ହୃଦୟ ବିଦାରକ ଦୃଶ୍ୟ ! ଯୁଦ୍ଧକୁ ଯିବା ପୂର୍ବରୁ କୁନି ଝିଅକୁ ଧରି ଭୋ-ଭୋ ହେଇ କାନ୍ଦିଲେ ୟୁକ୍ରେନ ସୈନିକ, ଦେଖିଲେ ଆଖିରେ ଲୁହ ରହିବନି !

ବନ୍ଧୁଗଣ, “ତୁ କାନ୍ଦେ ନାହିଁ ମୋ କୁନି ଝିଅ, ଦୁଷ୍ଟ ହେବୁ ନାହିଁ କି ମା’ କୁ ହଇରାଣ କରିବୁ ନାହିଁ” । ଯୁଦ୍ଧ ଭୂମି କୁ ଯିବା ପୂର୍ବ ରୁ ଜଣେ ୟୁକ୍ରେନିୟ ସୈନିକ କାନ୍ଦି କାନ୍ଦି ନିଜ ଝିଅକୁ ବିଦାୟ ଦେବା ବେଳର ଏହି ଦୃଶ୍ୟ ସାରା ବିଶ୍ଵ କୁ ବିଚଳିତ କରିଦେଇଛି । ବାପା ଜାଣି ନାହାଁନ୍ତି ଯେ ଯୁଦ୍ଧ ଭୂମିରୁ ସେ ଆଉ ଫେରିବେ କି ନାହିଁ ? ଝିଅ ମଧ୍ୟ ଜାଣିନାହାନ୍ତି ତାଙ୍କ ବାପା ଆଉ ଫେରିବେ କି ନାହିଁ ? ଏଥିପାଇଁ ନିଜ ବାପା ଙ୍କ ପାଇଁ ଲେଖି ଆଣିଛି ଏକ ଛୋଟିଆ ବାର୍ତ୍ତାଟିଏ । ଏହାକୁ ଦେଖିବା ମାତ୍ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ସୈନିକ ବାପା ।

ସୈନିକ ଜଣଙ୍କ ଜାଣନ୍ତି ଯେ ଏହା ହୋଇପାରେ ତାଙ୍କ ପରିବାରଙ୍କ ସହିତ ତାଙ୍କର ଶେଷ ସାକ୍ଷାତ । ଏଥିପାଇଁ ବସ କାଚର ଝରକା ଏପଟେ ରହି ମଧ୍ୟ ସେପଟେ ଥିବା ନିଜ ଝିଅର ହାତକୁ ଟିକିଏ ଛୁଇଁ ଦେବାକୁ ଚାହୁଁଛନ୍ତି ଏହି ସୈନିକ ବାପା ଜଣଙ୍କ । ଅନ୍ୟଏକ ମର୍ମାହାତ ଦୃଶ୍ୟ ହେଉଛି, ରୁଷ ସହିତ ଲଢିବା ପାଇଁ ଏବେ ଅଧିକ ରୁ ଅଧିକ ସୈନିକ ଦରକାର କରୁଛି ୟୁକ୍ରେନ ।

ଏଭଳି ସ୍ଥିତିରେ ସେନାରେ ଯୋଗ ଦେବା ନିମନ୍ତେ ଆଗେଇ ଆସିଛନ୍ତି ୮୦ ବର୍ଷୀୟ ୟୁକ୍ରେନିୟ ବ୍ୟକ୍ତି । ନିଜ ସାଙ୍ଗରେ ଆଣିଛନ୍ତି ୨ ଟି ପ୍ୟାଣ୍ଟସାର୍ଟ, ଟୁଥବ୍ରସ ଏବଂ କିଛି ଖାଦ୍ୟ । ସେନାରେ ସାମିଲ ହେବା ନିମନ୍ତେ ସେ ଧାଡିରେ ଛିଡା ହୋଇଥିବା ଦୃଶ୍ୟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ଆଉ ଏକ ଦୃଶ୍ୟ ରେ ରୁଷିଆ ର ଭୟଙ୍କର ଆକ୍ରମଣ ରୁ ସୌଭାଗ୍ୟ ବଶତ ବଞ୍ଚିଯାଇଛି ଏକ କୁନି ଝିଅ । ମାତ୍ର ମୁହଁରେ ଆଘାତ ପାଇଛି ୟୁକ୍ରେନ ର ଏହି କୁନି ଝିଅଟି । ସେ ନିଜ ଭାଷାରେ ଭିଡିଓ ତିଆରି କରି ସୋସିଆଲ ମିଡିଆ ରେ ଅପଲୋଡ କରିଛନ୍ତି । ଏଥିରେ ସେ ରୁଷ ରାଷ୍ଟ୍ରପତି କୁ କହୁଛନ୍ତି ଯେ ତୁମେ ୟୁକ୍ରେନ ର କୁନି ପିଲା ମାନଙ୍କ ଜୀବନ ନେଉଛ । ତୁମ ସେନା ଫେରାଇ ନିଅ ।

 

ସେହିଭଳି ୟୁକ୍ରେନ ର ରାଷ୍ଟ୍ରପତି ଭୋଲୋଡିମେର ଜେନେସ୍କି । ଜଣେ ପୂର୍ବତ୍ତନ ଅଭିନେତା ତଥା କମେଡିଆନ । ବର୍ତ୍ତମାନ ସେ ଦେଶ ର ସେନା କୁ ବଳ ଦେବାକୁ ନିଜେ ଆର୍ମି ପୋଷାକ ପିନ୍ଧି ଓହ୍ଲାଇଛନ୍ତି ଯୁଦ୍ଧ କ୍ଷେତ୍ରକୁ । ଏହାଠାରୁ ବଡ କଥା ଆଉ କଣ ଥାଇପାରେ ଗୋଟିଏ ଦେଶ ନିଆନ୍ତେ ? ମାତ୍ର ଆମ୍ଭକୁ ଜଣାନାହି ଯେ ଯୁଦ୍ଧଖୋର ରୁଷିଆ ର ମାନ୍ୟବର ରାଷ୍ଟ୍ରପତି “ଭ୍ଲାଦମିର ପୂତିନ” ପୃଥିବୀ ସାରା ଭାଇରାଲ ହେଉଥିବା ଏହିସବୁ ଚିତ୍ର ତଥା ଭିଡିଓ କୁ ଦେଖୁଛନ୍ତି କି ନାହିଁ ?

କିନ୍ତୁ ଯୁଦ୍ଧଗ୍ରସ୍ତ ୟୁକ୍ରେନ ରୁ ଏହିଭଳି ଶହଶହ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଘୁରି ଭୁଲୁଛି । ସମସ୍ତ ୟୁକ୍ରେନ ଜାଣିଛି ରୁଷ ସହିତ ଲଢିବା ସେମାନଙ୍କ ପାଇଁ ପ୍ରାଣ ନାଶକ ହୋଇପାରେ । ଏହାପରେ ମଧ୍ୟ ମୁଣ୍ଡ ନ ନୂଆଇ ଲଢିବାକୁ ଚେଷ୍ଟା କରୁଛି ୟୁକ୍ରେନ । ତେବେ ବନ୍ଧୁଗଣ ଏହି ବିବରଣୀ କୁ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।