21 ପୂର୍ବରୁ ଝିଅଙ୍କୁ ବିବାହ ମନା ! ଏଥର ଆଉ 18 ବର୍ଷରେ ବିବାହ କରିପାରିବେ ନାହିଁ ଝିଅ, ଦେଖନ୍ତୁ ଏନେଇ କଣ ସବୁ ନିୟମ ଜାରି କଲେ ସରକାର

୨୧ ବର୍ଷ ପୂର୍ବରୁ ଝିଅଙ୍କୁ ମନା ହେଲା ବିବାହ । ଏଭଳି କିଛି ପ୍ରସ୍ତାବକୁ ସରକାରଙ୍କ ପକ୍ଷରୁ ମଞ୍ଜୁର ମିଳିଛି । ଝିଅଙ୍କ ବିବାହ ବୟସରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର । ଏଥର ୧୮ ବର୍ଷ ପରିବର୍ତ୍ତେ ୨୧ ବର୍ଷ ହେଲେ ଯାଇ ବିବାହ କରିବେ ଝିଅମାନେ । ଝିଅମାନଙ୍କ ବିବାହ ପାଇଁ ସର୍ବନିମ୍ନ ବୟସ ୨୧ ବର୍ଷ ଧାର୍ଯ୍ୟ କରାଯାଇଛି । ଏହା ସମସ୍ତ ଧର୍ମ ପାଇଁ ଲାଗୁ ହେବ । ସରକାର କ୍ଯାବିନେଟରେ ଏହି ନିଷ୍ପତ୍ତି ନେବା ପରେ ପୁଅ ଝିଅଙ୍କ ବିବାହ ବୟସ ୨୧ ବର୍ଷ ବୋଲି ଧାର୍ଯ୍ୟ ହୋଇଛି ।

୨୦୨୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଵାଧୀନତା ଦିବସ ଅବସରରେ ଏଭଳି କିଛି ଇଙ୍ଗିତ କରିଥିଲେ । ଆଉ ଏବେ ଏହି ପ୍ରସ୍ତାବକୁ କ୍ଯାବିନେଟର ମଞ୍ଜୁରୀ ମିଳିଛି । ସେଥିପାଇଁ ଏବେ ଆଉ ୨୧ ବର୍ଷ ପୂର୍ବରୁ ଆଉ ଝିଅମାନେ ବିବାହ କରିପାରିବେ ନାହିଁ । ପୂର୍ବରୁ ପୁଅମାନଙ୍କ ବିବାହ ବୟସ ୨୧ ବର୍ଷ ଥିବାବେଳେ ଝିଅମାନଙ୍କ ବିବାହ ବୟସ ୧୮ ବର୍ଷ ଥିଲା । କିନ୍ତୁ ବର୍ତ୍ତମାନ ଝିଅମାନଙ୍କ ବିବାହ ବୟସ ସୀମାକୁ ବୃଦ୍ଧି କରିଛନ୍ତି ସରକାର ।

ଏହା ୧୮ ବର୍ଷରୁ ୨୧ ବର୍ଷକୁ ବୃଦ୍ଧି ପାଇଛି । ଆଉ ଏବେ ଉଭୟ ପୁଅ-ଝିଅ ୨୧ ବର୍ଷରେ ଯାଇ ବିବାହ କରିପାରିବେ । ଆଉ ୧୮ ବର୍ଷରେ ଝିଅମାନେ ବିବାହ କରିପାରିବେ ନାହିଁ । କମ୍ ବୟସରେ ବିବାହ କରିବା ପାଇଁ ଝିଅମାନେ ଶାରୀରିକ ଏବଂ ମାନସିକ ଭାବେ ପ୍ରସ୍ତୁତ ହୋଇପାରନ୍ତି ନାହିଁ । କିନ୍ତୁ ଆମର ସାମାଜିକ ବ୍ୟବସ୍ଥାନୁସାରେ ଅନେକ ସମୟରେ ସେମାନଙ୍କ ଚାପ ପକାଇ ତାଙ୍କୁ ବିବାହ କରେଇ ଦିଆଯାଏ ।

ଆଜିକାଲି ଉଭୟ ପୁଅ ଏବଂ ଝିଅଙ୍କୁ ସମାନ ଦୃଷ୍ଟିରେ ଦେଖା ଯାଉଥିବା ବେଳେ ପୁଅଙ୍କ ପରି ଝିଅଙ୍କୁ ମଧ୍ୟ ସେମାନଙ୍କ କ୍ଯାରିୟର ଗଠନ ପାଇଁ ପର୍ଯ୍ୟାପ୍ତ ସମୟ ମିଳିବା ଦରକାର । ଆଜିର ସମୟରେ ଝିଅଙ୍କୁ ଶାରୀରିକ ଓ ମାନସିକ ବିକାଶ ସହ ଆର୍ଥିକ ଏବଂ ସାମାଜିକ ସ୍ତରରେ ମଧ୍ୟ ବିକାଶର ଆବଶ୍ୟକତା ରହିଛି । ବିବାହ ପରେ ମଧ୍ୟ ଅନେକ ସମୟରେ ବିକୃତ ମାନସିକତାର ଲୋକେ ଝିଅଙ୍କ ସହ ଦୁର୍ବ୍ୟବହାର କରୁଛନ୍ତି ଓ ଅନେକ ଝିଅ ଆଜି ବି ଘରୋଇ ହିଂସାର ଶିକାର ହେଉଛନ୍ତି ।

ଏହି ସବୁକୁ ଦୃଷ୍ଟିରେ ଆଣିଲେ ସରକାରଙ୍କ ଝିଅମାନଙ୍କ ପ୍ରତି ଏହିଭଳି ପଦକ୍ଷେପ ନିହାତି ଭାବେ ସ୍ବାଗତଯୋଗ୍ୟ ବୋଲି ବିଭିନ୍ନ ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରୁଛନ୍ତି । ଏହା ଝିଅଙ୍କ ବାପା-ମା’ମାନେ ମଧ୍ୟ ହୃଦୟଙ୍ଗମ କରିବା ଆବଶ୍ୟକ । କେବଳ ବିବାହ କରାଇଦେବା ହିଁ ସବୁକିଛି ନୁହେଁ। ଝିଅଟିର ସର୍ବାଙ୍ଗୀନ ବିକାଶ ପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ । ସରକାରଙ୍କ ଏହିଭଳି ପଦକ୍ଷେପକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।