ଏମିତି କାରିଗର ତ ଖୋଜିଲେ ବି ମିଳିବେନି, ଯାହାଙ୍କ କାରନାମା ଦେଖିଲେ ଆପଣ ହସି ହସି ବେଦମ ହେଇଯିବେ ! 5 ନମ୍ବର ତ ସବୁଠୁ ହଠକେ !

ଆଜି ଆମେ ଆପଣଙ୍କୁ ସିବିଲ ଇଞ୍ଜିନିୟରିଂଙ୍କ ଏହିଭଳି କାମ ବିଷୟରେ କହିବୁ ଯାହା ବିଷୟରେ ଜାଣିବା ପରେ ଆପଣ ବି ଏମାନଙ୍କୁ କଣ ପୁରଷ୍କାର ଦେବେ ଥରେ ଚିନ୍ତା କରିବେ । ଏହା ସହିତ ଦେଖିଲେ ଆପଣ ହସି ହସି ଗଡିଯିବେ । କହିବାକୁ ଗଲେ ଏହି ଦୁନିଆରେ ଏହିଭଳି କିଛି ଲୋକ ଅଛନ୍ତି ଯେଉଁମାନଙ୍କ କାମ ଦେଖିଲେ ଆପଣ ବି ଥରେ ଚିନ୍ତା କରିବାକୁ ବାଧ୍ୟ ହୋଇଯିବେ କି ସେମାନେ କେମିତି ଏହି ସବୁ କାମକୁ କରିଲେ । କାରଣ ସେହି ସବୁ କାମର କିଛି ଅର୍ଥ ହିଁ ନାହିଁ ।

ଆଜି ଆମେ ଆପଣଙ୍କ ପାଇଁ ଘର ତିଆରି କରୁଥିବା କିଛି ମିସ୍ତ୍ରୀମାନଙ୍କର ଅଜବ ଗଜାବ କଳାକାରୀ ନେଇ ଆସିଛୁ । ଏହି ଶୌଚାଲୟକୁ ଦେଖନ୍ତୁ । ଯେମିତି ଲାଗୁଛି ଏହା ମଣିଷମାନଙ୍କ ପାଇଁ ନୁହେଁ ମାଛ ମାନଙ୍କ ପାଇଁ ତିଆରି କରାଯାଇଛି । କହିବାକୁ ଗଲେ ଏହାକୁ ତିଆରି କରିଥିବା ମିସ୍ତ୍ରୀ ବି ମହାନ ଅଟେ । ସେ ପାଇପକୁ କାହା ସହିତ ଯୋଡି ଦେଇଛି କି ଓଲଟା ପାଣି ଯିବା ରାସ୍ତାରେ ପାଣି ଉପରକୁ ଉଠି ଆସୁଛି ସେଥିରେ ପୁଣି ମାଛ ବି ଆସୁଛନ୍ତି ।

ଏହି ଦୃଶ୍ୟକୁ ଦେଖନ୍ତୁ । ଯାହାକୁ ଦେଖିଲେ ଆପଣ ବି କିଛି ସମୟ ପାଇଁ ଆଚମ୍ବିତ ହୋଇ ରହିଯିବେ । କହିବାକୁ ଗଲେ କେହି ଜଣେ ଟ୍ରେନ ଲାଇନ ମଝିରେ ଇଲେକଟ୍ରି ଖୁଣ୍ଟି ପୋତି ଦେଇଛି । ବର୍ତ୍ତମାନ ଜାଣିବାର ଅଛି କି ପ୍ରଥମେ ରେଳ ଲାଇନ ତିଆରି କରାଯାଇଛି ନା ଖୁଣ୍ଟି ପୋତା ଯାଇଛି । ରେଳ ଲାଇନ ବିଛାଇଥିବା ଓ ଖୁଣ୍ଟି ପୋତି ଥିବା ଇଞ୍ଜିନିୟର ମଧ୍ୟରୁ ଜଣକୁ ବଡ ପୁରଷ୍କାର ଦେବା ଉଚିତ ।

କିଛି ଏହିଭଳି ଦୃଶ୍ୟ ଏଠି ବି ଦେଖିବାକୁ ମିଳୁଛି । ଏଠି ଦେଖି ଜାଣି ହଉ ନାହିଁ ଏଠି ବିଜୁଳି ବିଭାଗ କବଜା କରିଛି ନା ଘରର ମାଲିକ । ଏହିଭଳି ଘର ଆପଣ ଆଗରୁ କେଉଁଠି ବି ଦେଖି ନ ଥିବେ ।

ଛାତ ଉପରେ ପିଲାମାନଙ୍କର ଖେଳିବା ପାଇଁ ଏକ ଖସଡା ଲଗା ଯାଇଛି । କିନ୍ତୁ ଏହାକୁ ଭଲ ଭାବରେ ଯଦି ଦେଖିବେ ତେବେ ଯଦି ଏହି ଖସଡାରେ କିଏ ଖେଳିବ ତେବେ ସେ ସିଧା ତଳକୁ ଯିବ । ମାନିବାକୁ ପଡିବ ଏହିଭଳି ମିସ୍ତ୍ରୀକୁ ।

ବର୍ତ୍ତମାନ ଏହି ରୋଡକୁ ଦେଖନ୍ତୁ । କାରଣ ଏହି ରୋଡକୁ ତିଆରି କରୁଥିବା ମିସ୍ତ୍ରୀ ଏତେ ଅଳସୁଆ ଥିଲା କି ରାସ୍ତାରେ ଥିବା ଏହି ଖଜୁରୀ ଗଛର ଡାଳକୁ ଘୁଞ୍ଚାଇ ପାରିଲା ନାହିଁ ଓ ନିଜର ମହାନ କାର୍ଯ୍ୟର ନମୁନା ଦେଇ ଚାଲି ଗଲା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ