ଚାଣକ୍ୟ ନୀତି : ଏହି ୩ ଜଣ ଲୋକମାନଙ୍କ ଠାରୁ ଦୂରରେ ରହିବା ପରେ ହିଁ ମିଳିଥାଏ ସଫଳତା, କଣ ଆପଣଙ୍କ ଆଖପାଖରେ ବି ତ ନାହିଁ ଏହିଭଳି ଲୋକମାନେ

ଆଚାର୍ଯ୍ୟ ଚାଣକ୍ୟ ପାଟଳିପୁତ୍ରର ମହାନ ବିଦ୍ଵାନ ଥିଲେ । ଚାଣକ୍ୟଙ୍କର ନିଜର ନ୍ୟାୟପ୍ରିୟ ଆଚାରଣ ପାଇଁ ଜଣା ଯାଉଥିଲେ । ତାଙ୍କର ଜୀବନ ବହୁତ ସାଧାରଣ ଥିଲା । ଚାଣକ୍ୟଙ୍କୁ ନିଜ ଜୀବନରେ ମିଳିଥିବା ଅନୁଭବକୁ ହିଁ ସେ ନିଜର ଚାଣକ୍ୟ ନୀତିରେ ସ୍ଥାନ ଦେଇଛନ୍ତି । ଚାଣକ୍ୟ ନୀତିରେ କୁହାଯାଇଥିବା କଥା ଗୁଡିକୁ ବ୍ୟକ୍ତି ଯଦି ନିଜ ଜୀବନରେ ଆପଣାଇ ଥାଏ ତେବେ ତାକୁ ନିଜ ଜୀବନରେ ସଫଳତା ନିଶ୍ଚିତ ମିଳିବ ।

ଚାଣକ୍ୟ ନୀତିର ପ୍ରଥମ ଅଧ୍ୟାୟର ଚତୁର୍ଥ ଶ୍ଳୋକରେ ସେ ସଫଳତାର ସୂତ୍ର ବିଷୟରେ କହିଛନ୍ତି । ଏହି ଚାଣକ୍ୟ ନୀତିରେ ଚାଣକ୍ୟ ସେହି ବ୍ୟକ୍ତିମାନଙ୍କ ବିଷୟରେ କହିଛନ୍ତି କି ଯେଉଁମାନେ ଆପଣଙ୍କର ସଫଳତା ଏବଂ ଉନ୍ନତିରେ ଅସୁବିଧା ଉତ୍ପନ୍ନ କରିଥାନ୍ତି । ସେଥିପାଇଁ ସେ କହିଛନ୍ତି କି ଆପଣ ଯଦି ସଫଳତା ଚାହୁଁଛନ୍ତି ତେବେ ଏହିଭଳି ଲୋକମାନଙ୍କ ଠାରୁ ଦୂରେଇ ରୁହନ୍ତୁ ।

ଶ୍ଳୋକ

ମୂର୍ଖଶିଷ୍ଯୋପଦେଶେନ ଦୁଷ୍ଟସ୍ତ୍ରୀଭରଣେନଚ ।

ଦୁଖିତୈ ସଂପ୍ରୟୋଗେଣ ପଣ୍ଡିତୋପ୍ୟବସୀଦତି II

ମୂର୍ଖ ବ୍ୟକ୍ତିଙ୍କୁ ବୁଝାଇବା

ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି କି କେବେ ବି ମୂର୍ଖ ଶିଷ୍ୟଙ୍କୁ ଉପଦେଶ ଦେବାରେ ନିଜର ସମୟ ବର୍ବାଦ କରିବା ଉଚିତ ନୁହେଁ । ଅର୍ଥାତ ଆପଣଙ୍କର ସାମନାରେ ଯଦି କୌଣସି ମୂର୍ଖ ବ୍ୟକ୍ତି ପଡିଯାଏ ତେବେ ତାଙ୍କୁ ବୁଝାଇବା ନିଜ ସମୟର ବ୍ୟର୍ଥ କରିବା ସଙ୍ଗେ ସମାନ ଅଟେ । ଏହାର ସିଧା ପ୍ରଭାବ ଆମର ସଫଳତା ଏବଂ ଉନ୍ନତି ଉପରେ ପଡିଥାଏ ।

ଦୁଷ୍ଟ ସ୍ତ୍ରୀଙ୍କ ଠାରୁ ଦୂରେଇ ରୁହନ୍ତୁ

ଚାଣକ୍ୟଙ୍କ ଅନୁସାରେ ଖରାପ ସ୍ଵାଭାବର ମହିଳାଙ୍କ ଠାରୁ ବଞ୍ଚି କରି ରୁହନ୍ତୁ । ଯେଉଁ ମହିଳା ମର୍ୟାଦର ଉଲ୍ଲଂଘନ କରିଥାଏ, ଜୋରରେ ଚିତ୍କାର କରିଥାଏ, ବିନା ଭାବିଚିନ୍ତା କାମ କରିଥାଏ, ଏହିଭଳି ମହିଳାଙ୍କ ଠାରୁ ଦୂରେଇ ରହିବା ଉଚିତ ।

ନକରାତ୍ମକ ଚିନ୍ତାଧାରାର ଲୋକମାନେ

ଚାଣକ୍ୟଙ୍କ ଅନୁସାରେ ବିନା କାରଣରେ ଦୁଖୀ ରହୁଥିବା ଲୋକମାନଙ୍କ ଠାରୁ ଦୂରେଇ ରହିବା ଉଚିତ । ସବୁବେଳେ ଦୁଖୀ ରହୁଥିବା ବ୍ୟକ୍ତି ପ୍ରାୟତଃ ନକରାତ୍ମକ ଚିନ୍ତାଧାରା ରଖିଥାଏ । ଆଚାର୍ଯ୍ୟ ଚାଣକ୍ୟ ଏହିଭଳି ଲୋକମାନଙ୍କ ଠାରୁ ଦୂରେଇ ରହିବା ପାଇଁ ଉପଦେଶ ଦେଇଛନ୍ତି । ଏହିଭଳି ଲୋକମାନେ ନିଜେ କିଛି କରନ୍ତି ନା ହିଁ ଅନ୍ୟଙ୍କୁ କିଛି କରିବାକୁ ଦିଅନ୍ତି । ତେବେ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଏହି ତିନି ପ୍ରକାର ଲୋକଙ୍କ ଠାରୁ ଯେତେ ଦୁରରେ ରହିବେ ସେତେ ଆପଣଏଙ୍କ ପାଇଁ ଭଲ ହେବ । ଯଦି ଆପଣଙ୍କ ପାଖରେ ବି କିଛି ଏମିତି ଲୋକ ଅଛନ୍ତି ତେବେ ସେମାନଙ୍କୁ ଠାରୁ ଟିକେ ଦୂରରେ ରହିବା ଉତ୍ତମ ଅଟେ ।