ଏକାଧିକ ବିବାହ ରୋକିବାକୁ ଲାଗୁହେବ ନିୟମ, ବିବାହ ପ୍ରମାଣପତ୍ର ସହ ସଂଯୋଗ ହେବ ଆଧାରକାର୍ଡ…. ଜାଣନ୍ତୁ କିପରି

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଦ୍ଵିତୀୟ ବିବାହକୁ ନେଇ ଆସିଛି ନୂଆ ନିୟମ । ଏଣିକି ଜଣେ ବ୍ୟକ୍ତି ଯେପରି ପ୍ରଥମ ପତ୍ନୀ ଥାଉ ଥାଉ ଦ୍ଵିତୀୟ ବିବାହ କରିବା ହେବନି ସହଜ । ଯଦି କୋଣସି ବ୍ୟକ୍ତି ପତ୍ନୀ ଓ ପତି ଥାଉ ଅନ୍ୟ କାହାରି ସହ ବିବାହ କଲେ ଭୋଗିବାକୁ ପଡିବ ଆଇନଗତ ଦଣ୍ଡ । ହଁ ଦର୍ଶକବନ୍ଧୁ ପୁରୁଷ ହେଇ ବା ମହିଳା ବିବାହ କରି ଅମାନ୍ଯ ଭାବରେ ବା ଲୁଚି କରିବେ ଅନ୍ୟ ସ୍ତ୍ରୀ ବା ସ୍ଵାମୀ ସହ  ବିବାହ ତେବେ ସେମାନଙ୍କୁ ପଡିବ ମହଙ୍ଗା ।

ବିବାହିତ ପୁରୁଷ ଯେବେ ସ୍ତ୍ରୀ ଥିବା ବେଳେ ଅନ୍ୟ ସ୍ତ୍ରୀ ସହ ବିବାହ କରେ ଏଣିକି ଯେବେ ତାହା ପ୍ରଥମ ସ୍ତ୍ରୀ ଜାଣେ ତେବେ ଉଭୟଙ୍କ ମଧ୍ୟରେ କଳହ ଦେଖିବାକୁ ମିଳିଥାଏ । ପରେ ଏହା କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇଥାଏ ତେବେ ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟମହିଳା ଆୟୋଗ  ଆଣିଛି ନୂଆ ନିୟମ । କାରଣ ଅନେକ ବିବାହିତ ମହିଳା ହେଉ ବା ପୁରୁଷ ଫେକ୍ ଏକାଉନ୍ଟ ଖୋଲି ନିଜକୁ କୁଆରୀ ବୋଲି ଦର୍ଶାଇ ଦ୍ଵିତୀୟା ବିଅବହ କରୁଛନ୍ତି ପରେ ତାହା ବୈବାହିକ ଜୀବନରେ ଫାଟ ସୃଷ୍ଟି କରୁଛି ।

ତେଣୁ ବିବାହ ନିୟମରେ ଲାଗୁହେବ ନୂତନୀକରଣ ନିୟମ ଏବଂ ଆଧାରକାର୍ଡ ରୁ ମିଳିବ ବିବାହ ତଥ୍ୟ  । ନିୟମ ଅନୁଯାୟୀ ପ୍ରତ୍ୟେକ ବିବାହ କରିବା ପୂର୍ବରୁ ପଞ୍ଜୀକରଣ କରାଯିବା ପାଇଁ କରାଯାଉଛି ଯୋଜନା ।  ଏଥିପାଇ ଜିଲ୍ଲାସ୍ତରରେ ରହିବ ବିବାହ  ପଞ୍ଜୀକରଣ କାର୍ଯ୍ୟଳୟ  । ତେବେ ବିବାହକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟମହିଳା ଆୟୋଗର ଏହି ଯୋଜନାକୁ  ଜାତୀୟ ମହିଳା କମିଶନ ସ୍ଵାଗତ କରୁଥିବା ସୂଚନା ମିଳିଛି  ।

ଯଦି  ଓଡିଶାରେ ଏହି ନିୟମ କାର୍ଯ୍ୟକାରୀ ହୁଏ ତେବେ ଏକାଧିକ ବିବାହ ରୋକିବା ସହ ଜାଲ ବିବାହ ବିରୁଦ୍ଧରେ ଏହା ଏକ ଅସ୍ତ୍ର ପାଲଟିବ ବୋଲି ମହିଳା ଆୟୋଗ ଅଧକ୍ଷ୍ୟା ଡାଃ ମିରୋଥି ବେହେରା କହିଛନ୍ତି । ତେବେ ବିବାହ କରିବା ପୂର୍ବରୁ ଏହାର ପଞ୍ଜୀକରଣ ପାଇଁ ଆଧାରକାର୍ଡ ଦେଇ ପଞ୍ଜୀକରଣ କରିବେ ।

ପରେ ବିବାହ ପ୍ରମାଣପତ୍ର  ଓ ଆଧାରକାର୍ଡକୁ ଲିଙ୍କ କରିବା ଦ୍ଵାରା ଦ୍ଵିତୀୟ ବିବାହ କରିବା ପୂର୍ବରୁ ବିବାହ ସହ ଯୋଡିତ ତଥ୍ୟ ଆଧାରକାର୍ଡ ରୁ ଜଣାପଡିଥାଏ  । ଏହା ଦ୍ଵାରା ଏକାଧିକ ଓ ଜାଲ ବିବାହ ହୋଇପାରିବ ନାହିଁ । ତେବେ ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।