ୟୁକ୍ରେନର ସାହସୀ ମହିଳା ସାଂସଦ ! ଦେଖନ୍ତୁ ପୁତିନଙ୍କୁ ଏମିତି କଣ କହିଲେ ଏହି ସୁନ୍ଦରୀ ସାଂସଦ କି ପୁରା ଦୁନିଆ ଏବେ କରୁଛି ପ୍ରଶଂସା !

ବନ୍ଧୁଗଣ, ରୁଷିଆ ସେନା କୁ କଡା ଟକ୍କର ଦଉଛି ୟୁକ୍ରେନ । ସେନାଠାରୁ ଆରମ୍ଭ କରି ନିଜେ ରାଷ୍ଟ୍ରପଟି ତଥା ଦେଶ ର ଆବାଳ, ବୃଦ୍ଧବନିତା ଯୁଦ୍ଧ ନିମନ୍ତେ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି । ନିଜ ଦେଶ କୁ ବଞ୍ଚାଇବା ନିମନ୍ତେ ଅପ୍ରାଣ ଉଦ୍ୟମ କରାଯାଉଅଛୁ । ଏବଂ ଯୁଦ୍ଧ ବିଭେଷିକା ମଧ୍ୟରେ ଜଣେ ୟୁକ୍ରେନ ମହିଳା ସାଂସଦ ମଧ୍ୟ ହାତରେ ଅସ୍ତ୍ର ଉଠାଇ ନେଇଛନ୍ତି । ଦେଶରେ ହେଉଥିବା ର-କ୍ତପାତ ତାଙ୍କୁ ସହ୍ୟ ହେଉନାହିଁ । ଲୋକଙ୍କ ଚେହେରା, କରୁଣ କାନ୍ଦଣା ତାଙ୍କୁ ଶୁଆଇ ଦେଉନାହିଁ । ଦେଶବାସୀ ଙ୍କ ଏହିଭଳି ଅବସ୍ଥା ଦେଖି କ୍ରୋଧ ଆହୁରି ବଢି ଚାଲିଛି ।

ଦେଶ କଥା ଚିନ୍ତା କରିଲାଠୁ ଆସିଯାଉଅଛି କ୍ରୋଧର ଚରମସୀମା । ରୁଷିଆ ସୈନିକ ଙ୍କ ମୁଣ୍ଡ ବିଚ୍ଛିନ୍ନ କରିଦେବାକୁ ଇଛା ହେଉଛି । ପୁଟିନ ଙ୍କୁ ଶାସ୍ତି ଦେବା ନିମନ୍ତେ ମହିଳା ଜଣକ ହାତରେ ବନ୍ଧୁକ ଧରିଛନ୍ତି । ୟୁକ୍ରେନ ମହିଳା ସାଂସଦ କିରାରୁଡି ବନ୍ଧୁକ ଧରି ସେ ତାଙ୍କର ନିଜର ଏକ ଫଟୋ କୁ ଟ୍ଵିଟରରେ ସେୟାର କରିଛନ୍ତି ।

ଏହାର ଚିତ୍ର ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ବେସ ଭା-ଇ-ରା-ଲ ହେବାରେ ଲାଗିଅଛି । ରୁଷ ନିମନ୍ତେ ବନ୍ଧୁକ ଚଲାଇବା ସିଖୁଛନ୍ତି ବୋଲି ସେ ସୋ-ସି-ଆ-ଲ ମି-ଡି-ଆ ରେ ଲେଖିଛନ୍ତି । ବର୍ତ୍ତମାନ ୟୁକ୍ରେନ ବାସୀ ଙ୍କ ନିମନ୍ତେ ଅସ୍ତ୍ର ଶସ୍ତ୍ର ଉଠାଇବା ଜରୁରୀ ହୋଇଯାଇଅଛି । ବନ୍ଧୁକ ଚାଳନା ଶିଖିବା ତାଙ୍କ ପାଇଁ ସ୍ଵପ୍ନ ପରି । କିଛି ଦିନ ପୂର୍ବରୁ ସେ ବନ୍ଧୁକ ଉଠାଇବା ସମ୍ପର୍କରେ ଚିନ୍ତା ମଧ୍ୟ କରି ନଥିଲେ ।

କିନ୍ତୁ ବର୍ତ୍ତମାନ ୟୁକ୍ରେନ ର ମହିଳା ମାନେ ପୁରୁଷ ମାନଙ୍କ ଭଳି ନିଜ ଜମି କୁ ରକ୍ଷା କରିବାକୁ ପଣ କରିଛନ୍ତି । ଇଣ୍ଟରନେଟ ରେ ତାଙ୍କ ଫଟୋ ଭାଇରାଲ ହେଲାପରେ କିରା ଏକ ସାକ୍ଷାତ କାର ରେ କହିଛନ୍ତି ଯେ, ମୁଁ କେବେ ଭାବି ନଥିଲି ଯେ ମତେ ଦିନେ ଅସ୍ତ୍ର ଉଠାଇବାକୁ ପଡିବ । ଆମେ ଓ ରୁଷିଆ ସୈନିୟ ଅସ୍ତ୍ର ଶସ୍ତ୍ର ଉଠାଇବା ଭିତରେ ଅନେକ ପାର୍ଥକ୍ୟ ରହିଅଛି । ଅନ୍ୟ ଦେଶକୁ ଅଧିକାର କରିବାକୁ ଅଥବା ପ୍ରବୃତ ଜାହିର କରିବାକୁ ୟୁକ୍ରେନ ବାସୀ ହତିଆର ଉଠାଉ ନାହାନ୍ତି ।

ଦେଶର ସୁରକ୍ଷା ତଥା ମାନ ରଖିବା ନିମନ୍ତେ ରଣଭୂମି କୁ ଆସିବାକୁ ପଡୁଛି । ଏହା ଆମ୍ଭ ମାନଙ୍କ ପାଇଁ ସ୍ଵାଭିମାନ ର ଯୁଦ୍ଧ । ଯୁଦ୍ଧ ଆରମ୍ଭ ହୋଇ ନଥିଲେ ଏହିଭଳି କରିବାକୁ ପଡି ନଥାନ୍ତା । ବର୍ତ୍ତମାନ ଘରେ ଅବଳା ହୋଇ ବସିରହିବା ଅପେକ୍ଷା ଶସ୍ତ୍ର ଉଠାଇ ରଣଭୂମି କୁ ଯିବା ସେ ଶ୍ରେୟସ୍କର ବୋଲି କହିଛନ୍ତି । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।