ଭାଇକୁ ରାକ୍ଷୀ ବାନ୍ଧିବା ବେଳେ କରୁଛନ୍ତି କି ଏହି ଭୁଲ ? ଏମିତି ରାକ୍ଷୀ ଭାଇକୁ ଭୁଲରେ ବାନ୍ଧନ୍ତୁ ନାହିଁ, ହେବ ସର୍ବନାଶ

ହିନ୍ଦୁଧର୍ମରେ ରାକ୍ଷୀ ପୂର୍ଣ୍ଣିମାର ବେଶ ମହତ୍ଵ ରହିଛି । ପଞ୍ଚାଙ୍ଗ ଅନୁସାରେ ଶ୍ରାବଣ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ରାକ୍ଷୀ ପର୍ବ ପାଳନ କରା ଯାଇଥାଏ । ଭାଇ ଓ ଭଉଣୀଙ୍କ ସମ୍ପର୍କକୁ ଦର୍ଶାଉଥିବା ଏହା ଏକ ଅନନ୍ୟ ପର୍ବ । ଭଉଣୀ ଭାଇ ହାତରେ ରେଶମୀ ଡୋରି ବାନ୍ଧି ତାଙ୍କର ମଙ୍ଗଳ କାମନା କରିଥାଏ ଓ ତାଙ୍କ ଠାରୁ ରକ୍ଷା ବଚନ ମଧ୍ୟ ନେଇଥାଏ । ଆଜିକାଲି ବଜାରରେ ରଙ୍ଗବେରଙ୍ଗର ରାକ୍ଷୀ ମିଳୁଛି । କିନ୍ତୁ ଭଉଣୀ ମାନନକୁ ରାକ୍ଷୀ କିଣିବା ବେଳେ କିଛି ବିଶେଷ କଥା ପ୍ରତି ଧ୍ୟାନ ଦେବା ଆବଶ୍ୟକ ରହିଛି ।

ନଚେତ ଅଶୁଭ ପରିଣାମ ଭୋଗ କରିବାକୁ ପଡିପାରେ । ତେବେ ଆସନ୍ତୁ ଜାଣିବା ଭଉଣୀମାନେ ରାକ୍ଷୀ କିଣିବା ବେଳେ କେଉଁ କଥା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ । ଭଉଣୀ ମାନେ ରାକ୍ଷୀ କିଣିବା ବେଳେ ଏହି କଥା ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ ଯେ ରାକ୍ଷୀରେ ଯେମିତି କୌଣସି ଅଶୁଭ ଚିହ୍ନ ନଥିବ ଏବଂ ଦେବୀ ଦେବତାଙ୍କ ଫଟୋ ଥିବା ରାକ୍ଷୀ ମଧ୍ୟ ଭାଇଙ୍କୁ ବାନ୍ଧିବା ଉଚିତ ନୁହେଁ ।

କାରଣ ଅଧିକାଂଶ ଲୋକ ଅଧିକ ସମୟ ଯାଏଁ ରାକ୍ଷୀ ପିନ୍ଧନ୍ତି ନାହିଁ ଓ ବାହାର କରିଦିଅନ୍ତି । ଏହି ରାକ୍ଷୀ ମଧ୍ୟ କେଉଁଠି ପଡିଯିବାର ସମ୍ଭାବନା ରହିଥାଏ । ତେଣୁ ଭଗବାନଙ୍କ ଅପମାନ ହୋଇପାରେ ଓ ଏହାର ଅଶୁଭ ପରିଣାମ ଭୋଗ କରିବାକୁ ପଡିପାରେ । ତେଣୁ ଏଭଳି ରାକ୍ଷୀ ଜମା ବି କିଣନ୍ତୁ ନାହିଁ ।

ଯଦି ଆପଣ ନିଜ ଭାଇନାକ ହାତରେ ରାକ୍ଷୀ ବାନ୍ଧୁଛନ୍ତି ଓ ତାଙ୍କୁ ଖୁସି ଦେଖିବାକୁ ଚାହୁଁଛନ୍ତି ତେବେ କେବେ ହେଲେ ତାଙ୍କ ହାତରେ କଳା ରଙ୍ଗର ରାକ୍ଷୀ କିମ୍ବା ଖଣ୍ଡିତ ଥିବା ରାକ୍ଷୀ ବାନ୍ଧନ୍ତୁ ନାହିଁ । ଭଉଣୀମାନେ ଭାଇକୁ ଭୁଲରେ ବି କଳା ରାକ୍ଷୀ ବାନ୍ଧନ୍ତୁ ନାହିଁ ଏହାକୁ ଅଶୁଭ ବୋଲି ମାନା ଯାଇଥାଏ । ଭାଇ ହାତରେ ସର୍ବଦା ଲାଲ ରଙ୍ଗର ରାକ୍ଷୀ ବାନ୍ଧିବା ବହୁତ ଶୁଭ ଏବଂ ମଙ୍ଗଳକାରୀ ମାନା ଯାଇଥାଏ ।

ନଚେତ ଭାଇଙ୍କ ଉପରେ ନକରାତ୍ମକ ଶକ୍ତିର ପ୍ରଭାବ ପଡିପାରେ ଓ ତାଙ୍କ ସୁଖ ସମୃଦ୍ଧି ନଷ୍ଟ ହୋଇଥାଏ । ତେଣୁ ଭାଇ ହାତରେ ଏଭଳି ରାକ୍ଷୀ ବିଲକୁଲ ବାନ୍ଧନ୍ତୁ ନାହିଁ । ମାସିକ ଧର୍ମ ସମୟରେ ମହିଳାମାନେ ପୂଜା କରିବା କିମ୍ବା ପୂଜା ଜିନିଷ ସ୍ପର୍ଶ କରିବା ବର୍ଜିତ ଅଟେ ।

ତେଣୁ ଏଭଳି ସମୟରେ ଆପଣ ଭାଇଙ୍କୁ ରାକ୍ଷୀ ବାନ୍ଧିବେ ନାହିଁ ବରଂ କୌଣସି ମହିଳାଙ୍କ ମାଧ୍ୟମରେ ଆପଣ ନିଜ ଭାଇଙ୍କୁ ରାକ୍ଷୀ ବନ୍ଧାଇ ପାରିବେ । ଭଉଣୀମାନେ ରୁଦ୍ରାକ୍ଷରେ ରାକ୍ଷୀ ତିଆରି କରି ଭାଇ ହାତରେ ବାନ୍ଧିବାକୁ ବହୁତ ଶୁଭ ମାନାଯାଏ । ଭାଇଙ୍କୁ ରାକ୍ଷୀ ବାନ୍ଧିବା ବେଳେ ଖାଲି ହାତରେ ରାକ୍ଷୀ ବାନ୍ଧନ୍ତୁ ନାହିଁ । ତାଙ୍କ ହାତମୁଠାରେ କିଛି ଚାଉଳ ରଖି ତା’ପରେ ତାଙ୍କୁ ରାକ୍ଷୀ ବାନ୍ଧନ୍ତୁ ।

ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବା ବେଳେ ଏହି ମନ୍ତ୍ରର ଜପ କରନ୍ତୁ, “ଜେନ ବଦ୍ଧୋ ବଳିରାଜା ଦାନବେନ୍ଦ୍ରୋ ମହାବଳହ, ତେନତ୍ଵମାପି ବଧାନମି ରକ୍ଷାମାଚଳ ମାଚଳ ।” ଏହି ମନ୍ତ୍ରଟି ଥରେ ଜପ କରି ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବା ଦ୍ଵାରା ଅତ୍ୟନ୍ତ ଶୁଭ ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।