କଞ୍ଚାରେ ହଳଦିଆ, ପାଚିଲେ କଳା, ନକହି ପାରିଲେ ରାଜ୍ୟରୁ ପଳା ? ବୁଦ୍ଧିମାନ ହୋଇଥିଲେ କୁହନ୍ତୁ ଏହାର ଉତ୍ତର ? General Knowledge

ଆପଣ ସମସ୍ତେ ସବୁବେଳେ କୌଣସି ନା କୌଣସି ପ୍ରଶ୍ନ କିମ୍ବା ସ୍ଥିତି କିମ୍ବା ସମସ୍ୟାର ସାମ୍ନା କରୁଥିବେ । ଯଦି ଆପଣ ସେହି ପ୍ରଶ୍ନର ଉତ୍ତର କିମ୍ବା ସ୍ଥିତିରୁ ବାହାରିବା ବିଷୟରେ ଜାଣିଥିବେ କିମ୍ବା ସମସ୍ୟାର ସମାଧାନ କରିବା ଜାଣିଥିବେ ତେବେ ଆପଣଙ୍କ ପାଇଁ ବହୁତ ସହଜ ହୋଇଯାଏ । କିନ୍ତୁ ଯଦି ଆପଣଙ୍କୁ ଏହା ବିଷୟରେ ଜଣା ନ ଥାଏ ତେବେ ଆପଣଙ୍କୁ ନାନା ପ୍ରକାରର ଅସୁବିଧାର ସାମ୍ନା କରିବାକୁ ପଡିଥାଏ । କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ କିଛି ଢଗଢମାଳିଆ ଓ ମଜାଳିଆ ପ୍ରଶ୍ନ ନେଇ ଆସିଛୁ । ଯାହାକି ଆପଣଙ୍କୁ ମନୋରଞ୍ଜନ କରିବା ସହ ଆପଣଙ୍କ ଜ୍ଞାନ ବଢାଇବା ।

ପ୍ରଶ୍ନ – କଣ କାଟିବା ପରେ ସମସ୍ତେ ବହୁତ ଖୁସି ହୋଇ ଗୀତ ଗାଇଥାନ୍ତି ?

ଉତ୍ତର – କେକ

ପ୍ରଶ୍ନ – ସରଗରୁ ଆସିଲା ଟୋକାଟିଏ,

ତା ମୁଣ୍ଡରେ ଟୋପିଟିଏ,

କୁହନ୍ତୁ ଏହା କଣ ଅଟେ ?

ଉତ୍ତର – ତାଳ

ପ୍ରଶ୍ନ – କଣ ଭାଙ୍ଗିବା ପରେ ହିଁ ସମସ୍ତେ ଖୁସି ହୁଅନ୍ତି ?

ଉତ୍ତର – ରେକର୍ଡ

ପ୍ରଶ୍ନ – ହଲିଥାଏ କିନ୍ତୁ ଗଛ ନୁହେଁ,

ଚାଲିଥାଏ କିନ୍ତୁ ଗାଡି ନୁହେଁ,

ଟିକ ଟିକ କରେ କିନ୍ତୁ ଘଡି ନୁହେଁ,

କୁହନ୍ତୁ ତାହା କଣ ?

ଉତ୍ତର – ଟାଇପ ମେସିନ

ପ୍ରଶ୍ନ – କଳା ଘାସ ବଣେ ଧରିଲି ଚୋର,

ନଖ ମୁନେ ତାର ହେଲା ବିଚାର ?

ଉତ୍ତର – ଉକୁଣୀ

ପ୍ରଶ୍ନ – କେଉଁ ଫଳର ୩ ଟି ଆଖି ଥାଏ ?

ଉତ୍ତର – ନଡିଆ

ପ୍ରଶ୍ନ – ଛୋଟ ପିଲାମାନଙ୍କର କେଉଁ ଖେଳଣାକୁ ଧନୀ ଲୋକମାନେ ବି କିଣି ପାରିବେ ନାହିଁ ?

ଉତ୍ତର – ଜହ୍ନ ମାମୁଁ

ପ୍ରଶ୍ନ – କେଉଁ ହାଣ୍ଡିରେ ରୋଷେଇ କରିଲେ ତାହା କେବେ ବି କଳା ହୁଏ ନାହିଁ ?

ଉତ୍ତର – କଳାହାଣ୍ଡି

ପ୍ରଶ୍ନ – କଞ୍ଚା ଥିବା ସମୟରେ ଲତପତ, ପାଚିଲେ ଟାଣ, ତାହା କଣ ?

ଉତ୍ତର – ମାଟି ହାଣ୍ଡି

ପ୍ରଶ୍ନ – କାଟିଲେ ରକ୍ତ ନ ଥାଏ,

କୁଟିଲେ ହାଡ ବି ନ ଥାଏ,

କୁହ ସେହି ଜୀବ କିଏ ?

ଉତ୍ତର – ଚିଙ୍ଗୁଡି

ପ୍ରଶ୍ନ – କାଠର ବାଛୁରୀ, ପଥରର ଗାଈ, ଯେତେ ଦୁହୁଁ ଥିଲେ ପହ୍ନଉଥାଇ ?

ଉତ୍ତର – ଚନ୍ଦନ କାଠ ପେଡି

ପ୍ରଶ୍ନ – ଗରମ ଥିଲେ ଉପରେ ଉଡେ,

ଶୀତଳ ହେଲେ ତଳକୁ ପଡେ ?

ଉତ୍ତର – ବାଷ୍ପ

ପ୍ରଶ୍ନ – ଗଛ ଲଗେଇଲି ଫଳିବା ପାଇଁ, ଫଳ ଧରିଲା, ହେଲେ ଝଡିଲା ନାହିଁ ?

ଉତ୍ତର – ଭେଣ୍ଡି

ପ୍ରଶ୍ନ – କଞ୍ଚା ଥିଲେ ହଳଦିଆ, ପାଚିଲେ କଳା, କହିଲ ଦେଖି ତାହା କଣ ?

ଉତ୍ତର – ଖଜୁରୀ କୋଳି