ଏଇଠି ଜଳି ଯାଇଥିଲେ 215 ଭକ୍ତ… ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଛାତି ଥରି ଉଠିବ

ନମସ୍କାର ବନ୍ଧୁଗଣ, ଭଗବାନଙ୍କ ସାମ୍ନାରେ ଜଳିଗଲେ ଶହ ଶହ ଭକ୍ତ । ସମସ୍ତେ ବିକଳରେ କରୁଥାନ୍ତି ଚିତ୍କାର । ହେଲେ କେହି ମଧ୍ୟ ତାଙ୍କୁ ସାହା ହୋଇପାରିଲେ ନାହିଁ । ଗୋଟିଏ ସ୍ଥାନରେ ଏକତ୍ରିତ ହୋଇ କେହି ମଧ୍ୟ କୁଆଡେ ଯାଇପାରୁନଥିଲେ ଆଉ ଦେହରେ ଲାଗିଥିଲା ନିଆଁ । ସେହି କରୁଣ ଦୃଶ୍ୟ ଯଦି ଏବେ ମନେ ପଡିଯାଉଛି ତେବେ ଆଖିରେ ଲୁହ ଚାଲି ଆସୁଛି ଏତେ ବିଦାରକ ଥିଲା ସେହି ଦୃଶ୍ୟ ତାହା ସମ୍ପର୍କରେ କହିବା ବେଳକୁ ଲୋକଙ୍କ ପାଟିରେ ଶବ୍ଦ ଆସୁନି । ତେବେ ଏଭଳି ଏକ ଦୟନୀୟ ଘଟଣା କେଉଁଠାରେ ଘଟିଥିଲା ତାହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ବାରିପଦା ସ୍ଥିତ ମଧୁବନରେ ଆୟୋଜନ ହୋଇଥିଲା ଶ୍ରୀ ଶ୍ରୀ ନିଗମାନନ୍ଦଙ୍କର ବାର୍ଷିକ ସମ୍ମିଳନୀ ଆଉ ପୂଜାପାଠ । ସଭା ସ୍ଥଳୀରେ ହଜାର ହଜାର ଲୋକଙ୍କ ଭିଡ ଜମିଥିବା ବେଳେ ସେଦିନ ଥିଲା ସମ୍ମିଳନୀର ଶେଷ ଦିନ । ଭକ୍ତ ମାନେ ରହିବା ପାଇଁ ହୋଇଥିଲା ତିନି ଏକର ଜାଗାରେ ନଡା ଛପର ଘର । ଏହି ଛପର ଘର ଭିତରେ ନିଜ ପିଲା ଛୁଆଙ୍କୁ ଧରି ରହିଥିଲେ ଶହ ଶହ ନିଗମା ନନ୍ଦଙ୍କର ଭକ୍ତ ।

କେହି କିଛି ଜାଣିବା ପୂର୍ବରୁ ବୁଝିବା ପୂର୍ବରୁ ହଠାତ ଲାଗିଗଲା ନିଆଁ । କିଛି ସେକେଣ୍ଡ ଭିତରେ ସବୁକିଛି ଜଳି ପୋଡି ପାଉଁଶ ହୋଇଗଲା । ସେହି ଦୃଶ୍ୟକୁ ଆଖି ସାମ୍ନାରେ ଦେଖିଥିବା ପ୍ରତୋକ୍ଷ ଦର୍ଶୀ ମାନଙ୍କ କହିବା ଅନୁଯାୟୀ ସେଭଳି ଏକ ଘଟଣା ଆଜି ଯାଏ ମଧ୍ୟ ସେମାନେ କେଉଁଠାରେ ଦେଖିନାହାନ୍ତି । ଗୋଟିଏ ଜାଗାରେ ଦଳାଚକଟା ହେବା ତ ବହୁତ କମ କଷ୍ଟ ।

କିନ୍ତୁ ନିଆଁ ଦେହରେ ନିଆଁ ଲାଗିବା ପରେ ମଣିଷ ଛଟପଟ ହୋଇ ଚାରିଆଡେ ଦଉଡେ । କିନ୍ତୁ ସେଠାରେ ସେତିକି ବି ପୋଡି ଯାଉଥିବା ଲୋକଙ୍କ ପାଇଁ ସମ୍ଭବ ନଥିଲା । କାରଣ ସେହି ସ୍ଥାନ ଚାରିପଟେ ତାର ଜାଲି ଘେରା ହୋଇଥିଲା ତେଣୁ ନା ସେମାନେ ବାହାରକୁ ଆସିପାରୁଥିଲେ ନା ତାଙ୍କୁ କିଏ ରକ୍ଷା କରିବା ପାଇଁ ଭିତରକୁ ଯାଇପାରୁଥିଲେ ।

ଯେଉଁଥିପାଇଁ ଗୋଟିଏ ଜାଗାରେ ହିଁ ଏକତ୍ରିତ ହୋଇ ଜଣେ ଅନ୍ୟ ଜଣଙ୍କ ଉପରେ ପଡି ଜଳିବାକୁ ଲାଗିଲେ । ତାଙ୍କ ଶବକୁ ଆଖିରେ ଦେଖି ହେଉନଥିଲା । ଏଭଳି ଏକ ବଡ ଘଟଣା ଘଟିଥିଲା ୧୯୯୭ ମସିହା ଫ୍ରେବୃୟାରୀ ମାସ ୨୩ ତାରିଖ ଦିନ । ଆଶା କରୁଛୁ ଏଭଳି ଏକ ଘଟଣା ଆଉ କେବେ କେଉଁଠାରେ ମଧ୍ୟ ଦେଖିବା ପାଇଁ ନ ମିଳୁ ।