ଏହି ଭୁଲ କଦାପି କରନ୍ତୁନି, ଲିଭର ପାଇଁ ଏହା ମହାବିପଦ, ଲିଭରକୁ କିଭଳି ସୁସ୍ଥ ରଖିବେ ଦେଖନ୍ତୁ Dr Manoj Kumar Sahoo ଙ୍କ ଖାସ୍ ଟିପ୍ସ

ଲିଭରର କାମ ଓ ଏହାର ଯତ୍ନ କିଭଳି ନେବେ ଆଜି ଏନେଇ ଜାଣିବା ବିଶିଷ୍ଟ ଗାଷ୍ତ୍ରୋଏଣ୍ଟ୍ରୋଲୋଜିଷ୍ଟ ଡକ୍ଟର ମନୋଜ କୁମାର ସାହୁଙ୍କ ଠାରୁ । ଯକୃତ ବା ଲିଭର ଆମ ଶରୀରର ଏକ ମୁଖ୍ୟ ଅଙ୍ଗ, ଯାହା ବିନା ଜୀବନ କଳ୍ପନା କରା ଯାଇପାରେନା । ଲିଭର ଆମ ଶରୀରରେ ଅହରହ 500 ରୁ ଅଧିକ ପ୍ରକାରର କାମ କରିଥାଏ । ଆମେ ଯାହା ଖାଦ୍ୟ ଓ ଔଷଧ ଖାଇଥାଉ ଲିଭର ତାହା ପ୍ରଥମେ ଶୁଦ୍ଧ କରିଥାଏ, ସେଥିରୁ ଶକ୍ତି ଉତ୍ପନ୍ନ କରିବାରେ ସାହାଯ୍ୟ କରିଥାଏ ଓ ପରେ ପୋଷକତତ୍ତ୍ଵକୁ ହାର୍ଟକୁ ପଠାଇଥାଏ ।

ତା’ପରେ ହାର୍ଟ ରକ୍ତ ମାଧ୍ୟମରେ ଆମ ଶରୀରର ସବୁ ଅଙ୍ଗକୁ ତାହା ପ୍ରେରଣ କରିଥାଏ । ଲିଭର ଶରୀରରୁ ବିଷାକ୍ତ ପଦାର୍ଥକୁ ଅଲଗା କରିଥାଏ, ମେଟାବୋଲିଜିମ ବୃଦ୍ଧି କରିଥାଏ ଓ ଆମ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ । ଲିଭର ଆମ ଶରୀରର ଏକମାତ୍ର ଏଭଳି ଅଙ୍ଗ ଯାହା 75% ଖରାପ ହୋଇଗଲେ ମଧ୍ୟ ପୁନଃ ନିଜକୁ ଠିକ କରିପାରେ । ଲିଭର ଆମକୁ ସୁସ୍ଥ ରଖିବା ସହ ନିଜେ ମଧ୍ୟ ସୁସ୍ଥ ରହିବାକୁ କାମ କରିଥାଏ । ଲିଭର ବିନା ଜୀବନ ସମ୍ଭବ ନୁହେଁ, ତେଣୁ ଏହାକୁ ସୁସ୍ଥ ରଖିବା ନିହାତି ଜରୁରୀ ।

ଶରୀରର ଯେକୌଣସି ସମସ୍ଯାକୁ ପ୍ରଥମେ ଲିଭର ମୁକାବିଲା କରେ । ଖାଦ୍ଯ, ମେଡ଼ିସିନ, ଇନଫେକ୍ସନ ଯାହା ବି ହୁଏ ପ୍ରଥମେ ଲିଭର ଏହାର ସାମ୍ନା କରେ । ତେଣୁ ଲିଭର ପ୍ରଭାବିତ ହେବା ଆରମ୍ଭ ହୁଏ । ପ୍ରାଥମିକ ସ୍ଥିତିରେ ଲିଭର ଖରାପ ହେବାକୁ ଆକ୍ୟୁଟ ହେପାଟାଇଟିସ ବୋଲି କୁହାଯାଏ । ଲିଭର ଇନଫ୍ଲେମେସନ ଯୋଗୁଁ ହେପାଟାଇଟିସ ହୋଇଥାଏ ।

ଲିଭର ଅଳ୍ପ ଖରାପ ହେବା ମାତ୍ରେ ସେ ନିଜକୁ ଠିକ କରିବାକୁ ଚେଷ୍ଟା କରେ । କିନ୍ତୁ ଯଦି ଏହା ଦୀର୍ଘ ସମୟ ଲାଗି ରୁହେ ତେବେ ଏହା କ୍ରୋନିକ ହେପାଟାଇଟିସରେ ପରିଣତ ହୋଇଯାଏ । ଏମିତିରେ ଲିଭରର ନିଜକୁ ସୁସ୍ଥ ରଖିବା କାପାସିଟି ଧୀରେ ଧୀରେ ନଷ୍ଟ ହୋଇଚାଲେ । ଏହାପରେ ଲିଭରରେ ଫାଇବରସିସ ହୁଏ, ଯାହାକୁ ଲିଭରର ସିରୋସିସ କୁହାଯାଏ । ଥରେ ସିରୋସିସ ହେବା ପରେ ଏହା ଆଉ ପୂର୍ବାବସ୍ଥାକୁ ଫେରେନାହିଁ ବା ସୁସ୍ଥ ହୁଏନାହିଁ ।

ଏହାପରେ ବି ଯଦି ଡ୍ୟାମେଜ ହେଇଚାଲେ ତେବେ ଲିଭର କ୍ୟାନ୍ସର ଓ ଲିଭର ଫେଲ୍ଯୁର ହେବାର ସମ୍ଭାବନା ମଧ୍ୟ ରହିଥାଏ । ଜଣ୍ଡିସ, ବ୍ୟାକ୍ଟେରିଆ ଓ ଭାଇରାଲ ଇନଫେକ୍ସନ, ମେଦ ବହୁଳତା ଓ ଆନୟନ କେତେକ ରୋଗ ମଧ୍ୟ ଲିଭର ଡ୍ୟାମେଜ ହେବାର ମୁଖ୍ୟ କାରଣ ହୋଇଥାନ୍ତି । ଏହିସବୁରୁ ହେପାଟାଇଟିସ ଆରମ୍ଭ ହୋଇଥାଏ ପରେ ଏହା ବଢିଥାଏ ।

ଭାରତରେ ବର୍ତ୍ତମାନ 30%ରୁ ଅଧିକ ଲୋକ ତଥା ପିଲାଠୁ ନେଇ ବୁଢା ଯାଏଁ ସମତେ ଫ୍ୟାଟି ଲିଭରରେ ଆକ୍ରାନ୍ତ ଅଛନ୍ତି । ଏହି ସମସ୍ଯା ମଧ୍ୟ ଲିଭର ଡ୍ୟାମେଜ ହେବାର କାରଣ ହେଉଛି । ଏହାର ମୁଖ୍ୟ କାରଣ ହେଉଛି ଆମ ଖାଦ୍ଯ ଅଭ୍ଯାସ ଓ ଜୀବନଶୈଳୀ । ତେଣୁ ଲିଭରକୁ ସୁସ୍ଥ ରଖିବାକୁ ହେଲେ ଏସବୁ ପ୍ରତି ଧ୍ୟାନ ନିଶ୍ଚୟ ଧ୍ୟାନ ଦିଅନ୍ତୁ ।

ତେବେ ଯାଇ ଲିଭର ସମସ୍ଯାରୁ ଆପଣ ମୁକ୍ତ ରହିପାରିବେ । କିଛି ପ୍ରାଥମିକ ସମସ୍ଯା ହେଉଥିଲେ ଆପଣ ଡାକ୍ତରଙ୍କ ପରାମର୍ଶ କରିନେବା ଉଚିତ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।