Samudrika Shastra- ଏମିତି ନାଭି ଥିବା ସ୍ତ୍ରୀ ହୋଇଥାନ୍ତି ସବୁଠୁ ଅଧିକ ଭାଗ୍ୟଶାଳୀ, ଯେଉଁଠି କି ଯାଆନ୍ତି ସେଠାରେ ରହିଥାଏ ମା’ ଲକ୍ଷ୍ମୀ କୃପା

ନାଭି ହେଉଛି ଶରୀରର କେନ୍ଦ୍ର ବିନ୍ଦୁ । ଆମ ଶରୀରର ପ୍ରାୟ ସବୁ ସ୍ନାୟୁ ନାଭି ସହ ଯୋଡ଼ି ହୋଇଛନ୍ତି । ନାଭି ଆମ ଶରୀରରେ ଉର୍ଜାର ପ୍ରମୁଖ କେନ୍ଦ୍ର ଅଟେ । ପ୍ରତ୍ୟେକଙ୍କ ନାଭିର ଆକାର ଭିନ୍ନ ଭିନ୍ନ ହୋଇଥାଏ ।

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମହିଳାଙ୍କ ନାଭିର ଆକାର ରୁ ତାଙ୍କ ସ୍ଵଭାବ, ବ୍ୟକ୍ତିତ୍ଵ ଓ ଭବିଷ୍ୟତ ବିଷୟରେ ବହୁତ କିଛି ଜାଣି ହୁଏ । ତେବେ କେଉଁ ଆକୃତିର ନାଭି କଣ ସଙ୍କେତ ଦିଏ ଆସନ୍ତୁ ଜାଣିବା । ଛୋଟ ନାଭି- କିଛି ମହିଳାଙ୍କ ନାଭି ସାମାନ୍ୟ ଠାରୁ ବହୁତ ଛୋଟ ହୋଇଥାଏ । ଏହି ପ୍ରକାର ନାଭି ଥିବା ମହିଳାଙ୍କୁ କଥା କଥାରେ କ୍ରୋଧ ଆସିଥାଏ । ଏମାନଙ୍କୁ କାମ କରିବା ପସନ୍ଦ ନୁହେଁ ।

ତରତର ହୋଇ କାମ କରୁଥିବାରୁ କୌଣସି କାର୍ଯ୍ୟରେ ତାଙ୍କର ନିପୁଣତା ଦେଖା ଦିଏ ନାହିଁ । ଏମାନେ ମନରେ ବହୁତ ଈର୍ଷା ଓ ଘୃଣା ଭାବ ରଖନ୍ତି । ମାତ୍ର ଏହାର ବିପରୀତ ଛୋଟ ନାଭି ଥିବା ପୁରୁଷ ନିଜ କାମରେ ନିପୁଣ ଓ ହୁସିଆର ହୋଇଥାନ୍ତି ।

ବଡ଼ ଓ ଗଭୀର ନାଭି

ଆକାରରେ ବଡ଼ ଓ ଗଭୀର ନାଭି ଥିବା ମହିଳା ନିଜ କାର୍ଯ୍ୟରେ ବହୁତ ହୁସିଆର ଓ ପାରଙ୍ଗମ ହୋଇଥାନ୍ତି । ସ୍ୱଭାବରେ ସିଧା ଓ ସରଳ ହେବା ସହ ଉତ୍ତମ ବୁଝାମଣା ସ୍ୱଭାବର ମଧ୍ୟ ହୋଇଥାନ୍ତି । ଏମାନେ ଖୋଲା ବିଚାରର ହୋଇଥାନ୍ତି ଓ କୌଣସି କଥା ମନରେ ଲୁଚାଇ ରଖନ୍ତି ନାହିଁ । ଆବଶ୍ୟକ ସ୍ଥାନରେ ନିଜର ସମ୍ପୂର୍ଣ୍ଣ ସହଯୋଗ ଦିଅନ୍ତି ।

ଲମ୍ବା ଓ ପତଳା ନାଭି

କିଛି ମହିଳାଙ୍କ ନାଭି ଏକ ପତଳା ଗାର ପରି ହୋଇଥାଏ । ନାଭି ଶରୀରରେ ଉର୍ଜାର କେନ୍ଦ୍ର ହୋଇଥିବାରୁ ଏମାନଙ୍କ ଠାରେ ଉର୍ଜାର ଅଭାବରୁ ଆଳସ୍ୟତା ଦେଖା ଦେଇଥାଏ । ମାତ୍ର ତାଙ୍କ ପସନ୍ଦର କାର୍ଯ୍ୟ ହୋଇଥିଲେ ଆଳସ୍ୟତା ସତ୍ତ୍ଵେ ମଧ୍ୟ ସମ୍ପୂର୍ଣ୍ଣ ନିପୁଣତା ସହ କାର୍ଯ୍ୟ ସମ୍ପନ୍ନ କରନ୍ତି ।

ଗୋଲାକାର ନାଭି

ଯେଉଁ ମହିଳାଙ୍କ ନାଭି ଗୋଲାକାର ହୋଇଥାଏ, ସେମାନେ ସମାଜରେ ପ୍ରତିଷ୍ଠା ପ୍ରାପ୍ତ ହୋଇଥାନ୍ତି । ଏମାନେ ସ୍ୱଭାବରେ ସରଳ ଓ ଦୟାଳୁ ହୋଇଥାନ୍ତି । ପରୋପକାରୀ ହେବା ସହ ପରିବାରର ମଧ୍ୟ ଖୁବ୍ ଯତ୍ନ ନିଅନ୍ତି ।

ଅଣ୍ଡାକାର ନାଭି

ଅଣ୍ଡାକାର ଆକୃତିର ନାଭି ଥିବା ମହିଳା ଯେକୌଣସି ବିଷୟ ମଧ୍ୟ ଶିଖିବାକୁ ଓ କରିବାକୁ ଆଗ୍ରହ ରଖିଥାନ୍ତି । ମାତ୍ର ପ୍ରତ୍ୟେକ ବିଷୟ ଉପରେ ଗଭୀର ଭାବେ ଚିନ୍ତା କରିବା ଏମାନଙ୍କ ଅଭ୍ୟାସ ହୋଇଥାଏ । ଏହି ଅଭ୍ୟାସ କେବେ କେବେ ତାଙ୍କର କ୍ଷତି ଘଟାଇ ଥାଏ । ସୂତାରୁ ଖିଅ କାଢ଼ିବା ଏମାନଙ୍କ ବଦଭ୍ୟାସ ଅଟେ । ସେଥିପାଇଁ ବେକାର ଚିନ୍ତାରେ ସେମାନଙ୍କ ସମୟ କଟିଯାଏ । ମାତ୍ର ପରେ ଏମାନେ ତାହା ବୁଝି ପାରନ୍ତି ।

 

କେନ୍ଦ୍ରରୁ ସାମାନ୍ୟ ଘୁଞ୍ଚି ରହିଥିବା ନାଭି

ଯେଉଁ ମହିଳାଙ୍କ ନାଭି ପେଟର ପୁରା ମଧ୍ୟ ସ୍ଥାନରେ ନ ଥାଇ ସାମାନ୍ୟ ଏକ ପାର୍ଶ୍ୱକୁ ଥାଏ, ଏପରି ମହିଳା ଚଞ୍ଚଳ ସ୍ୱଭାବର ହୋଇଥାନ୍ତି । ଏମାନଙ୍କୁ ଖେଳକୁଦ ଓ ବ୍ୟାୟାମ ଆଦିରେ ଅଧିକ ରୁଚି ରହିଥାଏ । ଖେଳ କ୍ଷେତ୍ରରେ ଏମାନେ ବହୁତ ଆଗକୁ ବଢନ୍ତି ।

ଉପରକୁ ଟାଣି ହୋଇ ରହିଥିବା ନାଭି

ଯେଉଁ ମହିଳାଙ୍କ ନାଭି ଉପରକୁ ଟିକେ ଟାଣି ହୋଇ ରହିଥାଏ, ଏପରି ମହିଳାଙ୍କ ମୁହଁରେ ସର୍ବଦା ଏକ ମଧୁର ହସ ରହିଥାଏ । ଏମାନେ ମେଳାପୀ ଓ ମଜାଳିଆ ସ୍ୱଭାବର ହୋଇଥାନ୍ତି ।

ଚଉଡା ନାଭି

ସାମାନ୍ୟ ଠାରୁ ଅଧିକ ଚଉଡ଼ା ନାଭି ଥିବା ମହିଳା ସଙ୍କୁଚିତ ସ୍ୱଭାବର ହୋଇଥାନ୍ତି । ଏମାନେ ସହଜରେ କାହାକୁ ବିଶ୍ବାସ କରନ୍ତି ଓ ଶୀଘ୍ର ଅନ୍ୟ ଉପରେ ସନ୍ଦେହ କରନ୍ତି । କେବେ କେବେ ଏହା ସେମାନଙ୍କ ପାଇଁ ସମସ୍ୟା ଆଣି ଦେଇ ଥାଏ । ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।