ରାତି ଅଧରେ କଂଗ୍ରେସର ନେତା ଗର୍ଲ୍ସ ହସ୍ଟେଲରେ ପଶି ଝିଅକୁ ଦେଖାଇଲେ ନୋଟ, ଝିଅଟି କାନ୍ଦି କାନ୍ଦି କହିଲା…

ଯେଉଁଠି ଗୋଟିଏ ପଟେ ମହିଳାମାନେ ସବୁ କ୍ଷେତ୍ରରେ ପୁରୁଷଙ୍କ ସହିତ କାନ୍ଧ ସହିତ କାନ୍ଧ ମିଶାଇ ଚାଲିବା ପାଇଁ ସାହସ ରଖିଥାନ୍ତି । କିନ୍ତୁ ଅନ୍ୟ ପଟେ କିଛି ପୁରୁଷ ମହିଳାଙ୍କର ଲାଭ ଉଠାନ୍ତି । ପ୍ରାୟତଃ ଏମିତି ଛୋଟ ସହରର ଏକୁଟିଆ ଥିବା ଝିଅମାନଙ୍କ ସହ ହୋଇଥାଏ । ତାଙ୍କୁ ସବୁବେଳେ ଛେଡଖାନୀ ଶିକାର ହେବାକୁ ପଡିଥାଏ । ଏହିଭଳି ପ୍ରାୟତଃ ରାଜନୀତି ପାର୍ଟି ସହ ଜଡିତ ଥିବା ଲୋକମାନେ କରିଥାନ୍ତି କିମ୍ବା କିଛି ଧନୀବ୍ୟକ୍ତିମାନେ ।

କିନ୍ତୁ ଏଠି ପୁରା ମାମଲା କଂଗ୍ରେସ ପାର୍ଟି ସହିତ ଜଡିତ ଥିବା ମନୋଜ ସିଂହଙ୍କର ଅଟେ । ଯିଏକି ନିଜ ହାତରେ ହିଁ ନିଜ ବିଜନେସକୁ ନଷ୍ଟ କରିଦେଇଛନ୍ତି ତାହା ପୁଣି କିଛି ସମୟର ମନୋରଞ୍ଜନ ପାଇଁ, ଏହା ପରେ ତାଙ୍କ ହାତରୁ ସବୁ କିଛି ଚାଲିଗଲା । ରାତି ଅଧରେ କଂଗ୍ରେସ ନେତା ଗର୍ଲ୍ସ ହସ୍ଟେଲରେ ପଶି ଝିଅମାନଙ୍କୁ ଦେଖାଇଲେ ନୋଟ, ଝିଅମାନେ ସାହସ ସହିତ କାମ କରି ପୁଲିସ ପାଖକୁ ଯାଇ ପହଞ୍ଚିଲେ ।

ରାତି ଅଧରେ କଂଗ୍ରେସର ନେତା ଗର୍ଲ୍ସ ହସ୍ଟେଲରେ ପଶି ଝିଅମାଙ୍କୁ ଦେଖାଇଲେ ନୋଟ

ଏହି ମାମଲା ଝାଡ଼ଖଣ୍ଡର ଧନବାଦ ସହରର ଅଟେ । ଯେଉଁଠି ଏକ ମହିଳା କଲେଜରେ ପଢୁଥିବା ପଶ୍ଚିମବଙ୍ଗର ଏକ ଛାତ୍ରୀ ସହିତ ଘର ମାଲିକ ଖରାପ ବ୍ୟବହାର କରିଛନ୍ତି । ଏହି ଘଟଣା ବୁଧୁବାରର ରାତି ୧.୩୦ ସମୟରେ ମନୋରମ ନଗରରେ କଂଗ୍ରେସ ନେତା ମନୋଜ ସିଂହ ନିଜ ପତ୍ନୀ ଦ୍ଵାରା ଚଳାଯାଉଥିବା ଏକ ଗର୍ଲ୍ସ ହସ୍ଟେଲରେ ଟଙ୍କା ଦେଖାଇ ଛାତ୍ରୀମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଚେଷ୍ଟା କରିଛନ୍ତି ।

ଏହା ପରେ ଛାତ୍ର ସଂଗଠନର କିଛି ଛାତ୍ରମାନେ ସେହି ଛାତ୍ରୀଙ୍କୁ ନେଇ ମହିଳା ପୁଲିସ ଥାନାକୁ ଗଲେ ଏବଂ ସେଠି ସେହି ଛାତ୍ରୀ ଜଣକ ପୁଲିସଙ୍କୁ ପୁରା ଘଟଣା ବିଷୟରେ କହିଲେ । ଏହି ଘଟଣା ବିଷୟରେ ସୂଚନା ମିଳିବା ପରେ ପୁଲିସ ମନୋଜ ସିଂହଙ୍କୁ ଧରିବା ପାଇଁ ତାଙ୍କ ଘର ଏବଂ କାର୍ଯ୍ୟଳୟ ଉପରେ ଛାପା ମାରିଲେ । କିନ୍ତୁ ପୁଲିସ ତାଙ୍କୁ ଧରି ପାରି ନାହାନ୍ତି । ଏହି ଆରୋପ ଲାଗିବା ପରେ ପ୍ରଦେଶର ଅଧକ୍ଷ ଡା. ଅଜୟ କୁମାର ମନୋଜ ସିଂହଙ୍କୁ ପାର୍ଟିରୁ ବି ନିଲମ୍ବିତ କରି ଦେଇଛନ୍ତି ଏବଂ ଘଟଣାର ଯାଞ୍ଚ କରିବା ପାଇଁ ସେ ଏକ କମିଟି ବି ଗଠନ କରିଛନ୍ତି ।

ଛାତ୍ରୀ ଜଣକ କହିଲେ କି ରାତିରେ ପ୍ରଥମେ ମନୋଜ ସିଂହ ତାଙ୍କର କବାଟକୁ ନକ କରିଲେ । ଏହା ପରେ ସେ ଯେତେବେଳେ ସେ କବାଟ ଖୋଲିଲେ ତେବେ ତାଙ୍କ ହାତରେ ଟଙ୍କାର ଏକ ବିଡା ଥିଲା । ଏବଂ ଟଙ୍କା ଦେଖାଇ ତାଙ୍କୁ ଡାକୁ ଥିଲେ ଏବଂ ଖରାପ ଖରାପ କମେନ୍ଟ କରୁଥିଲେ । ଏହା ପରେ ଛାତ୍ରୀ ଜଣକ ଜୋରରେ ଚିତ୍କାର କରିବାରୁ ପାଖରେ ଥିବା ସମସ୍ତ ହସ୍ଟେଲ କର୍ମୀମାନେ ଏବଂ ଛାତ୍ରୀମାନେ ସେଠାରେ ପହଞ୍ଚିଥିଲେ । କହିବାକୁ ଗଲେ ବର୍ତ୍ତମାନ ପୁଲିସ ମନୋଜ ସିଂହକୁ ଖୋଜୁଛନ୍ତି ।