ଥର୍ ଗାଡି ଖୋଲିବ Archana-Jagabandhu ଙ୍କ ସବୁ ଗୁମର, ଘର ସହ ଗାଡିକୁ ତନତନ କରି ଯାଞ୍ଚ କରୁଛି ED, ଦେଖନ୍ତୁ video

ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଜେଲରେ ଥିବାବେଳେ ବର୍ତ୍ତମାନ ବେଆଇନ ଅର୍ଥ କାରବାରରେ ED (Enforcement Directorate) ଅର୍ଚ୍ଚନାଙ୍କ ଘରେ ତଦନ୍ତ ଆରମ୍ଭ କରିଦେଇଛି । ଆଜି ସକାଳୁ ଅର୍ଚ୍ଚନାଙ୍କ ଭୁବନେଶ୍ବର ସତ୍ୟବିହାର ସ୍ଥିତ ରାଜକୀୟ ବଙ୍ଗଳାରେ ରେଡ୍ ମାରିଛି ଇଡି । ଅର୍ଚ୍ଚନାଙ୍କ ଘର ତଲାସି ନେବା ସହ ଅର୍ଚ୍ଚନାଙ୍କ ସ୍ଵାମୀ ଜଗବନ୍ଧୁ ଚାନ୍ଦଙ୍କର ଥର୍ ଗାଡିର ମଧ୍ୟ ତଲାସି ନେଇଛି ଇଡି । ଇଡି ବର୍ତ୍ତମାନ ବେଆଇନ ଅର୍ଥ କାରବାରର ସବୁ ଦିଗକୁ ନେଇ ଯାଞ୍ଚ ଆରମ୍ଭ କରିଦେଇଛି ।

ତେଣୁ ଥର୍ ଗାଡିକୁ ମଧ୍ୟ ଏଥିରୁ ବାଦ୍ ଦେଇନାହିଁ । ସବୁ ଦିଗକୁ ଯାଞ୍ଚ କରି ସେଥିପ୍ରତି ଦୃଷ୍ଟି ଦେଉଛି ଇଡି । କାହିଁକି ଗତ ଦୁଇ ମାସ ଧରି ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ମାମଲା ରାଜ୍ୟରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ହନିଟ୍ରାପ କୁଇନ କୁହା ଯାଉଥିବା ଅର୍ଚ୍ଚନା ବେଆଇନ ଭାବେ ପର୍ଯ୍ୟାପ୍ତ ଅର୍ଥ ହାସଲ କରିବା ସହ ବଡବଡିଆଙ୍କୁ ଲଗାତାର ଟାର୍ଗେଟ କରି ଆସୁଥିଲେ । ବ୍ଲାକମେଲ ମାମଲାରେ ଅର୍ଚ୍ଚନା ଓ ଜଗବନ୍ଧୁ ଉଭୟ ଜେଲରେ ଥିବାବେଳେ ପୋଲିସ ଏବଂ ଇଡି ଉଭୟ ମିଶି ତଦନ୍ତ ଆରମ୍ଭ କରିଛନ୍ତି ।

ଇଡି ଅର୍ଚ୍ଚନାଙ୍କ ଘରର ସବୁ କୋଣ ଅନୁକୋଣ, ଜିନିଷପତ୍ର ଭଲଭାବେ ଯାଞ୍ଚ କରିବା ସହ ତନତନ କରି ଯାଞ୍ଚ କରୁଛି । ଘରୁ ଯେତେସବୁ କାଗଜପତ୍ର ଓ ଡକ୍ୟୁମେଣ୍ଟ ମିଳିଛି ସେ ସବୁକୁ ଗୋଟି ଗୋଟି କରି ଯାଞ୍ଚ କରୁଛି ଇଡି । ଏହାସହ ବିଶେଷ କରି ଇଡି ଅର୍ଚ୍ଚନା ଓ ଜଗବନ୍ଧୁଙ୍କ କିଛି କାଗଜପତ୍ର ଖୋଜିବାକୁ ଚେଷ୍ଟା କରୁଥିବା ଜଣାପଡିଛି ।

ଯେଉଁଥି ପାଇଁ ଜଗବନ୍ଧୁଙ୍କ ଥର୍ ଗାଡିକୁ ସଂପୂର୍ଣ୍ଣ ଭାବେ ଯାଞ୍ଚ କରାଯାଇଛି । ଅର୍ଚ୍ଚନା ଯେଉଁ ଭଳି ଭାବେ ବଡ ବଡ ନେତା, ମନ୍ତ୍ରୀ, ବ୍ୟବସାୟୀ ଓ ଫିଲ୍ମ ପ୍ରଯୋଜକଙ୍କୁ ନିଜ କଳା ଜାଲରେ ଫସେଇ ବ୍ଲାକମେଲ କରୁଥିଲେ ସେସବୁ ଏବେ କାହାକୁ ଅଛପା ନାହିଁ । ବେଆଇନ ଅର୍ଥ କାରବାର ନେଇ ଅନେକ ଅଭିଯୋଗ ଆସିବା ପରେ ଇଡି ଏନେଇ ତନାଘନା ଆରମ୍ଭ କରିଦେଇଛି । ଏକକାଳୀନ ଅର୍ଚ୍ଚନା ନାଗଙ୍କ ସହ ଜଡିତ 6ରୁ 7ଟି ଜାଗାରେ ରେଡ୍ କରିଛି ଇଡି ।

ଇଡି ଥର୍ ଗାଡିର କାଗଜପତ୍ରକୁ ଏତେ ପରଖ କରି ଯାଞ୍ଚ କରିବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଦେଖାଯାଉ ଏହି ଗାଡି ଭିତରୁ ଇଡିକୁ କଣ ପ୍ରମାଣ ମିଳୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।