ଦୁବ ଘାସ ମିଳିଗଲେ ଚୁପଚାପ ଛିଣ୍ଡାଇ ରଖି ଦିଅନ୍ତୁ, ଏହି ସବୁ ରୋଗକୁ ଅତି ସହଜରେ ଭଲ କରି ଦେଇଥାଏ

ପ୍ରକୃତିରୁ ମିଳୁଥିବା ସମସ୍ତ ବୃକ୍ଷଲତା ଠାରୁ ଆରମ୍ଭ କରି ଘାସ ପର୍ଯ୍ୟନ୍ତ ସମସ୍ତଙ୍କର କିଛି ନା କିଛି ଉପକାରିତା ଥାଏ । ଯାହାକୁ କି ଠିକ ଭାବେ ଚିହ୍ନିବା ଏବଂ ତାର ବିଶେଷତ୍ଵକୁ କାର୍ଯ୍ୟକାରୀ କରିବା ଆମେ ଜାଣି ପାରି ନଥାଉ । ଆଜି ଆମେ ଦୁବ ଘାସର କିଛି ବିଶେଷ ମହତ୍ଵ ବିଷୟରେ ଜାଣିବା । ଦୁବ ଘାସ ବର୍ଷ ସାରା ଆମକୁ ମିଳିଥାଏ । ହିନ୍ଦୁ ଧର୍ମରେ ଏହି ଘାସକୁ ବିଶେଷ ମହତ୍ଵ ଦିଆଯାଇଛି । ଏହି ଘାସକୁ ସମସ୍ତ ପୂଜାରେ ବ୍ୟବହାର କରାଯାଇ ଥାଏ କିନ୍ତୁ ଏହାର ବାସ୍ତବରେ ଅନେକ ଗୁଡିଏ କାର୍ଯ୍ୟ ରହିଥାଏ ।

ଦୁବ ଘାସର କିଛି ଔଷଧୀୟ ଗୁଣ

୧- ସାନ୍ତାଳ ଜାତିର ଲୋକ ଦୁବକୁ ବାଟି ଫାଟି ଥିବା ଚମଡାରେ ଲେପ ଭାବେ ଲଗାଇ ଥାନ୍ତି ଏବଂ ଏଥିରୁ ତାଙ୍କୁ ଲାଭ ବି ମିଳିଥାଏ ।

୨- ଦୁବ ଘାସ ଉପରେ ସକାଳେ ଖାଲି ପାଦରେ ଚାଲିବା ଦ୍ଵାରା ଦୃଷ୍ଟିଶକ୍ତି ବଢିଥାଏ ।

୩- ଦୁବ ଘାସର ରସକୁ ସବୁଜ ରକ୍ତ କୁହାଯାଇ ଥାଏ, ଏହାକୁ ପିଇବା ଦ୍ଵାରା ଏନିମିୟା ଠିକ ହୋଇଯାଇ ଥାଏ ।

୪- ଏହାର ରସ ନାକରେ ପକାଇବା ଦ୍ଵାରା ନାକରୁ ବାହାରୁ ଥିବା ରକ୍ତ ବନ୍ଦ ହୋଇ ଯାଇଥାଏ ।

୫- ଏହି ଘାସର କାଢାରେ କୁଳି କରିବା ଦ୍ଵାରା ପାଟିର ଛାଲ ଭଲ ହୋଇ ଯାଇଥାଏ ।

୭- ଦୁବ ଘାସ ରସ ପିଇବା ଦ୍ଵାରା ପିତ ଜନିତ ରୋଗ ଭଲ ହୋଇଯାଇ ଥାଏ ।

୮- ଏହି ଘାସର ରସକୁ ପିଇବା ଦ୍ଵାରା ପତଳା ଝାଡା ଭଲ ହୋଇଥାଏ ।

୯- ଦୁବ ଘାସ ରକ୍ତସ୍ରାବ, ଗର୍ଭପାତ କୁ ରୋକି ଥାଏ ଏବଂ ଗର୍ଭାଶୟ ଓ ଗର୍ଭକୁ ଶକ୍ତି ପ୍ରଦାନ କରିଥାଏ ।

୧୦- ଦୁବ ଘାସକୁ ବାଟି ଦହିରେ ମିଶାଇ ଖାଇବା ଦ୍ଵାରା ଅର୍ଶ ଭଲ ହୋଇ ଯାଇଥାଏ ।

୧୧- ଦୁବ ଘାସ ରସକୁ ତେଲରେ ପକାଇ ଲଗାଇବା ଦ୍ଵାରା କାଛୁ କୁଣ୍ଡିଆ ଭଲ ହୋଇ ଯାଇଥାଏ ।

୧୨- ଦୁବ ରସରେ ଅତିସି ଗୁଣ୍ଡକୁ ମିଶାଇ ଦିନକୁ ଦୁଇ ତିନି ଥର ଚାଟିବା ଦ୍ଵାରା ମ୍ୟାଲେରିଆ ଭଲ ହୋଇ ଯାଇଥାଏ ।

୧୩- ଦୁବ ଉପରେ ପଡିଥିବା କାକର କୁ ନେଇ ପୋଡି ଯାଇଥିବା ଜାଗାରେ ଲଗାଇବା ଦ୍ଵାରା ଲାଭ ମିଳିଥାଏ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।