ବଞ୍ଚି ଥାଉ ଥାଉ ବରିଷ୍ଠ Ollywood ଅଭିନେତା Mihir Das ଙ୍କୁ ମୃତ ଘୋଷିତ କଲା ୱିକିପିଡିଆ, ଆଉ ତା’ ପରେ କଲା କିଛି ଏମିତି…

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବିକିପିଡିଆ ରେ ରହିଛି ଭୁଲ ତଥ୍ୟ।ମିହିର ଦାସ ଙ୍କ ବାୟୋଗ୍ରାଫି ରେ ଭୁଲ ତଥ୍ୟ ଦେଇଛି ବିକିପିଡ଼ିଆ। ବିକିପିଡ଼ିଆ ରେ ଏଭଳି ଭୁଲ ତଥ୍ୟ କୁ ନେଇ ସିନେ ପ୍ରେମୀ ଙ୍କ ମଧ୍ୟରେ ଉଦବେଗ ସୃଷ୍ଟି ହୋଇଛି । କାହିଁକି ଏଭଳି ଭୁଲ ତଥ୍ୟ ଦିଆ ଯାଇଛି ବୋଲି ପ୍ରଶ୍ନ ଉଠାଇଛନ୍ତି। ବିକିପିଡ଼ିଆ ରେ କିଏ ଏଭଳି ତଥ୍ୟ କୁ ପୋଷ୍ଟ କରିଛି ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଓଡ଼ିଆ ସିନେମା ର ଭର୍ଷାଟାଇଲ ଅଭିନେତା ମିହିର ଦାସ ବଲିଷ୍ଠ ଅଭିନୟ, ଗମ୍ଭୀର ସ୍ୱର, ଚରିତ୍ର ନିଖୁଣ ଭାବରେ ଉତାରି ଦର୍ଶକ ମାନଙ୍କ ମନରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ତିନି ଦଶନ୍ଧି ଧରି ଓଡ଼ିଆ ସିନେମା ରେ ଅଭିନୟ ତାଙ୍କୁ ସମ୍ମାନ ଏବଂ ପୁରସ୍କାର ର ଅଧିକାରୀ କରାଇ ପାରିଛି ।୧୯୬୬ ମସିହା ଫେବ୍ରୁଆରୀ ୧୭ ତାରିଖରେ ମୟୁରଭଞ୍ଜ ରେ ଜନ୍ମ ଗ୍ରହଣ କରିଥିଲେ ମିହିର ଦାସ। ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ବିକିପିଡ଼ିଆ ତାଙ୍କ ସମ୍ବନ୍ଧରେ ଭୁଲ ତଥ୍ୟ ଦେଖିଵାକୁ ମିଳିଛି ।

ଯାହାକୁ ନେଇ ଓଡ଼ିଆ ଟିଭି ଇଣ୍ଡଷ୍ଟ୍ରୀ ତଥା ଆଲବମ୍ ଅଭିନେତ୍ରୀ ଲିପି ଏହି ସମ୍ବନ୍ଧରେ ପ୍ରତିବାଦ କରିଛନ୍ତି ଏବଂ ଏହା କହିଛନ୍ତି ଯେ, “ଆପଣ ମାନେ ସୋସିଆଲ ମିଡିଆ ରେ ଆକ୍ଟିଭ ରୁହନ୍ତୁ । କାରଣ ଆକ୍ଟିଭ ରହିବା ନିହାତି ଭାବରେ ଭଲ କଥା ଅଟେ । କିନ୍ତୁ ଏଭଳି ବହୁତ ଗୁଡିଏ ନ୍ୟୁଜ ଆସୁଛି ଯେଉଁ ନ୍ୟୁଜ ଗୁଡ଼ିକ ଫେକ୍ ଅଟେ।ତାହା ସମସ୍ତ ଦର୍ଶକ ଭଲ ଭାବରେ ଜାଣିଥାନ୍ତି ।

ସେ ଏହା କହିବାକୁ ଚାହାନ୍ତି ଯେ, ଏହି ସମସ୍ତ ଫେକ୍ ନ୍ୟୁଜ ଗୁଡ଼ିକ ଯାହା ସୋସିଆଲ ମିଡିଆ ରେ ଆସୁଛି ସେହି ସମସ୍ତ ନ୍ୟୁଜ ଗୁଡ଼ିକ ଠାରୁ ଦୂରେଇ ରୁହନ୍ତୁ ଏବଂ ସେହି ନ୍ୟୁଜ ଗୁଡ଼ିକ ରେ କେତେ ମାତ୍ରାରେ ସତ୍ୟତା ରହିଛି ତାହା ଜାଣିବା ନିମନ୍ତେ ନିଶ୍ଚିତ ଭାବରେ ଚେଷ୍ଟା କରନ୍ତୁ ।” ମିହିର ଦାସ ଙ୍କ ସମ୍ବନ୍ଧରେ ଦେଖିବାକୁ ମିଳିଥିବା ଭୁଲ ତଥ୍ୟ ନିଶ୍ଚିତ ଭାବରେ ସେମାନଙ୍କ ଫାନ୍ସ ମାନଙ୍କ ମନରେ କଷ୍ଟ ପହଞ୍ଚାଇ ଥିବ ଏବଂ ଏହା ନିଶ୍ଚିତ ଭାବରେ ବହୁତ ବଡ଼ ଦୁଃଖ ର ବିଷୟ ଅଟେ।

ତେଣୁ ଅଭିନେତ୍ରୀ ଲିପି ମିହିର ଦାସ ଙ୍କ ଆରୋଗ୍ୟ ନିମନ୍ତେ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଏବଂ ଏହି ସୁପ୍ରସିଦ୍ଧ ଓଡ଼ିଆ କଳାକାର ଙ୍କ ଆସୁ ଆରୋଗ୍ୟ କାମନା କରି ଆମେ ମଧ୍ୟ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛୁ । ତେବେ ଆପଣ ମାନେ ଏହି ସମ୍ବନ୍ଧରେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।