ତ ଏହିଭଳି ଭାବରେ ହୋଇଥିଲା ସଂସାରରେ ଭୋଲେନାଥଙ୍କର ଜନ୍ମ, ଜାଣନ୍ତୁ

ଆମର ୧୮ଟି ପୁରାଣ ଅଛି ଓ ଏହି ପୁରାଣରେ ଆମକୁ ଭଗବାନ ବିଷ୍ଣୁ, ମହେଶ୍ଵର ଓ ବ୍ରହ୍ମାଙ୍କ ସମ୍ବନ୍ଧିତ ସୂଚନା ମିଳିଯାଏ । ଏହି ପୁରାଣରେ ଏହି ସମସ୍ତ ଭଗବାନମାନଙ୍କ ଜନ୍ମ ବିଷୟରେ ଉଲ୍ଲେଖ କରାଯାଇଛି । ଏହି ପୁରାଣରେ ଲେଖା ହୋଇଥିବା ବିଭିନ୍ନ କଥା ଅନୁସାରେ ପୃଥିବୀରେ ପ୍ରଥମେ ବିଷ୍ଣୁ ଓ ବ୍ରହ୍ମା ଓ ପରେ ଶିବଙ୍କର ଜନ୍ମ ହୋଇଥିଲା । ଭଗବାନ ଶିବଙ୍କର ଜନ୍ମ କେଉଁଭଳି ଭାବରେ ହୋଇଥିଲା ଏହାକୁ ନେଇ ବିଭିନ୍ନ କାହାଣୀ ଅଛି ଯାହାକି ଏହି ପ୍ରକାରର ଅଟେ ।

ଶିବ ଓ ବିଷ୍ଣୁ ପୁରାଣରେ ଲେଖା ହୋଇଥିବା କଥା ଗୁଡିକ

ଶିବ ପୁରାଣରେ ଶିବଙ୍କର ଜନ୍ମ ସହିତ ଜଡିତ କଥା ଅନୁସାରେ ଶିବ ସ୍ଵୟଂଭୂ ଅର୍ଥାତ ନିଜ ଠାରୁ ଜନ୍ମ ହୋଇଥିଲେ । ଏହି ପୁରାଣରେ କୁହାଯାଇଛି କି ଯେତେବେଳେ ଶିବ ନିଜର ଆଣ୍ଠୁରେ ଅମୃତ ଲଗାଉଥିଲେ ତେବେ ଏହି ସଂସାରରେ ବିଷ୍ଣୁଙ୍କର ଜନ୍ମ ହୋଇଥିଲା । ଅନ୍ୟ ପଟେ ବିଷ୍ଣୁ ପୁରାଣରେ ଲେଖା ହୋଇଛି କି ଶିବଙ୍କର ଜନ୍ମ ବିଷ୍ଣୁଙ୍କର ମଥାର ତେଜ ଦ୍ଵାରା ହୋଇଛି ।

ବିଷ୍ଣୁ ପୂରଣରେ ଶିବଙ୍କର ଜନ୍ମ ବିଷୟରେ ଲେଖା ହୋଇଥିବା ଏକ କଥା ଅନୁସାରେ ଥରେ ବ୍ରହ୍ମାଙ୍କୁ ଏକ ଶିଶୁ ଦରକାର ଥିଲା ଓ ଶିଶୁଟିକୁ ହାସଲ କରିବା ପାଇଁ ସେ ତପସ୍ୟା ବି ଆରମ୍ଭ କରିଦେଲେ । ବ୍ରହ୍ମା ତପସ୍ୟା କରୁଥିବା ସମୟରେ ତାଙ୍କ କୋଳରେ ଭଗବାନ ଶିବ ଏକ ଶିଶୁ ରୂପରେ ପ୍ରକଟ ହେଲେ ଓ କାନ୍ଦିବାକୁ ଲାଗିଲେ । ଶିବ ବାଳକ ରୂପରେ କାନ୍ଦୁଥିବାର ଦେଖି ବ୍ରହ୍ମା ତାଙ୍କୁ କାନ୍ଦିବାର କାରଣ ପଚାରିଲେ ।

ଯାହା ଉପରେ ଶିବ କହିଲେ କି ତାଙ୍କର ନାମ ‘ବ୍ରହ୍ମା’ ନୁହେଁ ଓ ସେଥିପାଇଁ ସେ କାନ୍ଦୁଛନ୍ତି । ଯାହା ପରେ ବ୍ରହ୍ମା ଶିବଙ୍କୁ ‘ରୁଦ୍ର’ ନାମ ଦେଲେ । କିନ୍ତୁ ଏହା ପରେ ବି ଶିବ କାନ୍ଦିବାକୁ ଲାଗିଲେ । ଯାହା ପରେ ବ୍ରହ୍ମା ତାଙ୍କୁ ଆହୁରି ଅନେକ ନାମ ଦେଲେ କିନ୍ତୁ ତାଙ୍କୁ କିଛି ବି ପସନ୍ଦ ଆସିଲା ନାହିଁ ଓ ଶେଷରେ ସେ ଶିବ ନାମ ଦେଲେ ତେବେ ଯାଇ ଶିଶୁଟି ଚୁପ ହୋଇଗଲା । ଏହି ସମୟରେ ବ୍ରହ୍ମା ତାଙ୍କୁ ୮ ଟି ନାମ ଦେଇଥିଲେ । ଯାହାକି ରୁଦ୍ର, ଶର୍ବ, ଭାବ, ଉଗ୍ର, ଭୀମ, ପଶୁପତି, ମନୁଷ୍ୟ ଓ ମହାଦେବ ଥିଲା ।

ଅନ୍ୟ ଏକ ପୂରାଣ ଅନୁସାରେ ଥରେ ଋଷି ମୁନିମାନେ ଯେତେବେଳେ ଶିବଙ୍କୁ ପଚାରିଲେ କି ତାଙ୍କର ପିତାଙ୍କର ନାମ କଣ ଅଟେ । ତେବେ ଉତ୍ତରରେ ଶିବ କହିଲେ କି ତାଙ୍କ ପିତାଙ୍କର ନାମ ବ୍ରହ୍ମା ଅଟେ । ଏହା ପରେ ପୁଣି ଋଷିମାନେ ପଚାରିଲେ କି ଆପଣଙ୍କର ପିତା ଅଛନ୍ତି ତେବେ ଆପଣଙ୍କର ଜେଜେବାପା କିଏ ଅଟନ୍ତି । ଏହି ପ୍ରଶ୍ନର ଉତ୍ତର ଦେଇ ଶିବ କହିଲେ କି ବିଷ୍ଣୁ ତାଙ୍କର ଜେଜେବାପା ଅଟନ୍ତି ।

ଏହା ପରେ ଋଷିମାନେ ପଚାରିଲେ କି ଆପଣଙ୍କର ଜେଜେବାପାଙ୍କର ବାପା କିଏ, ତେବେ ଶିବ ଉତ୍ତର ଦେଲେ କି ‘ଭଗବାନ ଶିବ’ । ତେବେ ଏହିଭଳି ଭାବରେ ହୋଇଥିଲା ଭଗବାନ ଶିବଙ୍କର ଜନ୍ମ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।