ଲଗାତାର ୫ଦିନ ପର୍ଯ୍ୟନ୍ତ ଏହି ସମୟରେ ପିଅନ୍ତୁ ପାଣି ଏବଂ ଦେଖନ୍ତୁ ଯାଦୁ, ରାତାରାତି ତ୍ଵଚାରେ ଆସିବ ନିଖାର

ପାଣି ଆମ ସମସ୍ତଙ୍କର ପ୍ରଥମ ଆବଶ୍ୟକତା ହୋଇଥାଏ । ଯେମିତି ଜଳ ବିନା ମାଛ ଜୀବିତ ରହିପାରେ ନାହିଁ , ଠିକ ସେହିପରି ପାଣି ବିନା କୌଣସି ଜୀବ ବଞ୍ଚିପାରିବା ସମ୍ଭବ ନୁହେଁ । ଭୋଜନ , ପାଣି ଦୁଇଟି ଏମିତିକା ତତ୍ତ୍ଵ ଯାହା ବିନା ଜୀବନ ସମ୍ଭବ ନୁହେଁ । ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ କି ମଣିଷ ଶରୀରରେ ହାରାହାରି ୭୩ ଭାଗ ପାଣି ହୋଇଥାଏ । ପାଣି କେବଳ ଆମର ଶୋଷ ମେଣ୍ଟେଇବାରେ କାମରେ ଆସିଥାଏ ତାହା ନୁହେଁ ଏହା ଆମର ମସ୍ତିଷ୍କଠାରୁ ଆରମ୍ଭ କରି ପାଚନ ଜନିତ ରୋଗ ମଧ୍ୟ ଦୂର କରିଥାଏ ।

ପାଣି ମଣିଷ ପାଇଁ କେତେ ଆବଶ୍ୟକ ହୋଇଥାଏ , ଏହା ଆମେ ସମସ୍ତେ ପିଲାଦିନଠାରୁ ଶୁଣି ଆସୁଛୁ । କିନ୍ତୁ ଆପଣଙ୍କୁ ଜଣାଇ ଦେଉଛୁ କି ପାଣିକୁ ଏକ ପ୍ରକାରର ଆୟୁର୍ବେଦିକ ଔଷଦ୍ଧି ବି ମାନନ୍ତି ଯିଏ ବହୁତ ରୋଗକୁ ମଧ୍ୟ ଭଲ କରିପାରେ । ଏହି ବହୁମୂଲ୍ୟ ପାଣିର ପ୍ରୟୋଗ ବହୁତ ପ୍ରକାରର ପ୍ରାକୃତିକ ଉପଚାରରେ ମଧ୍ୟ ବ୍ୟବହାର ହୋଇଥାଏ ।

Image courtesy: Google

ପ୍ରତିଦିନ ୫ ଦିନ ପର୍ଯ୍ୟନ୍ତ ପିଅନ୍ତୁ ପାଣି

ସେମିତି ତ ପାଣିର ବହୁତ ଲାଭ ଅଛି କିନ୍ତୁ ଏହାର ସବୁଠାରୁ ଉତ୍ତମ ଲାଭ ହେଲା ଏହା ଆପଣଙ୍କର ଚେହେରାର ସୌନ୍ଦର୍ଜ୍ୟ ବଢାଇଥାଏ । ଆଜିର ଏହି ମହଙ୍ଗା ସମୟରେ ଯେଉଁଠି ପ୍ରତ୍ୟେକ ଲୋକ ନିଜ ଚେହେରାର ସୌନ୍ଦର୍ଜ୍ୟକୁ ବଢାଇବା ପାଇଁ ସବୁ ପ୍ରକାରର ବିଉଟି ପ୍ରାଡ଼କ୍ଟସକୁ ଆପଣେଇ ଥାନ୍ତି ସେଇଠି ଏହି ମାମୁଲି ଦେଖାଯାଉଥିବା ପାଣି ଆପଣଙ୍କର ଏହି ସବୁ ବିଉଟି ପ୍ରାଡ଼କ୍ଟସକୁ ହରାଇଥାଏ ।

Image courtesy: Google

ପାଣିରେ ବହୁତ ପ୍ରକାରର ପୋଷକ ତତ୍ତ୍ଵ ରହିଥାଏ ଯିଏ କେବଳ ଆମର ପାଚନ ପ୍ରକ୍ରିୟାରେ ମୁଖ୍ୟ ଭୂମିକା ନେଇଥାନ୍ତି ତାହା ନୁହେଁ ଏହା ଆମର ତ୍ଵଚ୍ଚାକୁ ଚମକାଇବାରେ ମଧ୍ୟ ସାହାର୍ଯ୍ୟ କରିଥାନ୍ତି । ଯଦି ଆପଣ ଲଗାତାର ୫ ଦିନ ପାଣିର ସେବନ କରିଥାନ୍ତି ତ ଆପଣଙ୍କୁ ଆପଣଙ୍କ ତ୍ଵଚ୍ଚାରେ ଏକ ଅଲଗା ପ୍ରକାରର ଚମକ ଅନୁଭବ ହେବ । ଏବେ ଆପଣଙ୍କ ମନରେ ଏହି ପ୍ରଶ୍ନ ଆସୁଥିବ କି ଏହି ପାଣି ଆପଣଙ୍କୁ କେଉଁ ସମୟରେ ପିଇବା ଆବଶ୍ୟକ ।

ଏହା ହେଉଛି ପାଣି ପିଇବାର ଉଚିତ ସମୟ

Image courtesy: Google

ବହୁତ ଲୋକ ଅଛନ୍ତି ଯେଉଁମାନେ ଭୋଜନର ପରେ ପରେ ପାଣି ପିଇଥାନ୍ତି । କିନ୍ତୁ ଭୋଜନ କରିବାର 40 ମିନିଟ ପୂର୍ବରୁ ଓ 40 ମିନିଟ ପରେ ପାଣି ପିଇବା ଆବଶ୍ୟକ । ଏମିତି ନ କରିବା ଦ୍ଵାରା ଆମର ପାଚନ ପ୍ରକ୍ରିୟା ଉପରେ ବହୁତ ପ୍ରଭାବ ପକାଇଥାଏ ଯାହା ଦ୍ଵାରା ଆମେ ବହୁତ ସମସ୍ୟାରେ ପଡିଥାଉ । ଏହା ବ୍ୟତୀତ କିଛି ଲୋକ ପାଣି ବହୁତ ଶୀଘ୍ର ପିଇଥାନ୍ତି । ଏମିତି କରିବା ଦ୍ଵାରା ଶରୀରକୁ ଏନର୍ଜି ମିଳିପାରିନଥାଏ ଓ ସେମାନେ ଦୁର୍ବଳ ହୋଇଯାଇଥାନ୍ତି । ସେଥିପାଇଁ ଆମକୁ ସବୁବେଳେ ପାଣି ଧୀରେ ଧୀରେ ପିଇବା ଆବଶ୍ୟକ ।

ଯଦି ଆପଣ କିଛି ଗରମ ଜିନିଷର ସେବନ କରିଛନ୍ତି ବା କିଛି ବହୁତ ରାଗୁଆ ମସଲା ଖାଦ୍ୟ ଖାଇଛନ୍ତି ତେବେ ଆପଣ ଖାଇବା ପରେ ପରେ କେବେ ବି ପାଣି ପିଅନ୍ତୁ ନାହିଁ । ପାଣି ପିଇବାର ସବୁଠାରୁ ଉତ୍ତମ ସମୟ ସକାଳ ହୋଇଥାଏ । ସକାଳେ ଉଠି ଖାଲି ପେଟରେ ପାଣି ପିଇବା ଦ୍ଵାରା ଆପଣଙ୍କର ପାଚନ ପ୍ରଣାଳୀ ଠିକ ରହିଥାଏ, ଆପଣଙ୍କର କୋଷ୍ଠକାଠିନ୍ୟ, ଏସିଡିଟି ଭଳି ସମସ୍ୟା ରହି ନଥାଏ ।

Image courtesy: Google

ଯଦି ଆପଣଙ୍କୁ ବାନ୍ତି ଓ ପତଳା ଝାଡା ହେବାର ସମସ୍ୟା ଥାଏ ତେବେ ଆପଣଙ୍କୁ ପାଣିରେ ଲୁଣ ଓ ଚିନି ମିଳାଇ ଦିନରେ ୫ ଥର ପିଇବା ଆବଶ୍ୟକ । ଯଦି ଆପଣ ୫ ଦିନ ପର୍ଯ୍ୟନ୍ତ ସବୁଦିନ ସକାଳେ ଖାଲି ପେଟରେ ପାଣିର ସେବନ କରନ୍ତି ତେବେ ଆପଣଙ୍କୁ ଆପଣଙ୍କ ତ୍ଵଚ୍ଚାରେ ଏକ ଅଲଗା ଚମକ ଅନୁଭବ ହେବ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।