ଚାବିକାଠି ଭୁଲରେ ମଧ୍ୟ ରଖନ୍ତୁ ନାହିଁ ଏହି ସ୍ଥାନରେ… ଜାଣନ୍ତୁ ଏହା ପଛର ଭୟଙ୍କର କଥା ! Vastu tips

ଏହି ସ୍ଥାନରେ ଭୁଲରେ ରଖନ୍ତୁ ନାହିଁ ଚାବିକାଠି ହୋଇପାରେ ଅନର୍ଥ ! ବନ୍ଧୁଗଣ ପ୍ରାୟତଃ ଘରର ମହିଳା ମାନଙ୍କ ହାତରେ ଘରର ସବୁ ଚାବିକାଠି ରହିଥାଏ । ଘରର ପୁରୁଷ ହୁଅନ୍ତୁ ଅବା ମହିଳା ରୋଜଗାର ଯିଏ ବି କରୁଥାନ୍ତୁ । ହେଲେ ଘର ଭିତରର ଅନେକ ଦାୟିତ୍ଵ ମହିଳା ମନେ ହିଁ ତୁଲାଇ ଥାନ୍ତି । ତେଣୁ ସେମାନେ ଘରର ସବୁ ସ୍ଥାନର ଚାବିକାଠିକୁ ଏକାଠି କରି କୌଣସି ଏକ ସ୍ଥାନରେ ରଖିଦେଇଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ସମସ୍ତ ଚାବିକାଠିକୁ କେଉଁ ସ୍ଥାନରେ ରଖିବା ଘର ପାଇଁ ଶୁଭଦାୟକ ହୋଇଥାଏ ତାହାର ବିଶେଷ କିଛି ନିୟମ ରହିଥାଏ । ଯାହାକୁ ପାଳନ କରି ଚାବିକାଠି ସବୁ ରଖିଲେ ଘର ପାଇଁ ମଙ୍ଗଳ ହୋଇଥାଏ ।

1- ଯେଉଁ ମହିଳା ମାନେ ଘରର ଚାବିକାଠିକୁ ନିଜ ଅଣ୍ଟାରେ ରଖିଥାନ୍ତି । ସେମାନଙ୍କ ଉପରେ ମାତା ଲକ୍ଷ୍ମୀ ସବୁବେଳେ ପ୍ରସନ୍ନ ରହିଥାନ୍ତି । ସେହି ଘରର ସୁଖ, ସମୃଦ୍ଧି ସବୁବେଳେ ବଜାୟ ରହିଥାଏ ।

2- ଅନେକ ଲୋକ ନିଜ ଆଲମାରୀର ଚାବିକାଠିକୁ ନିଜ ଶୋଇବା ତଳେ ରଖିକି ଶୋଇପଡିଥାନ୍ତି । ହେଲେ ଏପରି ସେମାନଙ୍କୁ ବିଲକୁଲ ବି କରିବା ଉଚିତ ନୁହେଁ । କାରଣ ଏହା ବହୁତ ଅଶୁଭ ଅଟେ । ଏମିତି ତକିଆ ତଳେ ଚାବି ରଖିକି ଶୋଇବା ଦ୍ଵାରା ଘରର ଅଯଥା ଖର୍ଚ ବୃଦ୍ଧି ହୋଇଥାଏ ।

3- ଅନେକ ଲୋକ ନିଜ ଘରର ସବୁ ଚାବିକାଠିକୁ ଘରର ଡ୍ରଇଙ୍ଗ ରୁମ୍ ଅଥବା ଘରର ଏପରି ସ୍ଥାନରେ ରଖିଦେଇଥାନ୍ତି । ଯେଉଁଠାରେ ଚାବିକାଠି ଉପରେ ସମସ୍ତଙ୍କ ନଜର ପଡିଥାଏ । ଏପରି ଭାବେ ଚାବିକାଠି ସମସ୍ତଙ୍କ ସାମ୍ନାରେ ରଖିବା ଦ୍ଵାରା ଘରର ଜିନିଷ ଚୋରୀ ହେବାର ବହୁ ସମ୍ଭାବନା ରହିଥାଏ । ତେଣୁ ସମସ୍ତଙ୍କ ନଜର ପଡୁଥିବା ସ୍ଥାନରେ ଚାବି ଦେଖାଇ ରଖନ୍ତୁ ନାହିଁ ।

4- ଚାବିକାଠି ଗୁଡିକୁ ଘରର ବାଥରୁମ୍ କାନ୍ଥରେ ଟଙ୍ଗାଇ ରଖନ୍ତୁ ନାହିଁ । ଏହିଭଳି ଭାବେ ଚାବିକାଠିକୁ ସେଠାରେ ଟଙ୍ଗାଇ ରଖିବା ଦ୍ଵାରା ଚନ୍ଦ୍ରମାଙ୍କର କୁଦ୍ରୁଷ୍ଟି ଘର ଉପରେ ପଡିଥାଏ । ଯାହା ଫଳରେ କି ଘରର ଟଙ୍କା ସବୁ ପାଣି ଭଳି ଖର୍ଚ ହୋଇଯାଇଥାଏ ।

5- ଶୋଇବା ଘରର ଉତ୍ତର ଦିଗର କାନ୍ଥରେ ଚାବି କାଠି ଟଙ୍ଗାଇ ରଖନ୍ତୁ । କାରଣ ଏହା ଘର ପାଇଁ ବହୁତ ଶୁଭ ହୋଇଥାଏ । ତେଣୁ ଘର ହେଉ ଅବା ଟଙ୍କା ରଖୁଥିବା ଜିନିଷର ଚାବି ହେଉ । ଆପଣ ତାହାକୁ ଉତ୍ତର ଦିଗ କାନ୍ଥରେ ଟଙ୍ଗାଇ ରଖନ୍ତୁ । ଏହା ଘର ପାଇଁ ମଙ୍ଗଳଦାୟକ ଅଟେ । ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରିଦିଅନ୍ତୁ । ଧନ୍ୟବାଦ