ସାଧାରଣ ଜିନିଷ ଯାହା ବହୁତ କ୍ଷତିକାରକ ହୋଇଥାଏ, ଯଦି ଏହାକୁ ଏକା ସହିତ ଖିଆଯାଏ

କୁହା ଯାଇଥାଏ ଏକ ସନ୍ତୁଳିତ ଓ ଠିକ ନିୟମ ଅନୁସାରେ ଭୋଜନ କରୁଥିବା ବ୍ୟକ୍ତି ଜୀବନ ସାରା ନିରୋଗୀ ଓ ସୁସ୍ଥ ରହିଥାଏ । ଅଲଗା ଅଲଗା ଖାଦ୍ୟରୁ ଆମ ଶରୀରକୁ ଅଲଗା ଅଲଗା ପ୍ରକାରର ପୋଷକ ତତ୍ତ୍ଵ ମିଳିଥାଏ ଓ ପ୍ରତ୍ୟେକ ଖାଦ୍ୟ ତାର ପ୍ରକୃତି ଅନୁସାରେ ଆମ ଶରୀରରେ ପ୍ରଭାବ ପକାଇ ଥାଏ । ଏମିତିରେ ଏମିତି ଦୁଇଟି ଜିନିଷ ଯାହାର ସ୍ଵଭାବ ବା ପ୍ରକୃତି ବିପରୀତ ଅଟେ, ଯଦି ତାକୁ ଗୋଟିଏ ପରେ ଗୋଟିଏ ବା ଏକା ସହିତ ଖିଆଯାଏ ତେବେ ତାହା କାରଣରୁ ଆମକୁ କିଛି ଗମ୍ଭୀର ରୋଗ ମଧ୍ୟ ହୋଇପାରେ ।

କିଛି ଜିନିଷ ତ ଦୁହେଁ ଦୁହିଙ୍କ ପ୍ରତି ଏତେ ବିରୁଦ୍ଧ ହୋଇଥାଏ ତାହାର ସେବନ କରିବା ଦ୍ଵାରା ତାହା ଆମ ଶରୀରରେ କେବେ ବି ଭଲ ହେଉନଥିବା ରୋଗ ଆମ ସୃଷ୍ଟି କରିଥାଏ । ଆୟୁର୍ବେଦରେ ଏମିତି ଖାଦ୍ୟକୁ ବିରୁଦ୍ଧ ଆହାର କୁହାଯାଇଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ କିଛି ଏମିତି ବିରୁଦ୍ଧ ଆହାର ବିଷୟରେ ଯାହାର ସେବନ ଏକ ସହିତ ଭୁଲରେ କରିବା କଥା ନୁହେଁ ।

୧. କ୍ଷୀର

କ୍ଷୀର ଏକ ଆନିମଲ ପ୍ରୋଟିନ ଅଟେ, ଏହିପରି ସମସ୍ତ ପ୍ରାଣିଜାତ ଦ୍ରବ୍ୟ ଖାଇବା ସମୟରେ ଆମକୁ ସାବଧାନ ହେବା ଆବଶ୍ୟକ କାରଣ ଏହାକୁ ଠିକ ଉପାୟରେ ନ ଖାଇବା ଦ୍ଵାରା ଏହା ଆମ ଶରୀରକୁ ଫାଇଦା ପହଞ୍ଚାଇବା ବଦଳରେ କ୍ଷତି ପହଞ୍ଚାଇଥାଏ । କ୍ଷୀରକୁ କେବେ ବି ପିଆଜ, କଦଳୀ, ନମକିନ ଜିନିଷ, ଖଟାଫଳ, ଦହି, ମୂଳା, ପଣସ, ମାଂସ, ମାଛ ଓ ବାଇଗଣ ସହିତ କିମ୍ବା ତା ପୂର୍ବରୁ ବା ପରେ ଖାଇବା ଉଚିତ ନୁହେଁ ।

୨. ଦହି

ଦହି ସହିତ କଦଳୀ, ମାଂସ, ମାଛ, ଟମୋଟୋ, ବିରି ଡାଲି ଆଦିର ସେବନ ବିଲକୁଲ କରିବା ଅନୁଚିତ ତା ସହିତ ଦହିକୁ କେବେ ବି ଅଧିକ ଆଞ୍ଚରେ ରାନ୍ଧନ୍ତୁ ନାହିଁ । ଦହି ସହିଦ ଅଧିକାଂଶ ଫଳର ମେଳ ହୁଏ ନାହିଁ । ଏହା ଦ୍ଵାରା ଶରୀରରେ କଫ ବଢିଥାଏ । ଦହି ସହିତ ବିରି ଡାଲି ଖାଇବା ଦ୍ଵାରା ଏହା ଆମ ଶରୀରରେ ବ୍ଲଡ ପ୍ରେସର ଶୀଘ୍ର ବଢାଇ ଥାଏ ।

୩. ଘିଅ

ଘିଅକୁ କେବେ ବି ତମ୍ବା ବା କପର ବାସନରେ ରଖନ୍ତୁ ନାହିଁ କାରଣ ଘିଅ ତମ୍ବା ସହିତ ମିଶିବା ଦ୍ଵାରା ତାହା ପୁରା ଖରାପ ହୋଇଯାଇଥାଏ ଓ ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଯାଇଥାଏ । ଘିଅ ଓ ମହୁକୁ ଯଦି ଏକା ସହିତ ଖିଆଯାଏ ତେବେ ଏହା ବିଷ ସହିତ ସମାନ ହୋଇଥାଏ ଓ ଏହାର ସେବନ କରିବା ଦ୍ଵାରା ବହୁତ ହାନିକାରକ ପରିଣାମ ବି ହୋଇଥାଏ ।

୪. ସାଲାଡ ରେ ଖିଆଯାଉଥିବା ଖାଦ୍ୟ

ସାଲାଡ ରେ ଖିଆଯାଉଥିବା ଖାଦ୍ୟ ବି ଭୁଲ ସମୟ ଓ ଭୁଲ ଜିନିଷ ସହିତ ଖାଇବା ଦ୍ଵାରା ବିରୁଦ୍ଧ ଆହାର ହୋଇଥାଏ । ଉଦାହାରଣ ହେଲା କାକୁଡି ଓ ଟମାଟୋ ଦୁହେଁ ଦୁହିଙ୍କର ବିରୁଦ୍ଧ ହୋଇଥାନ୍ତି ଓ ଏହାକୁ ଏକ ସହିତ ଖାଇବା ଦ୍ଵାରା ଏହା ଆମ ଶରୀରରେ ହଜମ ହେବା ପାଇଁ କଷ୍ଟ ହୋଇଥାଏ । ସାଲାଡ ର ସେବନ ଖାଦ୍ୟ ସହିତ ଖାଇବା ଉଚିତ, ଖାଦ୍ୟ ଖାଇବା ପରେ ନୁହେଁ । ଯଦି ଆପଣ ସାଲାଡ ରେ ଗାଜର ର ସେବନ କରନ୍ତି ତେବେ ତା ସହିତ ଲେମ୍ବୁର ସେବନ କରନ୍ତୁ ନାହିଁ । ଏହା ଦ୍ଵାରା ହାର୍ଟ ଓ ପରିସ୍ରା ସମ୍ବନ୍ଧିତ ରୋଗ ବଢିଥାଏ ।

୫. ମହୁ

ମହୁର ସେବନ ଘିଅ, ମୂଳା ଓ ଅଙ୍ଗୁର ଭଳି ଫଳ ସହିତ କରନ୍ତୁ ନାହିଁ ଓ ଏହାକୁ ଏମିତି କୌଣସି ଜିନିଷରେ ମିକ୍ସ କରନ୍ତୁ ନାହିଁ ଯାହାକୁ ଗରମ କରା ଯାଉଥିବ । କାରଣ ମହୁ ସିଝିବା ପରେ ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ।

୬. ମାଛ ମାଂସ

ମାଛ, ଅଣ୍ଡା ଓ ମାଂସ ସହିତ କ୍ଷୀର, ଦହି, ପନିର, ଅଙ୍କୁରିତ ଆହାର ଓ ଆଳୁ ଭଳି ଜିନିଷ ଖାଇବା ବିଲକୁଲ ଉଚିତ ନୁହେଁ ।

ସାଙ୍ଗମାନେ ଆଶାକରୁଛୁ ସ୍ୱାସ୍ଥ୍ୟ ସମ୍ବଧୀୟ ଆମର ଏହି ଲେଖାଟି ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ବହଳ ଲାଗିଥିଲେ ସମସ୍ତଙ୍କ ସହିତ ସେଆର କରିବେ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି ।