ନବରାତ୍ରି ଆରମ୍ଭ ହେବା ପୂର୍ବରୁ ଘରକୁ ନେଇ ଆସନ୍ତୁ ଏହି 1 ଜିନିଷ, ଏତେ ଧନ ବର୍ଷା ହେବ ଯେ ରଖିବାକୁ ଜାଗା ନିଅଣ୍ଟ ହେବ !

ନମସ୍କାର ବନ୍ଧୁଗଣ, କିଛି ଜିନିଷ ଆମ ପାଇଁ ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ଯାହାକି ଆମ ଚାରିପାଖରେ ରହିଲେ ଆମକୁ ସବୁ କ୍ଷେତ୍ରରେ ସଫଳତା ହାସଲ ହୁଏ । ଆମ ଜୀବନରେ ସବୁ ସମସ୍ୟାର ସମାଧାନ ହୋଇଯାଏ । ତେବେ ଆଜି ଆମେ ଆପଣମାନଙ୍କୁ ଜଣାଇବାକୁ ଯାଉଛୁ ସେହି ଭଳି କିଛି ଜିନିଷ ବିଷୟରେ ଯାହାକୁ ନବରାତ୍ରିରେ ଘରେ ଆଣି ରଖିଲେ ଆପଣଙ୍କ ଭାଗ୍ୟ ଚମକି ଉଠିବ । ଆସନ୍ତୁ ଜାଣିବା ଏହା ବିଷୟରେ ବିସ୍ତାରରେ ।

ଏହିସବୁ ଜିନିଷ ଘରେ ରଖି ନବରାତ୍ରିରେ ସନ୍ତୁଷ୍ଟ କରନ୍ତୁ ମା ଦୂର୍ଗାଙ୍କୁ । ପ୍ରଥମ: ନବରାତ୍ରିରେ ମାଙ୍କୁ ଷୋଳ ସିଙ୍ଗାର ଅର୍ପଣ କରିବା ଉଚିତ । ମାତାଙ୍କୁ ଘରେ ସ୍ଥାପନ କରିବା ପାଇଁ ଏକ ଚେୟାର ରଖି ସେଥିରେ ନାଲି ରଙ୍ଗର କପଡା ବିଛେଇ ଦିଅନ୍ତୁ । ଏବଂ ଏହାପରେ ମାତାଙ୍କୁ ଟୀକା ଲଗାଇ ଷୋଳ ସିଙ୍ଗାର ତାଙ୍କୁ ଅର୍ପଣ କରନ୍ତୁ । ଏହାଦ୍ଵାରା ମାତା ଅତ୍ୟନ୍ତ ପ୍ରସନ୍ନ ରହିବେ ଆପଣଙ୍କ ଉପରେ ।

ଏବଂ ଆପଣଙ୍କ ପରିବାରରେ ଖୁସିର ଆଗମନ ହେବ । ଅଖଣ୍ଡ ସୌଭାଗ୍ୟବତୀର ଆଶ୍ରିବାଦ ପ୍ରାପ୍ତ ହେବ । ଦିତୀୟ: ନବରାତ୍ରି ସମୟରେ ଗୋଟିଏ ସୁନାର ମୁଦ୍ରା ଆଣି ମାତାଙ୍କ ପାଦ ତଳେ ରଖି ପୂଜା କରନ୍ତୁ ନଅ ଦିନ ପର୍ଯ୍ୟନ୍ତ । ଏବଂ ନବରାତ୍ରି ପରେ ଏହାକୁ ନିଜ ଧନ ରଖୁଥିବା ସ୍ଥାନରେ ରଖିଦିଅନ୍ତୁ । ଏହା କରିବା ଦ୍ଵାରା ଘରେ ଧନର ବୃଦ୍ଧି ହୋଇଥାଏ ।

ତୃତୀୟ: ନବରାତ୍ରି ସମୟରେ ଘରକୁ ପଦ୍ମ ଫୁଲ ନିଶ୍ଚୟ ଆଣନ୍ତୁ । ପଦ୍ମ ଫୁଲକୁ ଧାର୍ମିକ ଶାସ୍ତ୍ରରେ ବହୁତ ମହତ୍ଵ ଦିଆଯାଇଛି । ଧନର ଦେବୀ ମା ଲକ୍ଷ୍ମୀ ଏହି ଫୁଲ ଉପରେ ବିରାଜମାନ କରିଥାନ୍ତି ସବୁ ସମୟରେ । ଏହି ଫୁଲକୁ ଆଣି ନବରାତ୍ରି ସମୟରେ ମା ଲକ୍ଷ୍ମୀଙ୍କୁ ଅର୍ପଣ କରିବା ଦ୍ଵାରା ମାତ ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ସର୍ବଦା ରହିଥାଏ । ଏବଂ ଧନ ସମ୍ପତି ବଢିବାରେ ଲାଗିଥାଏ ।

ଚତୁର୍ଥ: ନବରାତ୍ରି ସମୟରେ ଦକ୍ଷିଣାବର୍ତୀ ଶଙ୍ଖକୁ ଆଣି ଆପଣଙ୍କ ଘରେ ସ୍ଥାପନ କରନ୍ତୁ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହି ଶଙ୍ଖକୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମନାଯାଏ । ମାନ୍ୟତା ରହିଛି କି ଯେଉଁ ଘରେ ଏହି ଶଙ୍ଖ ରହିଥାଏ ସେହି ଘରେ କେବେ ବି ଧନ ଧାନ୍ୟର ଅଭାବ ହୁଏ ନାହିଁ । ଯେଉଁ ଘରେ ଏହାକୁ ବିଧି ବିଧାନ ସହ ସ୍ଥାପିତ କରାଯାଏ ସେହି ଘରେ ଭୁତ ପ୍ରେତଙ୍କ ନଜର ମଧ୍ୟ କେବେ ପଡେ ନାହିଁ ।

ନକରାତ୍ମକ ସମସ୍ତ ଶକ୍ତିରୁ ଏହା ଘରକୁ ରକ୍ଷା ପ୍ରଦାନ କରିଥାଏ । ଏଥିରୁ ଦୁର୍ଘଟଣା, ମୃତୁ, ଚୋରୀ ଇତ୍ଯାଦିରୁ ମଧ୍ୟ ମୁକ୍ତି ମିଳିଥାଏ । ତେବେ ବନ୍ଧୁଗଣ, ଯଦି ଏହି ପୋଷ୍ଟଟି ଆପଣମାନଙ୍କୁ ଭଲ ଲାଗେ ତେବେ ଲାଇକ, ଶେୟାର କରିବାକୁ ଭୁଲିବେନି । ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢିଥିବାରୁ ଧନ୍ୟବାଦ ।