ଦେଶ ପାଇଁ ସହିଦ ହେଲେ ପାଇଲଟ ଦୀପକ ପାଣ୍ଡେ, ସହିଦ ହେବାର କିଛି ଘଣ୍ଟା ପୂର୍ବରୁ ପିତାଙ୍କ ସହିତ କଥା ହୋଇଥିଲେ ଏହି କଥା…

ଶ୍ରୀନଗର ର ବଡଗାମରେ ପାକିସ୍ଥାନ ବିରୁଦ୍ଧରେ ଭାରତୀୟ ବାୟୁସେନାର କାରବାଇ ସମୟରେ ପାଇଲଟ ଦୀପକ ପାଣ୍ଡେ ସହିଦ ହୋଇଗଲେ । ଶ୍ରୀନଗର ର ବଡଗାମରେ କ୍ରାଶ ହୋଇଥିବା MI-17 ରେ କାନପୁର ର ପାଇଲଟ ଦୀପକ ପାଣ୍ଡେ ଥିଲେ । ଯେବେ ତାଙ୍କ ଘରେ ଦୀପକ ସହିଦ ହେବାର କଥା ଜାଣିଲେ ତେବେ ଘରେ ଶୋକାକୁଳ ପରିବେଶ ହୋଇଗଲା । ସହିଦ ହେବାର ଖବର ଶୁଣିବା ମାତ୍ରେ ବନ୍ଧୁ ଓ ପରିବାର ଲୋକ କାନ୍ଦିବାକୁ ଲାଗିଥିଲେ । ଦୀପକ ଙ୍କ ସାଙ୍ଗମାନଙ୍କୁ ତାଙ୍କର ଶେଷ ଫେସବୁକ ପୋଷ୍ଟ ମନେପଡିଲା ଯେଉଁଥିରେ ସେ ଲେଖିଥିଲେ କି, “ଜୀବନ ଠାରୁ ମୋର କୌଣସି ଅଭିଯୋଗ ନାହିଁ” । ଏହି ପୋଷ୍ଟକୁ ମନେ ପକାଇ ତାଙ୍କ ସାଙ୍ଗମାନଙ୍କ ଆଖିରେ ଲୁହ ଆସି ଯାଉଥିଲା ।

ଘରେ ଖୋଜା ଚାଲିଥିଲା ବିବାହ ପ୍ରସ୍ତାବ

ସହିଦ ଦୀପକ ଏଥରକ ଯିବା ସମୟରେ ମା’ଙ୍କୁ କଥା ଦେଇ ଯାଇଥିଲେ କି ସେ ଆସନ୍ତା ଥର ଯେବେ ବି ଆସିବେ ମା’ଙ୍କ ପସନ୍ଦ ର ଝିଅ ଦେଖି ନିଶ୍ଚୟ ବିବାହ କରିବେ । ନିଜର ସହିଦ ପୁଅ ପାଇଁ ଦୁଃଖରେ ଭାଙ୍ଗି ପଡୁଥିବା ମା’ କୁ ଦେଖି ଆଖପାଖର ଲୋକ ମଧ୍ୟ କାନ୍ଦୁଥିଲେ । ସେଇଠି ବାପାଙ୍କର ମଧ୍ୟ କିଛି ଏମିତି ଅବସ୍ଥା ଥିଲା । ବୟସର ଏହି ମୋଡରେ ଯେଉଁଠି ଦୀପକ ମା’ ବାପାଙ୍କର ସାହାରା ହୋଇଥାନ୍ତେ, ଏବେ ସେହି ମା’ ବାପାଙ୍କୁ ଦୀପକ ଙ୍କ ପାର୍ଥିବ ଶରୀରକୁ କାନ୍ଧ ଦେବାକୁ ପଡିବ । ଆପଣଙ୍କୁ ଜଣାଇ ଦେଉଛୁ କି ଦୀପକ କେବଳ 27 ବର୍ଷର ଅଟନ୍ତି ଓ ସେ 2013 ରେ ଏୟାର ଫୋର୍ସ ଯଏନ କରିଥିଲେ । ସେ ଗୋଟିଏ ସପ୍ତାହ ପୂର୍ବରୁ ଛୁଟି କାଟି ଡିଉଟି କୁ ଫେରିଥିଲେ ।

ପିତା ବିବାହ କରିବା ପାଇଁ ଘର ତିଆରି କରୁଥିଲେ

ପିତା କାନ୍ଦି କାନ୍ଦି କହିଥିଲେ କି ଦୀପକ ତାଙ୍କର ଏକ ମାତ୍ର ପୁଅ ଥିଲେ ଓ ସେ ତାଙ୍କର ବିବାହ କରିବା ପାଇଁ ଘର ତିଆରି କରୁଥିଲେ , ଯିବା ସମୟରେ ଦୀପକ କହିଥିଲେ କି’ “ପାପା ମୁଁ ଯାଉଛି ,ମା’ ର ଯତ୍ନ ନେବ, ମୁଁ ଜଲ୍ଦି ଫେରି ଆସିବି” କିନ୍ତୁ ଦୀପକ ଯିବା ପରେ ହିଁ ତାର ସହିଦ ହେବାର ଖବର ଆସିଗଲା ।

ପିତା ଏହା ମଧ୍ୟ କହିଥିଲେ କି ମଙ୍ଗଳବାର ଦିନ ରାତିରେ ହାରାହାରି 8 ଟା ରେ ତାଙ୍କର ଦୀପକ ଙ୍କ ସହିତ କଥାବାର୍ତ୍ତା ହୋଇଥିଲା । ସେ ଦୀପକ ଙ୍କୁ ପଚାରିଥିଲେ କି କଣ ସେ ଖାଇ ସାରିଲେଣି କିନ୍ତୁ ଦୀପକ କହିଥିଲେ କି- ନା, ଏବେ ଖାଇବାକୁ ଯାଉଛି । ପିତା ଯେତେବେଳେ ସେଠାକାର ଅବସ୍ଥା ବିଷୟରେ ପଚାରିଥିଲେ ତେବେ ସେ ତାଙ୍କୁ କିଛି ବି କହି ନଥିଲେ ।

ଆଗକୁ ଅପଡେଟ ପାଇଁ ପେଜକୁ ଲାଇକ କରନ୍ତୁ ।