ଏମିତି ପୁରୁଷଙ୍କ ଉପରେ ସ୍ତ୍ରୀ ମାନଙ୍କୁ କେବେ ହେଲେ ଭରଷା କରିବା ଉଚିତ ନୁହେଁ, ନହେଲେ ଜୀବନ ସାରା ପଡିବ ପସ୍ତେଇବାକୁ

ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନି ଏବଂ ବିଦ୍ଵାନ ଥିଲେ । ଦୂର ଦୂର ପର୍ଯ୍ୟନ୍ତ ବିଦେଶରେ ମଧ୍ୟ ତାଙ୍କ ନୀତି ବାଣୀ କୁ ସମସ୍ତେ ମାନୁଥିଲେ । ସେ ନିଜର ବୁଦ୍ଧି ବଳ ଦ୍ଵାରା ଭାରତୀୟ ଇତିହାସର ଧାରାକୁ ବଦଳାଇ ପାରିଥିଲେ । ଆଜିକୁ ବହୁତ ଦିନ ବିତିଯାଇ ଥିବା ପରେ ମଧ୍ୟ ଚାଣକ୍ୟଙ୍କ ଦ୍ଵାରା ଦେଖା ଯାଇଥିବା ମାର୍ଗ ଏବଂ ତାଙ୍କ ନୀତି ବାଣୀ ଗୁଡିକ ପ୍ରାସଙ୍ଗିକ ଅଟେ । ଚାଣକ୍ୟଙ୍କର ସାରା ଜୀବନ ମାନବ କଲ୍ୟାଣରେ କଟିଛି । ସେ ତାଙ୍କ ଜୀବନରେ ଅର୍ଜନ କରିଥିବା ଜ୍ଞାନ ଏବଂ ଅଧ୍ୟୟନକୁ ନିସ୍ଵାର୍ଥ ପର ଭାବେ ଜନ କଲ୍ୟାଣରେ ଲଗାଇଛନ୍ତି ।

ଚାଣକ୍ୟ ଙ୍କର ନୀତିବାଣୀ ଗୁଡିକ ଆଜିକୁ ୨୪୦୦ ବର୍ଷ ତଳେ ଲେଖା ଯାଇ ଥିଲେ ମଧ୍ୟ ଏହା ଆଜିବି ସଂରହିତ ଅବସ୍ଥାରେ ଅଛି । ଚାଣକ୍ୟ କହିଥିବା ନୀତିବାଣୀ ଗୁଡିକ ଅନୁସାରେ ଯଦି ଆମେ ତାହାକୁ ପାଳନ କରିବା ତେବେ ଆମ ଜୀବନ ସୁଖମୟ ହେବା ସହିତ ଆସୁଥିବା ବିପତ୍ତିର ଆଭାସ ପାଇ ଆମେ ଆମ ଜୀବନକୁ ଠିକ ଭାବେ ଗଢି ପାରିବା । ଏହି ନୀତି ଅନୁସାରେ ମିତ୍ରଭେଦ, ପତି ପରାୟଣ ଏବଂ ଚରିତ୍ରହିନ ସ୍ତ୍ରୀ ଇତ୍ୟାଦି ବାବଦରେ ଜାଣି ପାରିବା ।

Image courtesy: Google

ଆଜି ଆମେ ଆପଣଙ୍କୁ ଚାଣକ୍ୟ ଙ୍କର ଏକ ଏମିତି ନୀତି ବିଷୟରେ କହିବୁ ଯାହାକୁ ସବୁ ସ୍ତ୍ରୀ ମାନେ ଜାଣିବା ନିହାତି ଆବଶ୍ୟକ । ଆମ ହିନ୍ଦୁ ଧର୍ମରେ ଗୋଟିଏ ଝିଅ ବିବାହ କରିବା ପରେ ତାକୁ ସ୍ଵାମୀ ସହିତ ସାରା ଜୀବନ କାଟିବାକୁ ପଡିଥାଏ । ଯଦି ତା ସ୍ଵାମୀ ଖରାପ ସ୍ଵଭାବର ହୋଇଥାଏ ତାହେଲେ ତା’ର ସାରା ଜୀବନ ଦୁଃଖ କଷ୍ଟରେ କଟିଥାଏ । ଏହି ନୀତି ଦ୍ଵାରା ଆପଣ କୌଣସି ବି ପୁରୁଷ ବିଷୟରେ ଜାଣି ପାରିବେ ଏବଂ ଏହା ସହିତ ଆପଣ ପୁରୁଷ ମାନଙ୍କ ଉପରେ ଭରଷା କରିବେ କି ନାହିଁ ତାହା ମଧ୍ୟ ଜାଣି ପାରିବେ । ତାହେଲେ ଆସନ୍ତୁ ଜାଣିବା ସେହି ବିଷୟରେ ।

୧- ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଯେଉଁ ପୁରୁଷ ମାନେ କହିଥିବା କଥାକୁ କିଛି କ୍ଷଣ ମଧ୍ୟରେ ବଦଳାଇ ଦେଇ ତାଙ୍କ ମତ ପରିବର୍ତ୍ତନ କରିଥାନ୍ତି ସେହି ଭଳି ପୁରୁଷଙ୍କ ଉପରେ ସ୍ତ୍ରୀ ମାନେ କେବେ ହେଲେ ଭରଷା କରିବା ଉଚିତ ନୁହେଁ ।

୨- ଯେଉଁ ପୁରୁଷ ମାନେ ନିଶାଦ୍ରବ୍ୟ ସେବନ କରନ୍ତି ସେମାନଙ୍କ ଉପରେ ମଧ୍ୟ ସ୍ତ୍ରୀ ମାନଙ୍କୁ ବିଶ୍ଵାସ କରିବା କଥା ନୁହେଁ କାରଣ ସେମାନେ ତାଙ୍କ ସ୍ତ୍ରୀଙ୍କୁ କେବେ ହେଲେ ବି ଖୁସିରେ ରଖି ନଥାନ୍ତି ।

୩- ଯେଉଁ ପୁରୁଷ ନିଜର ସ୍ଵାର୍ଥ ପୂରଣ କରିବା ପାଇଁ ଭଲ ପାଇବାର ଅଭିନୟ କରିଥାନ୍ତି ସେମାନଙ୍କ ଉପରେ କେବେ ହେଲେ ବି ଭରଷା କରିବା ଉଚିତ ନୁହେଁ ।

୪- ଯେଉଁ ପୁରୁଷ ମାନଙ୍କର ଦଳ ବଦଳାଇବାର ଅଭ୍ୟାସ ଥାଏ ସେମାନଙ୍କ ଉପରେ ସ୍ତ୍ରୀ ମାନେ କେବେ ହେଲେ ବି ବିଶ୍ଵାସ କରିବା ଉଚିତ ନୁହେଁ ନହେଲେ ସାରା ଜୀବନ ଦୁଃଖରେ ରହିବାକୁ ପଡିବ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।