୩ ଘଣ୍ଟା ଶିଶୁକୁ ପିଠିରେ ଲଦି ପଢେଇ ଚାଲିଥିଲେ ଏହି ପ୍ରଫେସର, କାରଣ ଜାଣିଲେ ଆପଣ ବି କରିବେ ତାଙ୍କ ପ୍ରଶଂସା

କହିବାକୁ ଗଲେ ବର୍ତ୍ତମାନ ସମୟରେ ଏକ କଲେଜ ପ୍ରଫେସର ର ଫଟୋ ବହୁତ ଭାଇରାଲ ହେଉଛି । ଏହି ଫଟୋର ଚର୍ଚ୍ଚା ଏଥିପାଇଁ ବି ହେଉଛି କାରଣ ଏହି ମାମଲା ଟି ମାତୃତ୍ତ୍ଵ ଭାବନା ସମ୍ବନ୍ଧୀତ ଅଟେ । ଏହି ଫଟୋରେ Georgia Gwinnett Collegeର ପ୍ରଫେସର ଡା. ରାମତ ସିସୋକୋ ସିସେ କ୍ଳାସରେ  ପଢାଉଛନ୍ତି । ଧ୍ୟାନ ଆକର୍ଷିତ କରୁଥିବା କଥା ଏହା ଅଟେ କି ତାଙ୍କ ପିଠିରେ ଏକ ଛୋଟ ଶିଶୁଟିଏ କପଡା ସାହାର୍ଯ୍ୟରେ ବନ୍ଧା ହୋଇଛି ।

ଡା. ସିସେ କୁହନ୍ତି କି ଏହି ଶିଶୁଟି ତାଙ୍କର ଏକ ଷ୍ଟୁଡେଣ୍ଟର ଅଟେ । ମା’କୁ କ୍ଳାସରେ ପିଲା କାରଣରୁ ଲେଖିବାକୁ ଅସୁବିଧା ହେଉଥିଲା । ସେଥିପାଇଁ ଡା. ସିସେ ଶିଶୁଟିକୁ ସମ୍ଭାଳିବାର ଦାୟିତ୍ଵ ନେଲେ ଓ ତାହା ପୁଣି ପୁରା ୩ ଘଣ୍ଟା ପାଇଁ ।

ପଚାରିଥିଲେ – କଣ ମୁଁ ନିଜର ପିଲାକୁ ଆଣି ପାରିବି ?

ଡା. ସିସେ ବାୟୋଲୋଜୀ ର ଆସିଷ୍ଟାଣ୍ଟ ପ୍ରଫେସର ଅଟନ୍ତି । ସେ କହିଲେ କି, ‘ସେ ମୋତେ ପଚାରିଥିଲା କି କଣ ସେ ତାଙ୍କ ନିଜ ଶିଶୁକୁ କ୍ଳାସକୁ ଆଣି ପାରିବ । ଏହା ଛଡା ସେ ଏହା ପୂର୍ବରୁ ବି ନିଜର ବହୁତ କ୍ଳାସ ମିସ କରି ସାରିଥିଲା । ମୁଁ ଚାହୁଁ ନ ଥିଲି କି ସେ ପଢାରେ ଆହୁରି ବି ପଛରେ ରହିଯାଉ । ଏହା ଛଡା ଆଗକୁ ପରୀକ୍ଷା ବି ଆସୁଛି ।‘

ମୁଁ ଶିଶୁଟିର ଧ୍ୟାନ ରଖିବାକୁ ଚାହୁଁଥିଲି

ଡା. ସିସେ ଆଗକୁ କହିଲେ କି, ‘ଯେତେବେଳେ ସେ କ୍ଳାସକୁ ଶିଶୁଟିକୁ ନେଇ ଆସିଲେ, ପ୍ରଥମେ ତ ସବୁ ଠିକ ଥିଲା । କିନ୍ତୁ କିଛି ସମୟ ପରେ ମୋତେ ଲାଗିଲା କି ତାଙ୍କୁ ନିଜ ଶିଶୁକୁ କୋଳରେ ଧରି ଲେଖିବା ପାଇଁ ବହୁତ ଅସୁବିଧା ହେଉଛି । ଏହା ଦେଖି ମୋ ଭିତରେ ଥିବା ମାତୃତ୍ଵ ଭାବ ଜାଗି ଉଠିଲା ।

ଏହା ଛଡା ମୁଁ ମାଲୀ ର ନିବାସୀ ଅଟେ । ସେଠି ଆମେ କାମ କରୁଥିବା ସମୟରେ ପିଲାମାନଙ୍କୁ ସମ୍ଭାଳିବା ପାଇଁ ବଡ କପଡାରେ ତାଙ୍କୁ ନିଜ ପିଠିରେ ବାନ୍ଧି ଦେଇଥାଉ । ଏହା ପରେ ପିଲାକୁ ମୁଁ ନିଜ ପିଠିରେ ବାନ୍ଧି ଦେଲି । କାରଣ ମୁଁ ସେହି ଶିଶୁଟିର ଧ୍ୟାନ ରଖିବାକୁ ଚାହୁଁଥିଲି । ଆଉ ତିନି ଘଣ୍ଟା ପର୍ଯ୍ୟନ୍ତ ଶିଶୁଟିକୁ ସମ୍ଭାଳିଲି । ଏହି ସମୟରେ ଶିଶୁଟିର ମା’ ସହଜରେ ଲେକ୍ଚର ଶୁଣିଲେ ଓ ନୋଟ ମଧ୍ୟ କରି ନେଲେ ।

ଡା. ସିସେଙ୍କର ଝିଅ ଶେୟାର କରିଥିଲେ ଫଟୋ

ଡା. ସିସେଙ୍କର ଝିଅ ଏନା ମା’ର ଏହି ଫଟୋକୁ ଟ୍ୱିଟରରେ ଶୁକ୍ରବାର ଦିନ ଶେୟାର କରିଲେ, ଯାହାକି ଧୀରେ ଧୀରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଗଲା । ଏନା ଲେଖନ୍ତି କି, ‘ମୋ ମା’ ମୋ ପାଇଁ ରୋଲ ମଡେଲ ଅଟନ୍ତି ।‘ କେବଳ ଏନା ନୁହେଁ, ଡା. ସିସେ ଯାହା କରିଲେ ତାହା ଦ୍ଵାରା ସେ ବହୁତ ଲୋକମାନଙ୍କ ପାଇଁ ଏକ ରୋଲ ମଡେଲ ହୋଇ ଯାଇଛନ୍ତି ।

ୟୁଜର ମାନେ କରୁଛନ୍ତି ଡା. ସାହିବାଙ୍କର ପ୍ରଶଂସା

ଖବର ଲେଖାଯିବା ପର୍ଯ୍ୟନ୍ତ ଏହି ଫଟୋକୁ ୫୭ ହଜାର ଲାଇକ୍ସ ମିଳିସାରିଛି ଓ ୧୧.୨ ହଜାର ଲୋକମାନେ ଏହାକୁ ଟ୍ଵିଟ କରିସାରିଛନ୍ତି । ଡା. ସିସେଙ୍କର ଏହି ଭଲ କାମକୁ ସମସ୍ତେ ପ୍ରଶଂସା କରୁଛନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।