ଏକଘରିଆ ହେଲେ ପାକିସ୍ତାନର ଅଧିନାୟକ ବାବର ଆଜମ, ନିଜ ନିଜ ଭିତରେ ମାରପିଟ ହେଲେ ପାକିସ୍ତାନ ଖେଳାଳି ।

ପାକିସ୍ତାନ ଦଳ ମଧ୍ୟରେ ଚାଲିଛି ବିବାଦ । ନିଜ ଭିତରେ ପିଟା ପିଟି ହେଲେ ପାକିସ୍ତାନ ଖେଳାଳି । ଏକଘରିଆ ହୋଇଗଲେ ଦଳର ଅଧିନାୟକ । ହଁ ଦର୍ଶକ ବନ୍ଧୁ ଚଳିତ ବିଶ୍ଵକପରେ ଖେଳୁଥିବା ପାକିସ୍ତାନ ଟିମ ଏବେ ଭାରତରେ ରହିଛି । କିନ୍ତୁ ଦଳ ମଧ୍ୟରେ କିଛି ବି ସ୍ଥିତି ଠିକ ନାହିଁ କଥା ଏବେ ସାମନାକୁ ଆସିଛି । ଚଳିତ ବିଶ୍ଵକପରେ 3 ଟି ମ୍ଯାଚ ହାରି ସାଇଛି ପାକିସ୍ତାନ ।

ପ୍ରଥମେ ଭାରତ ଓ ପରେ ଅଷ୍ଟ୍ରେଲିୟା ଠାରୁ ଲଗାତାର 2 ଥର ମ୍ୟାକ ହାରିବା ପରେ ପାକିସ୍ତାନ ଟିମ ର ଖେଳାଳୀ ମାନେ ପରସ୍ପର ଉପରେ ଦୋଷ ଲଦିବାରେ ଲାଗିଥିଲେ । ସେମାନେ ମାନସିକ ସ୍ତରରେ ଅସୁସ୍ଥ ହୋଇ ପଡିଥିଲେ । ଯାହାର ପ୍ରଭାବ ଗତ କାଲି ଆଫଗାନିସ୍ତାନ ମ୍ଯାଚ ରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ପାକିସ୍ତାନ ଭାରତ ଓ ଅଷ୍ଟ୍ରେଲିୟା ଠାରୁ ହାରିବା ପରେ ଦଳ ଭିତରେ ବିବାଦ ଦେଖା ଦେଇଛି ।

ଦଳର ଅଧିନାୟକ ବାବର ଆଜମ ଙ୍କ କଥା କେହି ଶୁଣୁ ନାହାନ୍ତି । ଅନ୍ୟ ଖେଳାଳୀ ମାନେ ବାବର ଙ୍କୁ ଏକଘରିଆ କରି ଦେଇଛନ୍ତି ବୋଲି ପାକିସ୍ତାନୀ ସାମ୍ବାଦିକ ମାନେ କହିଛନ୍ତି । ସ୍ଥିତି ଏମିତି ହୋଇଛି ଦଳ ଖେଳାଳି ମାନେ ନିଜ ନିଜ ଭିତରେ ମାରପିଟ ହୋଇଛନ୍ତି । ପାକିସ୍ତାନ ଟିମ ର କିଛି ସାମ୍ବାଦିକ ସୋସିଆଲ ମିଡିଆରେ କହିଛନ୍ତି ପାକିସ୍ତାନ ର ଖେଳାଳି ଙ୍କ ମଧ୍ୟରେ ଏବେ ବିବାଦ ଚାଲିଛି ।

ଅଧିନାୟକ ଙ୍କ କଥା କେହି ମାନୁ ନାହାନ୍ତି । ତାଙ୍କୁ ଏକଘରିଆ କରି ଦେଇଛନ୍ତି । ସେହିପରି ଦଳର 2 ଜଣ ଖେଳାଳି ଙ୍କ ମଧ୍ୟରେ ମାରପିଟ ହୋଇଛି । ବିଶ୍ଵକପ ଭଳି ଟୁର୍ଣ୍ଣାମେଣ୍ଟ ସମୟରେ ପାକିସ୍ତାନୀ ଖେଳାଳି ଙ୍କ ମଧ୍ୟରେ ଏମିତି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦଳ ମଧ୍ୟରେ ଏଭଳି ତିକ୍ତତା ଖବର କୁ ପାକିସ୍ତାନ ଗଣମାଧ୍ୟମ ସ୍ଵୀକାର କରିଛି ।

ହେଲେ ପାକିସ୍ତାନ କ୍ରିକେଟ ବୋର୍ଡ କିନ୍ତୁ ଏହାକୁ ଖଣ୍ଡନ କରି ଏକ ବିବୃତ୍ତି ଜାରି କରିଛି । ପାକିସ୍ତାନ ଟିମ ମଧ୍ୟରେ କୌଣସି ତିକ୍ତତା ନାହିଁ ବୋଲି କହିଛି ବିସିସି । ପାକିସ୍ତାନ ସାମ୍ବାଦିକଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବ ପରେ PCB କହିଛି ବର୍ତ୍ତମାନ ବିଶ୍ଵକପ ଖେଳୁଥିବା ଜାତୀୟ ପାକିସ୍ତାନ ଦଳ ମଧ୍ୟରେ ମନାନ୍ତର ନେଇ ପ୍ରକାଶିତ ଖବରରେ କୌଣସି ସତ ନାହିଁ । ଏ ସବୁ ଭିତ୍ତିହୀନ ।

କୌଣସି ଅଭିଯୋଗକୁ ପ୍ରଚାର କରିବା ପୂର୍ବରୁ ଏହାର ସତ୍ୟ ସତ୍ୟାକୁ ଯାଞ୍ଚ କରାଯାଉ । କୌଣସି ତଥ୍ୟ ନ ଥାଇ ମିଥ୍ୟା ଖବର ପ୍ରସାର ହେଉ ଥିବାରୁ PCB ମର୍ମାହତ ବୋଲି କୁହା ଯାଉଛି । ପାକିସ୍ତାନ ଦଳ ଏ କଥାକୁ ଲୁଚାଉ ଥିଲେ ମଧ୍ୟ ପାକିସ୍ତାନ ଗଣମାଧ୍ୟମ ଏହାର ଖୁଲାସା କରିଛି ।

ସବୁଠାରୁ ବଡ କଥା ହେଉଛି ଆଫଗାନିସ୍ତାନ ଠାରୁ ଗତ ସୋମବାର ଦିନ ପାକିସ୍ତାନ 8 ୱିକେଟ ରେ ହାରିବା ପରେ ପାକିସ୍ତାନ ଦଳକୁ ପ୍ରବଳ ସମାଲୋଚନା ଶୁଣିବାକୁ ପଡୁଛି । ଆଉ ଦଳ ମଧ୍ୟରେ ବିବାଦ କଥା ସତ ବୋଲି ଜଣା ପଡିଛି । ବନ୍ଧୁଗଣ ଆଗକୁ ଏଭଳି ଖେଳ ସମ୍ବଧିତ ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।