଳାଇବ । ଆଉ ଏହି ମୁକାବିଲା ପୂର୍ବରୁ ଭାରତୀୟ କ୍ରିକେଟପ୍ରେମୀଙ୍କୁ ଖୁସି ଖବର ଭେଟି ଦେଇଛନ୍ତି ହିଟମ୍ୟାନ ରୋହିତ ଶର୍ମା । ଇଂଲଣ୍ଡ ମ୍ଯାଚ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ବଡ ଅପଡେଟ ଦେଇଛନ୍ତି ରୋହିତ । ଇଂଲଣ୍ଡ ବିପକ୍ଷ ସେମିଫାଇନାଲ ମ୍ଯାଚରେ ସେ ଖେଳିବା ନେଇ ସ୍ପଷ୍ଟ କରିଛନ୍ତି । କାରଣ ନେଟରେ ଅଭ୍ଯାସ ବେଳେ ରୋହିତଙ୍କ ହାତରେ ବଲ୍ ବାଜିବାରୁ ସେ ଆହତ ହୋଇଥିଲେ ।

ଫଳରେ କିଛି ସେ କିଛି ସମୟ ଗ୍ରାଉଣ୍ଡରେ ବସି ରହିଥିଲେ । ଯାହାଫଳରେ ରୋହିତ ଇଂଲଣ୍ଡ ବିପକ୍ଷ ମ୍ଯାଚ ଖେଳିବା ନେଇ ସନ୍ଦେହ ଉପୁଜିଥିଲା । କିନ୍ତୁ ରୋହିତ ନିଜେ ଏହା ପୂର୍ବରୁ ପରଦା ହଟାଇଛନ୍ତି । ଅଭ୍ଯାସ ବେଳେ ହାତରେ ବଲ ବାଜିଥିଲେ ମଧ୍ୟ ଏବେ ସେ ସୁସ୍ଥ ଥିବା ନେଇ କହିଛନ୍ତି ରୋହିତ । ରୋହିତଙ୍କ ଏହି ପଦିଏ କଥାରୁ ସ୍ପଷ୍ଟ ହୋଇଛି ଯେ, ଆଜି ଇଂଲଣ୍ଡ ବିପକ୍ଷ ମ୍ଯାଚରେ ରୋହିତ ହିଁ ନେତୃତ୍ଵ କରିବେ ।

ସାମ୍ବାଦିକ ସମ୍ମିଳନୀରେ ଆଡିଲେଡ ମଇଦାନକୁ ନେଇ ରୋହିତ ଶର୍ମା କହିଛନ୍ତି, ଏହି ଟୁର୍ଣ୍ଣାମେଣ୍ଟରେ ଭିନ୍ନ ଭିନ୍ନ ମଇଦାନରେ ଖେଳିବା ଆମ ପାଇଁ ଏକ ଚ୍ୟାଲେଞ୍ଜ ଥିଲା । ଦୁବାଇରେ ଖେଳିବା ବେଳେ ଗ୍ରାଉଣ୍ଡ ଗୁଡିକ ଏକ ସମାନ ଥିଲା । କିନ୍ତୁ ଏଠାରେ ପ୍ରତି ମ୍ଯାଚରେ ଭିନ୍ନ ଭିନ୍ନ ବାତାବରଣରେ ଖେଳିବାକୁ ପଡୁଛି । ଆଡିଲେଡ ବାଉଣ୍ଡେରି ବହୁତ ଛୋଟ ହୋଇଥିବାରୁ ଏଠାରେ ଖେଳିବା ଚ୍ୟାଲେଞ୍ଜ ସୃଷ୍ଟି କରିପାରେ ।

ତେବେ ଟିମ୍ ଇଣ୍ଡିଆ ଭଲ ଫର୍ମରେ ଥିବାବେଳେ ପରିସ୍ଥିତି ଅନୁଯାୟୀ ଖେଳିବାକୁ ଚେଷ୍ଟା କରୁଛୁ ବୋଲି କହିଛନ୍ତି ରୋହିତ । ଆମେ ଯେଉଁ ଲକ୍ଷ୍ୟ ନେଇ ଆସିଛୁ ପଡିଆରେ ତା’ର ପ୍ରତିଫଳନ ଦେଖିବାକୁ ମିଳିବ ବୋଲି ରୋହିତ ଦୃଢତାର ସହ କହିଛନ୍ତି । ଆମ ଲକ୍ଷ୍ୟ ହାସଲ କରିବାର ପ୍ରକ୍ରିୟାକୁ ଆମେ ବଜାୟ ରଖିବାକୁ ଚେଷ୍ଟା କରିବୁ ବୋଲି କହିଛନ୍ତି ରୋହିତ । ଅକ୍ଶରଙ୍କ ବଦଳରେ ଚହଲଙ୍କୁ ଖେଳାଇବା ନେଇ ଦାବି ହେଉଥିବା ବେଳେ ରୋହିତ ଅକ୍ସରଙ୍କ ପକ୍ଷ ରଖିଛନ୍ତି ।

ଅଷ୍ଟ୍ରେଲିଆ ପିଚରେ ଦ୍ରୁତ ବୋଲରଙ୍କୁ ସବୁଠୁ ବେଶୀ ଲାଭ ମିଳିଥିବା ବେଳେ ଅକ୍ସର ଯେତିକି ବି ବୋଲିଂ କରିଛନ୍ତି ବେଶ କରିଛନ୍ତି ବୋଲି ରୋହିତ କହିଛନ୍ତି । ସେହିପରି ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂକୁ ମଧ୍ୟ ସେ ବେଶ ପ୍ରଶଂସା କରିଛନ୍ତି ।

ସେମିଫାଇନାଲ ପୂର୍ବରୁ ନେତୃତ୍ବରେ ପରିବର୍ତ୍ତନ ହୋଇଥିଲେ ଦଳ ପାଇଁ ଅଡୁଆ ହୋଇଥାନ୍ତା । ତେବେ ରୋହିତ ନିଜେ ହିଁ ଅଧିନାୟକତା କରିବେ ଖବର ଦେବା ପରେ ଫ୍ୟାନ୍ସ ମାନେ ଆଶ୍ଵସ୍ତ ଅଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।