ଦିନକୁ ଦୁଇ ଥର ଦର୍ଶନ ଦେଇ ସମୁଦ୍ର ଭିତରେ ବୁଡି ଯାଇଥାଏ ଏହି ମନ୍ଦିର, ଆଜି ମଧ୍ୟ ମାଗୁଛି ନିଜ ଭୁଲର କ୍ଷମା, ଜାଣନ୍ତୁ କାହିଁକି ଏମିତି ହୁଏ

ଆମ ଦେଶରେ ଦେବୀ – ଦେବତାଙ୍କର ବହୁତ ମାନ୍ୟତା ଅଛି ଏବଂ ତାଙ୍କର ଅସ୍ତିତ୍ଵ ବି ଅଛି । ଭାରତରେ ଯେତେ ବଡ ମନ୍ଦିର ଅଛି ତେବେ ତାହାର କୌଣସି ନା କୌଣସି ଖାସିୟତ ନିଶ୍ଚିତ ଅଛି । ଆଜି ଆମେ ଆପଣଙ୍କୁ ଏକ ଏମିତି ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯାହାକି ଦିନକୁ ଥରେ ଦର୍ଶନ ଦେଇ ସମୁଦ୍ର ଭିତରେ ବୁଡି ଯାଏ ? ଏହି ମନ୍ଦିର ସମୁଦ୍ର ଲହରୀ ଭିତରେ ହଜି ଯାଇଥାଏ । ଏବଂ ପୁଣି କିଛି ସମୟ ପରେ ପୁଣି ବାହାରି ଆସିଥାଏ ।

ଶିବପୁରାଣରେ ବି ଉଲ୍ଲେଖ ହୋଇଛି

ଗୁଜୁରାଟର ଏହି ଭଗବାନ ଶିବଙ୍କର ମନ୍ଦିର ସ୍ତଂଭେଶ୍ୱର ମନ୍ଦିର ନାମରେ ପ୍ରତିଷ୍ଠିତ । ଏହି ମନ୍ଦିରର ଉଲ୍ଲେଖ ମହାଶିବପୁରାଣରେ ରୁଦ୍ର ସଂହିତା ଭାଗ – ୨ର ଅଧ୍ୟାୟ ୧୧ରେ କରା ଯାଇଅଛି । ଏହି ମନ୍ଦିରର ଆବିଷ୍କାର ଆଜି ଠାରୁ ପାଖାପାଖି ୧୫୦ ବର୍ଷ ପୂର୍ବେ ହୋଇଥିଲା । ଏହି ମନ୍ଦିର ବଡୋଦରାରୁ ୪୦ କିଲୋମିଟର ଦୂରରେ ଆରବସାଗରର କୈମ୍ବେ ତଟ ଅବସ୍ଥିତ । ଏହି ମନ୍ଦିରର ସ୍ଥାପିତ ଶିବଲିଙ୍ଗ ପାଖାପାଖି ୪ ଫୁଟ ଉଚ୍ଛ ଏବଂ ୨ ଫୁଟର ବ୍ୟାସ ଅଟେ ।

କେଉଁ କାରଣରୁ ଗାୟବ ହୋଇଥାଏ ଏହି ମନ୍ଦିର

ଏହି ମନ୍ଦିରରେ ଶିବଲିଙ୍ଗର ଦର୍ଶନ ଦିନକୁ ମାତ୍ର ଥରେ ହିଁ ହୋଇଥାଏ । ବାକି ସମୟରେ ଏହା ସମୁଦ୍ର ଭିତରେ ବୁଡି ରହିଥାଏ । ସମୁଦ୍ର ତଟରେ ଦୁଇ ଥର ଜୁଆର ଭଟ୍ଟା ଆସିଥାଏ ଯେଉଁ କାରଣରୁ ପାଣି ମନ୍ଦିର ଭିତରକୁ ପଶିଯାଏ ଏବଂ ମନ୍ଦିର ଦେଖାଯାଏ ନାହିଁ । ଜୁଆର ଯିବା ପରେ ହିଁ ମନ୍ଦିର ଦେଖା ଯାଇଥାଏ ।

ଜୁଆର ଥିବା ସମୟରେ ଶିବଲିଙ୍ଗ ପୂରାପୂରି ଜଳମଗ୍ନ ହୋଇଯାଏ ଏବଂ ସେହି ସମୟରେ ସେଠି କାହାକୁ ଯିବାର ଅନୁମତି ନାହିଁ । ଏଠି ଆସୁଥିବା ଭକ୍ତମାନଙ୍କୁ ଜୁଆରର ଆସିବା ସମୟ ବିଷୟରେ କୁହାଯାଇଥାଏ ଯାହା ଦ୍ଵାରା ସେମାନେ ସେହି ସମୟରେ ମନ୍ଦିର ଭିତରେ ରହିବେ ନାହିଁ ।

କାହିଁକି ଅଛି ପୌରାଣିକ କଥା

ପୌରାଣିକ କଥା ଅନୁସାରେ ତାଡକାସୁର କଠୋର ତପସ୍ୟା କରି ଭଗବାନ ଶିବଙ୍କୁ ପ୍ରସନ୍ନ କରି ଅମର ହେବାର ବରଦାନ ମାଗିଥିଲେ । ଭଗବାନ ଶିବ ଏହି ବରଦାନ ଦେବାକୁ ମନା କରିଦେଇଥିଲେ । ଯାହା ପରେ ସେ ଦ୍ଵିତୀୟ ବରଦାନ ରୂପରେ କେବଳ ଶିବ ପୁତ୍ର ଦ୍ଵାରା ହିଁ ନିଜର ମୁର୍ତ୍ୟୁର ବର ମାଗିଥିଲେ । ବରଦାନ ମିଳିବା ପରେ ତାଡକାସୁର ନିଜର ଅତ୍ୟାଚାର ଦ୍ଵାରା ଚାରିଆଡେ ହାହାକାର ମଚାଇ ଦେଇଥିଲା ।

ଏହା ଦ୍ଵାରା ଚିନ୍ତିତ ହୋଇ ଦେବଗଣମାନେ ଭଗବାନ ଶିବଙ୍କ ପାଖକୁ ଗଲେ । ଏହାପରେ ଶ୍ଵେତ ପର୍ବତର ପିଣ୍ଡରୁ କାର୍ତ୍ତିକଙ୍କର ଜନ୍ମ ହୋଇଥିଲା ଏବଂ ସେ ହିଁ ତାଡକାସୁର ବଧ କରିଥିଲେ । ପରନ୍ତୁ ଯେତେବେଳ କାର୍ତ୍ତିକ ଜାଣି ପାରିଲେ କି ସେ ଭଗବାନ ଶିବଙ୍କର ସବୁଠୁ ବଡ ଭକ୍ତ ଥିଲେ ସେଥିପାଇଁ କାର୍ତ୍ତିକ ଆତ୍ମଗ୍ଲାନୀରେ ଭରିଗଲେ । ଏହା ପରେ ଭଗବାନ ବିଷ୍ଣୁ ଏକ ଉପାୟ କହିଲେ କି ସେ ଏଠି ଭଗବାନ ଶିବଲିଙ୍ଗ ସ୍ଥାପିତ କରି ସବୁଦିନ କ୍ଷମା ମାଗନ୍ତୁ । ସେଥିପାଇଁ ମନ୍ଦିରକୁ ସବୁଦିନ ସମୁଦ୍ରରେ ବୁଡିଥାଏ ଏବଂ ପୁଣି ଥରେ ଦେଖା ଯାଇଥାଏ । ଆଜି ପର୍ଯ୍ୟନ୍ତ ସେ ନିଜର କାମ ପାଇଁ କ୍ଷମା ମାଗୁଛନ୍ତି ।

ଯଦି ଲେଖାଟି ଭଲ ଲାଗିଲା ଲାଇକ ଓ ଶେୟାର କରନ୍ତୁ ଓ ଆଗକୁ ଏମିତି ଅନେକ ଲେଖା ପାଇଁ ପେଜକୁ ଲାଇକ କରନ୍ତୁ ।