ଏହି ପରିବାର ନିଜେ ତିଆରି କରି ବାଣ୍ଟୁଛନ୍ତି କପଡା ବ୍ୟାଗ, ପଛରେ ରହିଛି ଏହି ବଡ କାରଣ

ପ୍ଲାଷ୍ଟିକ ଆମ ପରିବେଶ ପାଇଁ ବହୁତ ବଡ ସମସ୍ୟା ଅଟେ । ଦୁନିଆର ସମସ୍ତ ସରକାର ଏହାର ସମଧାନ କରିବା ପାଇଁ ବିଭିନ୍ନ ପ୍ରକାରର ପଦକ୍ଷେପ ବି ନେଉଛନ୍ତି । କିନ୍ତୁ ଏହି ପ୍ଲାଷ୍ଟିକର ସମାଧାନ ସେତେବେଳେ ହୋଇ ପାରିବ ଯେତେବେଳେ ଲୋକମାନେ ଏହାର ଅଭ୍ୟାସକୁ ଛାଡିବେ । ଏହା ଛଡା ଏହି ପୃଥିବୀରେ କିଛି ଲୋକ ଏମିତି ବି ଅଛନ୍ତି, ଯେଉଁମାନେ ନିଜ ସ୍ତରରେ ପ୍ଲାଷ୍ଟିକଗୁଡିକର ସମାଧାନ ପାଇଁ କାମ କରୁଛନ୍ତି ।

ଏକ ଏମିତି ହିଁ ପରିବାର ଅଛନ୍ତି ଛତିଶଗଡରେ, ଯିଏକି ପଲିଥିନ ଓ ପ୍ଲାଷ୍ଟିକୁ ବନ୍ଦ କରିବା ପାଇଁ ଲୋକମାନଙ୍କ ମଧ୍ୟରେ ଫ୍ରୀରେ କପଡାର ଥଳି ବାଣ୍ଟୁଛନ୍ତି ।

ଏହି ପରିବାର ଅଟେ ସୁରେନ୍ଦ୍ର ବୈରାଗୀଙ୍କର

ରାୟପୁରରେ ରହୁଥିବା ସୁରେନ୍ଦ୍ର ବୈରାଗୀ, ପତ୍ନୀ ଆଶା ଓ ପିଲାମାନେ ମିଶି ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି । ଏହାର ଅନ୍ତର୍ଗତ ସେ ନିଜ ପରିବାର ସହିତ ମିଶି ପୁରୁଣା କପଡାରେ ଥଳି ପ୍ରସ୍ତୁତ କରନ୍ତି ଓ ତାକୁ ଲୋକମାନଙ୍କ ମଧ୍ୟରେ ମାଗଣାରେ ବାଣ୍ଟି ଦିଅନ୍ତି । ଥଳି କରିବା ପାଇଁ କପଡା ତାଙ୍କୁ ଆଖ ପାଖ ପଡୋଶୀ, ବନ୍ଧୁ ଓ ସମ୍ପର୍କୀୟମାନଙ୍କ ଠାରୁ ମିଳିଯାଏ ।

ବନ୍ଦ କରି ଦିଅନ୍ତୁ ପଲିଥିନର ବ୍ୟବହାର

ସୁରେନ୍ଦ୍ରଙ୍କର ପତ୍ନୀ ଆଶା ପୁରୁଣା କପଡା ଓ ଚାଦର ଇତ୍ୟାଦିରେ ଥଳି ସିଲେଇ କରନ୍ତି । ଯେତେବେଳେ କି ତାଙ୍କର ସ୍ଵାମୀ ଓ ପିଲାମାନେ ସବୁଦିନ ସନ୍ଧ୍ୟାରେ ଯାଇ ଏହି ଥଳିକୁ ବଜାରରେ ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତି । ଏହା ଛଡା ଲୋକମାନଙ୍କୁ ପଲିଥିନ ବ୍ୟବହାର ନ କରିବା ପାଇଁ ଅନୁରୋଧ ବି କରନ୍ତି ।

କେମିତି ହେଲା ଏହାର ଆରମ୍ଭ ?

ସୁରେନ୍ଦ୍ର କହିଲେ କି, ଏହି ଭଲ କାମର ଆରମ୍ଭ ୧୫ ଅଗଷ୍ଟ ୨୦୧୯ରେ ହୋଇଥିଲା । ଥରେ ମୁଁ ଓ ଆଶା ବସି ଟିଭି ଦେଖୁଥିଲୁ ଓ ଟିଭିରେ ପିଏମ ମୋଦୀ ଲୋକମାନଙ୍କୁ ପଲିଥିନ ଜାଗାରେ କପଡାର ଥଳି ବ୍ୟବହାର କରିବାକୁ କହୁ ଥିଲେ । ଏହା ପରେ ଆମେ ସହରକୁ ପଲିଥିନ ମୁକ୍ତ କରିବା ପାଇଁ କିଛି କରିବାର ନିସ୍ପତି ନେଲୁ । ସେହି ଦିନ ଆଶା ୬୦ ଟି କପଡାର ଥଳି ସିଲେଇ କରିଲେ, ଯାହାକୁ ଆମେ ପାଖରେ ଥିବା ପନିପରିବା ବଜାରରେ ବାଣ୍ଟି ଦେଲୁ ।

ଯେତେବେଳେ ଏହି ଦମ୍ପତି ଏହି ସୁନ୍ଦର କାର୍ଯ୍ୟକୁ ଆରମ୍ଭ କରିଥିଲେ, ସେତେବେଳେ ସେମାନେ ଦୁଇ ଜଣ ଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କ ସହିତ ୩୦ ଜଣ ଲୋକ କାମ କରୁଛନ୍ତି । ସୁରେନ୍ଦ୍ର ଲୁହା ରୁ ରଡ ତିଆରି କରୁଥିବା ଏକ କମ୍ପାନୀରେ ଚାକିରି କରନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ବାଣ୍ଟି ସାରିଛନ୍ତି ୧୦୦୦ ଥଳି

ସୁରେନ୍ଦ୍ରଙ୍କର ପରିବାର ବର୍ତ୍ତମାନ ପର୍ଯ୍ୟନ୍ତ ୧୦୦୦ ଟି ଥଳି ବାଣ୍ଟି ସାରିଛନ୍ତି । ସେ ଆସନ୍ତା ୨ ମାସ ମଧ୍ୟରେ ୩୦୦୦ ଥଳି ବାଣ୍ଟିବେ ଓ ଏହି ପ୍ରୟାସକୁ ଜାରି ରଖିବେ ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।