ବିଶ୍ବାସ ନେହେଲେ ବି ସତ ! ନିଜ ସ୍କୁଟିରେ ଏକାଥରକେ 55 ହଜାର ଟଙ୍କାର ପେଟ୍ରୋଲ ଭରିଲେ ବ୍ୟକ୍ତି ! କେମିତି ଭରିଲେ ଏତେ ଟଙ୍କାର ପେଟ୍ରୋଲ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ମାତ୍ର ଗୋଟିଏ ଥରରେ ସ୍କୁଟିରେ ୫୫ ହଜାର ଟଙ୍କାର ପେଟ୍ରୋଲ ଭରିଲେ ଏହି ବ୍ୟକ୍ତିଜଣକ । ଆପଣଙ୍କୁ ଏକଥା ଶୁଣି ନିହାତି ଭାବେ ଆଶ୍ଚର୍ଯ୍ୟ ଲାଗୁଥିବ । ଆପଣ ବି ଭାବୁଥିବେ ସ୍କୁଟି ଭଳି ଗାଡିରେ ଏକାଥରେ ୫୫ ହଜାର ଟଙ୍କାର ପେଟ୍ରୋଲ କିଭଳି ଭରିହେବ । କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ଏକଦମ ସତ । ସ୍କୁଟିରେ ପେଟ୍ରୋଲ ଭରିବା ପରେ ଜଣେ ଗ୍ରହକଙ୍କୁ ୫୫ ହଜାର ଟଙ୍କା ଦେବାକୁ ପଡିଛି । ହଁ ଆଜ୍ଞା, ମହାରାଷ୍ଟ୍ରର ଥାନେରେ ଏଭଳି ଏକ ଘଟଣା ଘଟିଛି ।

ପେଟ୍ରୋଲ ପମ୍ପରେ କମ୍ ପେଟ୍ରୋଲ ଭରିବା ନେଇ ବାରମ୍ବାର ଅଭିଯୋଗ ହେଉଥିବା ବେଳେ ଥାନେରେ କିନ୍ତୁ ଏହି ଅଜବ ଘଟଣା ଦେଖିବାକୁ ମିଳିଛି । ଏଠାରେ ସ୍କୁଟିରେ ପେଟ୍ରୋଲ ଭରିବା ପାଇଁ ଜଣେ ଗ୍ରାହକଙ୍କ ଠାରୁ ୫୫ ହଜାର ଟଙ୍କା ଆଦାୟ କରାଯାଇଛି । ତେବେ ଘଟଣାଟି ହେଉଛି, ଗ୍ରାହକ ଜଣକ ମାତ୍ର ୫୫୦/- ଟଙ୍କାର ପେଟ୍ରୋଲ ଭର୍ତ୍ତି କରିଥିଲେ । କିନ୍ତୁ ପେଟ୍ରୋଲ ଭରିବା ପରେ ପେଟ୍ରୋଲ ପମ୍ପରେ ତାଙ୍କୁ ୫୫ ହଜାର ଟଙ୍କା ଦେବାକୁ କୁହାଯାଇଥିଲା । ଏହା ଶୁଣି ସେହି ବ୍ୟକ୍ତିଜଣକ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

କିଭଳି ସ୍କୁଟି ଭଳି ଗାଡିରେ ସେ ୫୫ ହଜାର ଟଙ୍କାର ପେଟ୍ରୋଲ ଭରିଦେଲେ ବୋଲି ଆଶ୍ଚର୍ଯ୍ୟ ହୋଇଥିଲେ । ଯେଉଁ ଗାଡିରେ ସାଢେ ୫୦୦ରୁ ୬୦୦ ଟଙ୍କାର ପେଟ୍ରୋଲ ପକାଇଲେ ଟାଙ୍କି ଭର୍ତ୍ତି ହୋଇଯାଏ ସେହି ଗାଡିରେ ୫୫ ହଜାର ଟଙ୍କାର ପେଟ୍ରୋଲ କେମିତି ଜାଗା ଧରିଲା ! ଆଉ ଗ୍ରାହକଙ୍କର ଗାଡିଟି ଥିଲା ହୋଣ୍ଡା ଆକ୍ଟିଭା । ପେଟ୍ରୋଲ ଭରିବା ପାଇଁ ନିଜ ହୋଣ୍ଡା ଆକ୍ଟିଭା ଗାଡି ଧରି ଗ୍ରାହକଜଣକ ଥାନେର ଏକ ପେଟ୍ରୋଲ ପମ୍ପରେ ପହଞ୍ଚିଥିଲେ ।

କିନ୍ତୁ ୫୫୦ ଟଙ୍କାର ପେଟ୍ରୋଲ ଭରିବା ପରେ ସେ ଯେତେବେଳେ ଅନଲାଇନ ପେମେଣ୍ଟ କଲେ ତାଙ୍କ ଆକାଉଣ୍ଟରୁ ୫୫ ହଜାର ଟଙ୍କା କଟା ଯାଇଥିଲା । ଏହାପରେ ସେ ପେଟ୍ରୋଲ ପମ୍ପ ମାଲିକଅଙ୍କ ନିକଟରେ ଅଭିଯୋଗ କରିଥିଲେ । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ପେଟ୍ରୋଲ ପମ୍ପ ମାଲିକ ଜଣକ ଅଡୁଆରେ ପଡି ଯାଇଥିଲେ । ଆଉ ପରେ ନିଜ ଭୁଲକୁ ସଂଶୋଧନ କରି ଗ୍ରାହକଙ୍କ ଆକାଉଣ୍ଟକୁ ଟଙ୍କା ଫେରସ୍ତ କରି ଦେଇଥିଲେ ।

ଏହାପରେ ଏହି ଘଟଣା ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ୫୫୦ ଟଙ୍କାର ପେଟ୍ରୋଲ ପକାଇ ଯଦି ୫୫ ହଜାର ଟଙ୍କା କଟିଯାଉଛି ତେବେ ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ଘଟି ଥାଇପାରେ । ପେଟ୍ରୋଲ ପକାଇବା ବେଳେ ଆମ ଟଙ୍କା କେତେ ସୁରକ୍ଷିତ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।